ETV Bharat / sports

ଆଇସିସି ମାନ୍ୟତା: ଅଲରାଉଣ୍ଡର ତାଲିକାର ଶୀର୍ଷକୁ ଫେରିଲେ ଷ୍ଟୋକ୍ସ

author img

By

Published : Jul 21, 2020, 8:58 PM IST

ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ପୁଣି ନଂ1ଟେଷ୍ଟ ଅଲରାଉଣ୍ଡର ସ୍ଥାନକୁ ଫେରିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ।

ICC Rankings: Stokes replaces Holder as top-ranked Test all-rounder
ଆଇସିସି ମାନ୍ୟତା: ଅଲରାଉଣ୍ଡର ତାଲିକାର ଶୀର୍ଷକୁ ଫେରିଲେ ଷ୍ଟୋକ୍ସ

ମାଞ୍ଚେଷ୍ଟର: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ପୁଣି ନଂ1ଟେଷ୍ଟ ଅଲରାଉଣ୍ଡର ସ୍ଥାନକୁ ଫେରିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଅନ୍ୟପଟେ ବ୍ୟାଟିଂ ମାନ୍ୟତା କ୍ୟାରିୟରର ଶ୍ରେଷ୍ଠ 3ୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି ଷ୍ଟୋକ୍ସ । ଷ୍ଟିଭ ସ୍ମିଥ 911 ପଏଣ୍ଟ ସହ ପ୍ରଥମ, 886 ପଏଣ୍ଟ ସହ ବିରାଟ କୋହଲି ଦ୍ବିତୀୟଙ୍କ ପରେ ବେନ ଷ୍ଟୋକ୍ସ 827 ପଏଣ୍ଟ ସହ 3ୟ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ ମଧ୍ୟ ଯୁଗ୍ମଭାବେ 3ୟ ସ୍ଥାନରେ ରହିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିଲେ ଷ୍ଟୋକ୍ସ । ମାତ୍ର ପ୍ରଥମ ଟେଷ୍ଟରେ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଜେସନ ହୋଲ୍ଡରଙ୍କ ଦମଦାର ପ୍ରଦର୍ଶନ ପରେ, ଷ୍ଟୋକ୍ସଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡିଥିଲା । ତେବେ ଦ୍ବିତୀୟ ଟେଷ୍ଟରେ ଉଭୟ ଇଂନିସରେ ଯଥାକ୍ରମେ 176 ଓ 78 ରନର ମ୍ୟାଚ ବିଜୟୀ ଇଂନିସ ପରେ ପୁନର୍ବାର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଏଥିସହିତ ଦ୍ବିତୀୟ ସ୍ଥାନରେ ଥିବା, ହୋଲ୍ଡରଙ୍କ ଠାରୁ 38 ପଏଣ୍ଟର ଅଗ୍ରଣୀ ମଧ୍ୟ ଲାଭ କରିଛନ୍ତି । ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା 3ୟ ଓ ରବିଚନ୍ଦ୍ରନ ଅଶ୍ବିନୀ ଅଲରାରାଉଣ୍ଡର ମାନ୍ୟତାର 5ମ ସ୍ଥାନରେ ରହିଛନ୍ତି ।

ଷ୍ଟୋକ୍ସ 18 ମାସ ଧରି ଆଇସିସି ଅଲରାଉଣ୍ଡର ଶୀର୍ଷ ସ୍ଥାନରେ ରହିଛନ୍ତି ଷ୍ଟୋକ୍ସ । ବର୍ଷ 2006ରେ ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍ଙ୍କ ପରେ ଷ୍ଟୋକ୍ସ ପ୍ରଥମ ଖେଳାଳି ଭାବେ ଏହି ସ୍ଥାନରେ ରହିଥିଲେ । ଏପ୍ରିଲ 2008ରେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକ କାଲିସଙ୍କ 517 ପଏଣ୍ଟ ପରେ, ଷ୍ଟୋକ୍ସ ସର୍ବାଧିକ 497 ପଏଣ୍ଟ ହାସଲ କରିଛନ୍ତି । ଏକ ପ୍ରେସ ବିବୃତିରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ 9ମ ସ୍ଥାନରେ ରହିଛନ୍ତି । ଡସ ସିବଲେ 29 ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ 35ତମ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଟିଂ ମାନ୍ୟତାର 5ମ ସ୍ଥାନରେ କେନ ୱିଲିୟମସନ, ଷଷ୍ଠ ସ୍ଥାନରେ ବାବାର ଆଜାମ, 7ମରେ ଡେଭିଡ ୱାର୍ଣ୍ଣର ରହିଛନ୍ତି । ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ କୋହଲିଙ୍କ ବ୍ୟତୀତ ଚେତେଶ୍ବର ପୂଜାରା 8ମ ଓ ଅଜିଙ୍କ୍ୟ ରାହାଣେ 10ମ ସ୍ଥାନରେ ରହିଛନ୍ତି ।

ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆ ସ୍ପିଡଷ୍ଟାର ପାଟ କମିନ୍ସ 904 ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି । ଏକମାତ୍ର ଭାରତୀୟ ବୋଲର ଭାବେ ଜଶପ୍ରୀତ ବୁମରା 7ମ ଓ ଷ୍ଟୁଆର୍ଟ ବ୍ରଡ 10ମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.