ETV Bharat / sports

ସାଉଥାମ୍ପଷ୍ଟନ ଟେଷ୍ଟ: ରୋମାଞ୍ଚକର ସ୍ଥିତିରେ ମୁକାବିଲା, ଆଜି 4ର୍ଥ ଦିନ

author img

By

Published : Jul 11, 2020, 1:46 PM IST

ଆଜି 4ର୍ଥ ଦିନରେ ଇଂଲଣ୍ଡ ଅସମାପ୍ତ ସ୍କୋର 15/0ରୁ ବ୍ୟାଟିଂ ଆରମ୍ଭ କରିବ । ତେବେ 99ରନ ପଛରେ ଥିବା ଷ୍ଟୋକ୍ସଙ୍କ ଟିମ, ଇଣ୍ଡିଜ ସାମ୍ନାରେ ବଡ ବିଜୟ ଲକ୍ଷ୍ୟରେ ରହିବ ।

Eng vs WI: Burns, Sibley hold on after Windies take 114-run lead
ସାଉଥାମ୍ପଷ୍ଟନ ଟେଷ୍ଟ: ରୋମାଞ୍ଚକର ସ୍ଥିତିରେ ମୁକାବିଲା, ଆଜି 4ର୍ଥ ଦିନ

ସାଉଥାମ୍ପଷ୍ଟନ: ରୋମାଞ୍ଚକର ସ୍ଥିତିରେ ସାଉଥାମ୍ପଷ୍ଟନ ଟେଷ୍ଟ । ପ୍ରଥମ ଇଂନିସ ପରି ଦ୍ବିତୀୟ ଇଂନିସରେ ଇଂଲଣ୍ଡକୁ ଶୀଘ୍ର ଆଉଟ କରିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ । 3ୟ ଦିନରେ 318 ରନରେ ଅଲଆଉଟ ସହ 114 ରନର ପ୍ରଥମ ଇଂନିସ ଅଗ୍ରଣୀ ପରେ ଇଂଲଣ୍ଡ ଓପନରଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ । ଦୁଇ ଓପନର ଡୋମିନିକ ସିବଲେ ଓ ରରି ବର୍ଣ୍ଣସ ଶେଷ 10 ଓଭରରେ ଇଂଲଣ୍ଡକୁ କୌଣସି କ୍ଷତି ଘଟାଇବାକୁ ଦେଇନଥିଲେ । 3ୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳର ସ୍କୋର 15/0 ସହ, 99 ରନ ପଛରେ ରହିଛି । ସିବଲେ 5 ଓ ବର୍ଣ୍ଣସ 10 ରନ କରି ଅପରାଜିତ ଅଛନ୍ତି । ପୂର୍ବରୁ ଇଣ୍ଡିଜ ଓପନର କ୍ରେଗ ବ୍ରାଥୱେଟ 65, ମଧ୍ୟକ୍ରମରେ ରୋଷ୍ଟନ ଚେଜଙ୍କ 47 ଓ ୱିକେଟ କିପର ବ୍ୟାଟ୍ସମ୍ୟାନ 61 ରନ ସହାୟତାରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଅଗ୍ରଣୀ ଲାଭ କରିଥିଲା ।

ଡାୱରିଚ ଓ ଚେଜଙ୍କ ମଧ୍ୟରେ 81 ରନର ପାର୍ଟନରସିପ ୱେଷ୍ଟଇଣ୍ଡିଜକୁ ଅଗ୍ରଣୀ ସହ ମ୍ୟାଚରେ ଦୃଢ ସ୍ଥିତିରେ ପହଞ୍ଚାଇବାରେ ସହାୟକା ହୋଇଥିଲା । ଆଣ୍ଡରସନଙ୍କ ଦ୍ବାରା ଚେଜ୍ ଆଉଟ ହେବାପରେ, କ୍ୟାପଟେନ ହୋଲ୍ଡର ଡାୱରିଚଙ୍କ ସହ ଯୋଗ ଦେଇଥିଲେ । ମାତ୍ର ଅଧିକ ସମୟ ତିଷ୍ଠି ପାରିନଥିଲେ । ଷ୍ଟୋକ୍ସ ହୋଲ୍ଡରଙ୍କୁ ଶୀଘ୍ର ଆଉଟ କରି, 2ୟ ଦିନର ପ୍ରତିଶୋଧ ନେଇଥିଲେ । ଏହାପରେ ସେନ ଡାୱରି, ଆଲଜେରୀ ଜୋସେଫଙ୍କ ୱିକେଟ ଅକ୍ତିଆର କରି 4ୱିକେଟ ପୂରଣ କରିଥିଲେ ।

ଆଜି 4ର୍ଥ ଦିନରେ ଇଂଲଣ୍ଡ ଅସମାପ୍ତ ସ୍କୋର 15/0ରୁ ବ୍ୟାଟିଂ ଆରମ୍ଭ କରିବ । ତେବେ 99ରନ ପଛରେ ଥିବା ଷ୍ଟୋକ୍ସଙ୍କ ଟିମ, ଇଣ୍ଡିଜ ସାମ୍ନାରେ ବଡ ବିଜୟ ଲକ୍ଷ୍ୟରେ ରହିବ । ଅନ୍ୟପଟେ ପ୍ରଥମ ଇଂନିସ ପରି ଇଣ୍ଡିଜ ସ୍ପିଡଷ୍ଟାର ଦମ ଦେଖାଇବା ଲକ୍ଷ୍ୟରେ ରହିଛନ୍ତି । ତେବେ ଇଂଲଣ୍ଡର ସ୍କୋର ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.