ETV Bharat / sports

ହୃଦଘାତ ପରେ କିପରି ଅଛନ୍ତି ଗାଙ୍ଗୁଲି, ଜାରିହେଲା ହେଲଥ ବୁଲେଟିନ

author img

By

Published : Jan 2, 2021, 6:24 PM IST

ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଶନିବାର ହୃଦଘାତର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ....

Health updates of Sourav Ganguly post-cardiac arrest
ହୃଦଘାତ ପରେ କିପରି ଅଛନ୍ତି 'ଦାଦା'; ଜାରିହେଲା ହେଲଥ ବୁଲେଟିନ

ହାଇଦ୍ରାବାଦ: ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଶନିବାର ହୃଦଘାତର ଶିକାର ହୋଇଛନ୍ତି । ସକାଳେ ଘରେ ଜିମ କରୁଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ହେଲଥ୍ ବୁଲେଟିନ ତଥ୍ୟ ଅନୁଯାୟୀ ନଜର ପକାନ୍ତୁ ହୃଦଘାତ ପରେ କେମିତି ରହିଛି ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା...

  • ଅପରାହ୍ନ 1.00: ଉଡଲାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି
  • ଡକ୍ଟର ସରୋଜ ମଣ୍ଡଳଙ୍କ ନେତୃତ୍ବରେ ତିନିସଦସ୍ୟ ବିଶିଷ୍ଟ ହେଲ୍‌ଥ ବୋର୍ଡ ଗଠିତ
  • ଉଡଲାଣ୍ଡସ ହସ୍ପିଟାଲରେ ପରୀକ୍ଷା ପରେ ସୌରଭଙ୍କ ପଲ୍‌ସ 70/ଏକ ମିନିଟ, BP 130/80MM HG ଓ ଅନ୍ୟ କ୍ଳିନିକାଲ ପାରାମିଟର ସ୍ବାଭାବିକ ମଧ୍ୟରେ ରହିଥିଲା
  • ହସ୍ପିଟାଲ ସୂତ୍ର ଅନୁଯାୟୀ, ସୌରଭଙ୍କ ECG ରିପୋର୍ଟରେ ହାଇପରକ୍ୟୁଟ ST ସେଗମେଣ୍ଟରେ ସାମାନ୍ୟ ନିମ୍ନ ଓ ଉଚ୍ଚ ଥିବା ଜଣାପଡିଥିଲା
  • ଇକୋ ଟେଷ୍ଟରେ ସାମାନ୍ୟ ମଧ୍ୟମ ଧରଣର ଅସ୍ବାଭାବିକ ରିପୋର୍ଟ ଜଣାପଡିଥିଲା
  • ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି
  • ସୌରଭ ଡୋଜ୍ ଗ୍ରହଣ କରୁଛନ୍ତି ଓ ଦୈତ ଆଣ୍ଟିପ୍ଲେଟସ ଓ ଷ୍ଟାଟିନ ଜାରି ରହିଛି । ପ୍ରାଥମିକ ଆଞ୍ଜିଓପ୍ଲାଷ୍ଟି ମଧ୍ୟ ଜାରି ରହିଛି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.