ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ: ନିର୍ଣ୍ଣାୟକ ଟେଷ୍ଟରୁ ବ୍ରଡ୍ ବାଦ, ଫେରିଲେ ଆର୍ଚର

author img

By

Published : Jul 23, 2020, 9:58 PM IST

ଇଣ୍ଡିଜ ବିପକ୍ଷ 3ୟ ତଥା ନିର୍ଣ୍ଣାୟକ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ଘୋଷିତ ଦଳରେ ଷ୍ଟୁଆର୍ଟ ବ୍ରଡଙ୍କ ସ୍ଥାନରେ ଜୋଫ୍ରା ଆର୍ଚରଙ୍କୁ ସାମିଲ କରାଯାଇଛି ।

ENG vs WI: Broad dropped from series decider, Archer returns
ଇଂଲଣ୍ଡ ବନାମ ଇଣ୍ଡିଜ: ନିର୍ଣ୍ଣାୟକ ଟେଷ୍ଟରୁ ବ୍ରଡ୍ ବାଦ, ଫେରିଲେ ଆର୍ଚର

ମାଞ୍ଚେଷ୍ଟର: ଇଣ୍ଡିଜ ବିପକ୍ଷ 3ୟ ତଥା ନିର୍ଣ୍ଣାୟକ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ଘୋଷିତ ଦଳରେ ଷ୍ଟୁଆର୍ଟ ବ୍ରଡଙ୍କ ସ୍ଥାନରେ ଜୋଫ୍ରା ଆର୍ଚରଙ୍କୁ ସାମିଲ କରାଯାଇଛି । ଏନେଇ ଗୁରୁବାର ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

ଆଶ୍ଚର୍ଯ୍ୟକର ଭାବେ ବ୍ରଡଙ୍କୁ ପୁନର୍ବାର ଦଳରେ ସାମିଲ କରାଯାଇନାହିଁ । ପୂର୍ବରୁି ପ୍ରଥମ ଟେଷ୍ଟରେ ବ୍ରଡଙ୍କୁ ଚୁଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା । ପରେ ବ୍ରଡ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟତମ ସ୍ପିଡଷ୍ଟାର ଆଣ୍ଡରସନ ମଧ୍ୟ ବ୍ରଡଙ୍କ ବିନା ଇଂଲଣ୍ଡର ବୋଲିଂ ବିଭାଗ ଦୁର୍ବଳ କହିାକୁ ପଛାଇନଥିଲେ ।

ENG vs WI: Broad dropped from series decider, Archer returns
ଇଂଲଣ୍ଡ ବନାମ ଇଣ୍ଡିଜ: ନିର୍ଣ୍ଣାୟକ ଟେଷ୍ଟରୁ ବ୍ରଡ୍ ବାଦ, ଫେରିଲେ ଆର୍ଚର

ଜୈବ ସୁରକ୍ଷା ନିୟମର ଉଂଲଘନ କରିବା ଯୋଗୁଁ ଜୋଫ୍ରା ଆର୍ଚରଙ୍କୁ 2ୟ ଟେଷ୍ଟରୁ ଜୋରିମାନା ସହ ବାଦ୍ ଦିଆଯାଇଥିଲା ।

ତେବେ 3ୟ ଟେଷ୍ଟ ପାଇଁ ଘୋଷିତ 14 ଜଣିଆ ଦଳକୁ ଫେରିଛନ୍ତି ଆର୍ଚର । ଅନ୍ୟପଟେ ମାର୍କ ଉଡ ଓ 2ୟ ଟେଷ୍ଟରୁ ବାଦ ପଡିଥିବା ଆଣ୍ଡରସନ ମଧ୍ୟ ଦଳକୁ ଫେରିଛନ୍ତି ।

2ୟ ଟେଷ୍ଟରେ ଇଂଲଣ୍ଡ 113ରନର ବିଜୟ ସହ ସିରିଜ ବରାବର କରିଥିଲା । 3ୟ ତଥା ସିରିଜ ନିର୍ଣ୍ଣାୟକ ମ୍ୟାଚ ମାଞ୍ଚେଷ୍ଟରରେ ଖେଳାଯିବ ।

ଇଂଲଣ୍ଡ ଦଳ: ଜୋ ରୁଟ(କ୍ୟାପଟେନ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ, ରରି ବର୍ଣ୍ଣସ, ଜସ ବଟଲର, ଜାକ କ୍ରାୱଲେ, ସାମ କରନ, ଓଲି ପୋପ, ଡମ ସିବଲେ, ବେନ ଷ୍ଟୋକ୍ସ, କ୍ରିସ ୱର୍କ୍ସ, ମାର୍କ ଉଡ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.