ETV Bharat / sports

ଆଇସିସି ଟେଷ୍ଟ ମାନ୍ୟତା: କୋହିଲଙ୍କ ସ୍ଥାନ ଅପରିବର୍ତ୍ତିତ, ଗୋଟିଏ ସ୍ଥାନ ତଳକୁ ଖସିଲେ ବୁମରା

author img

By

Published : Aug 18, 2020, 7:20 PM IST

Updated : Aug 18, 2020, 8:18 PM IST

କୋହଲି 886 ଅଙ୍କ ସହ 2ୟ ସ୍ଥାନରେ ଥିବାବେଳେ ଚେତେଶ୍ବର ପୂଜାରା (766) ଓ ରାହାଣେ(726) ବ୍ୟାଟ୍ସମ୍ୟାନ ସୂଚୀରେ କ୍ରମଶଃ 8ମ ଓ 10ମ ସ୍ଥାନରେ ରହିଛନ୍ତି । କିନ୍ତୁ ଭାରତୀୟ ବୋଲର ଜୟପ୍ରୀତ ବୁମରା ଗୋଟିଏ ସ୍ଥାନ ତଳକୁ ଖସି 9ମ ସ୍ଥାନରେ ରହିଛନ୍ତି ।

virat
virat

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ତାଜା ଟେଷ୍ଟ ମାନ୍ୟତା ଅନୁସାରେ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନ 2ୟ ସ୍ଥାନରେ ଅପରିବର୍ତ୍ତିତ ରହିଛି । କିନ୍ତୁ ଭାରତୀୟ ବୋଲର ଜୟପ୍ରୀତ ବୁମରା ଗୋଟିଏ ସ୍ଥାନ ତଳକୁ ଖସି 9ମ ସ୍ଥାନରେ ରହିଛନ୍ତି ।

ଫଟୋ ସୌଜନ୍ୟ:@ICC
ଫଟୋ ସୌଜନ୍ୟ:@ICC

କୋହଲି 886 ଅଙ୍କ ସହ 2ୟ ସ୍ଥାନରେ ଥିବାବେଳେ ଚେତେଶ୍ବର ପୂଜାରା (766) ଓ ରାହାଣେ(726) ବ୍ୟାଟ୍ସମ୍ୟାନ ସୂଚୀରେ କ୍ରମଶଃ 8ମ ଓ 10ମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ ସ୍ମିଥ ପ୍ରଥମ ସ୍ଥାନରେ ରହିଛନ୍ତି ।

ଫଟୋ ସୌଜନ୍ୟ:@ICC
ଫଟୋ ସୌଜନ୍ୟ:@ICC

ସେହିପରି ବୋଲରଙ୍କ ସୂଚୀରେ 9ମ ସ୍ଥାନରେ ବୁମରା ଥିବାବେଳେ ଜଡେଜା ଅଲରାଉଣ୍ଡରଙ୍କ ସୂଚୀରେ 3ୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି ।

virat
virat

ତେବେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ତାଲିକାରେ ଭାରତ 360 ଅଙ୍କ ସହ ଶୀର୍ଷରେ ରହିଛି । ଭାରତ ତଳକୁ ଅଷ୍ଟ୍ରେଲିଆ (296) ରହିଥିବାବେଳେ 3ୟ ସ୍ଥାନରେ ଇଂଲଣ୍ଡ ରହିଛି ।

Last Updated : Aug 18, 2020, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.