ETV Bharat / sports

ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ: ଫେରିବେ ରୁଟ୍‌, ବ୍ରଡଙ୍କ ଫେରିବାକୁ ନଜର

author img

By

Published : Jul 15, 2020, 8:34 PM IST

ଗୁରୁବାର ଠାରୁ ମଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡ ଠାରେ ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ମ୍ୟାଚ । ଫେରିବେ ନିୟମିତ ଅଧିନାୟକ ରୁଟ୍‌, ସିରିଜ ବରାବର ଲକ୍ଷ୍ୟରେ ଆୟୋଜକ ଦଳ । ଅଧିକ ପଢ଼ନ୍ତୁ...

Eng vs WI, Root returns to team, England look to level series in Manchester, ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ଫେରିବେ ରୁଟ୍‌, ବ୍ରଡଙ୍କ ଫେରିବା ଉପରେ ନଜର
ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ: ଫେରିବେ ରୁଟ୍‌, ବ୍ରଡଙ୍କ ଫେରିବା ଉପରେ ନଜର

ମଞ୍ଚେଷ୍ଟର: ଗୁରୁବାର ଠାରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ #RaiseTheBat ସିରିଜର ଦ୍ବିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ସହ ମୁହାଁମୁହିଁ ହେବାବେଳେ ନିଜ ନିୟମିତ ଅଧିନାୟକ ଜୋ ରୁଟ୍‌ଙ୍କ ଉତ୍ସାହ ପାଇବ ଇଂଲଣ୍ଡ ।

ନିଜ ଦ୍ବିତୀୟ ସନ୍ତାନର ଜନ୍ମ ପାଇଁ ପ୍ରଥମ ଟେଷ୍ଟ ନଖେଳି ନିଜ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ ରୁଟ୍‌ ।

ପ୍ରଥମ ଟେଷ୍ଟରେ ଉଭୟ ଇନିଂସରେ କମ ସ୍କୋର କରି ଆଉଟ ହୋଇଥିବା ଜୋ ଡେନଲିଙ୍କ ସ୍ଥାନରେ ରୁଟ୍‌ ଫେରିବେ ବୋଲି ଆଶା କରାଯାଉଛି। ଦ୍ବିତୀୟ ଇନିଂସରେ ଜାକ କ୍ରାଉଲିଙ୍କ 76 ହୁଏତ ତାଙ୍କ ପାଇଁ ସିରିଜର ଅନ୍ତିମ ଦୁଇଟି ମ୍ୟାଚ ଖେଳିବା ପାଇଁ ବାଟ ଫିଟାଇ ପାରେ ।

ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ୍ ବଟଲର ଦୁଇଟି ଇନିଂସରେ ମାତ୍ର 35 ଓ 9 ସ୍କୋର କରି ନିଜ ପାଇଁ କୌଣସି ଭଲ ପ୍ରଦର୍ଶନ ଦେଖାଇ ନାହାଁନ୍ତି। ଏଥିସହ, ସେ ଜେରମାଇନ ବ୍ଲାକଉଡଙ୍କ କ୍ୟାଚ ମଧ୍ୟ ଡ୍ରପ କରିଥିଲେ ଯାହା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲା କାରଣ ବ୍ୟାଟ୍ସମ୍ୟାନ 95 ରନ ସ୍କୋର କରି ଇଣ୍ଡିଜ ଦଳକୁ ବିଜୟୀ କରାଇଥିଲେ ।

ସେପଟେ ମୁଖ୍ୟ କୋଚ କ୍ରିସ ସିଲଭରଉଡ୍ ଦ୍ବିତୀୟ ଟେଷ୍ଟ ପୂର୍ବରୁ ବଟଲରଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଯାହା ବ୍ୟାକଅପ ଷ୍ଟମ୍ପର ବେନ ଫୋକ୍ସ ପାଇଁ ବାଟ ଫିଟାଇଛି ।

ସିଲଭରଉଡ୍ କହିଛନ୍ତି ଯେ, ‘‘ମୁଁ ଜୋସ୍ଙ୍କୁ ଚାପରେ ରଖିବା ଉପାୟ କରିବି ନାହିଁ କାରଣ ଏହା ତାଙ୍କୁ ସାହାଯ୍ୟ କରିବ ବୋଲି ମୁଁ ଭାବୁ ନାହିଁ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ସର୍ବପ୍ରଥମେ ଆମେ ତାଙ୍କୁ ସଫଳ ହେବା ପାଇଁ ସର୍ବୋତ୍ତମ ସୁଯୋଗ ଦେବାକୁ ଚାହୁଁ କିନ୍ତୁ ହଁ, ବେନ ଫୋକ୍ସଙ୍କ ଭାବରେ ଆମର ବହୁତ ଭଲ କିପର ଅଛନ୍ତି।’’

ଇଂଲଣ୍ଡ ପାଇଁ ଅନ୍ୟ ଏକ ବଡ଼ ନିଷ୍ପତ୍ତି ସେମାନଙ୍କ ବୋଲିଂ ବିଭାଗରେ ହେବ। ଭେଟେରାନ୍ ପେସର୍ ଷ୍ଟୁଆର୍ଟ ବ୍ରଡ୍ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ ଏବଂ ତାଙ୍କ ଭାବନାକୁ ଜାତୀୟ ଟେଲିଭିଜନରେ ଜଣାଇଥିଲେ । ସାଉଥମ୍ପଟନରେ ଦୁଇଟି ଇନିଂସରେ ଦୁଇଟି ୱିକେଟ ନେଇଥିବା ମାର୍କ ଉଡଙ୍କ ସ୍ଥାନରେ ହୁଏତ ବ୍ରଡ ଫେରି ପାରନ୍ତି ।

ସିଲଭରଉଡ୍ କହିଛନ୍ତି ଯେ ମୁଁ ଭାବୁଛି ଷ୍ଟୁଆର୍ଟ ସେହି ସାକ୍ଷାତକାରରେ ନିଜକୁ ବହୁତ ଭଲ ଭାବରେ ପରିଚାଳନା କରିଛନ୍ତି।

‘‘ମୁଁ ଏହା ବିଷୟରେ ଏବଂ ପରବର୍ତ୍ତୀ ସମୟରେ ମୁଁ ଯେତବେଳେ ତାଙ୍କ ସହ କଥାବାର୍ତ୍ତା କରିଥିଲି ମତେ ଯାହା ଭଲ ଲାଗିଥିଲା ତାହା ମଧ୍ୟ ଏହି ଭାବନା ଦେଖିବା ଖୁବ ରୋମାଞ୍ଚକର ।’’

‘‘ଏବଂ ଏହି ଦଳରେ ଏବେ ବି ଷ୍ଟୁଆର୍ଟଙ୍କର ଏକ ବଡ଼ ଭୂମିକା ରହିଛି। ମୁଁ ତାଙ୍କୁ ତାହା ସ୍ପଷ୍ଟ କରିସାରିଛି,’’ ବୋଲି ସିଲଭରଉଡ କହିଛନ୍ତି ।

ୱେଷ୍ଟଇଣ୍ଡିଜ ପାଇଁ, ସିରିଜ୍ ଓପନର ସେମାନଙ୍କର ନିଶ୍ଚିତ ବିଜୟ ପରେ ସେମାନଙ୍କ ମନୋବଳ ଟିମକୁ ନେଇ ଉଚ୍ଚ ଥିବ । ଅଧିନାୟକ ଜେସନ ହୋଲ୍ଡର କହିଥିଲେ ଯେ ଯଦି ଦ୍ବିତୀୟ ଟେଷ୍ଟରେ ବି ଭଲ ପ୍ରଦର୍ଶନ ହାସଲ କରନ୍ତି ତେବେ ଏହା ତାଙ୍କ ପାଇଁ ସବୁଠାରୁ ଶ୍ରେଷ୍ଠ ବିଜୟ ମଧ୍ୟରୁ ଗୋଟିଏ ହେବ । ସିରିଜ ଡ୍ର ହେଲେ ତାହା ତାଙ୍କୁ ୱିସଡେନ ଟ୍ରଫିକୁ ନିଜ ପାଖରେ ରଖିବାକୁ ସହାୟକ ହେବ ।

ଉଭୟ ଟିମ

ଇଂଲଣ୍ଡ: ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଡୋମିନିକ୍ ବେସ୍, ଷ୍ଟୁଆର୍ଟ ବ୍ରଡ, ରୋରୀ ବର୍ନସ୍, ଜସ୍ ବଟଲର, ଜାକ କ୍ରଲି, ଜୋ ଡେନଲି, ଓଲି ପୋପ୍, ଡୋମ ସିବଲି, କ୍ରିସ୍ ୱୋକସ୍, ମାର୍କ ଉଡ, ଜେମ୍ସ ବ୍ରେସି , ସାମ କୁରାନ, ବେନ୍‌ ଫୋକ୍ସ, ଡାନ୍ ଲରେନ୍ସ, ଜ୍ୟାକ ଲିଚ୍, ସାକିବ ମହମୁଦ, କ୍ରେଗ ଓଭରଟନ, ଓଲି ରବିନସନ, ଓଲି ଷ୍ଟୋନ୍

ୱେଷ୍ଟଇଣ୍ଡିଜ ଦଳ: ଜେସନ୍ ହୋଲ୍ଡର (ଅଧିନାୟକ), ଜେରମାଇନ ବ୍ଲାକଉଡ୍, ନକ୍ରୁମା ବୋନର୍, କ୍ରାଇଗ୍ ବ୍ରାଥୱାଇଟ୍, ଶାମର ବ୍ରୁକ୍ସ, ଜନ୍ କ୍ୟାମ୍ପବେଲ, ରୋଷ୍ଟନ ଚେଜ, ରହକିମ କର୍ଣ୍ଣୱାଲ, ଶେନ ଡୋରିଚ୍, ଶାନନ୍ ଗାବ୍ରିଏଲ୍, ସେମର ହୋଲ୍ଡର, ଶାଇ ହୋପ, ଅଲଜାରି ଜୋସେଫ, ରେମନ ରେଫର୍, କେମର ରୋଚ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.