ETV Bharat / sports

ସାଉଥାମ୍ପଷ୍ଟନ ଟେଷ୍ଟ: ଆଜି 5ମ ଦିନ, ଦୃଢ ସ୍ଥିତିରେ ୱେଷ୍ଟଇଣ୍ଡିଜ

author img

By

Published : Jul 12, 2020, 12:07 PM IST

ଇଂଲଣ୍ଡ ଓ ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନ ଖେଳ ଶେଷ ହୋଇଛି । 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଇଣ୍ଡିଜ ଦଳର ପଲ୍ଲା ଭାରୀ ରହିଛି ।

Eng vs WI: Bowlers put West Indies in commanding position against England in first Test
ସାଉଥାମ୍ପଷ୍ଟନ ଟେଷ୍ଟ: ଆଜି 5ମ ଦିନ, ଦୃଢ ସ୍ଥିତିରେ ୱେଷ୍ଟଇଣ୍ଡିଜ

ସାଉଥାମ୍ପଷ୍ଟନ: ଇଂଲଣ୍ଡ ଓ ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନ ଖେଳ ଶେଷ ହୋଇଛି । 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଇଣ୍ଡିଜ ଦଳର ପଲ୍ଲା ଭାରୀ ରହିଛି । ଇଂଲଣ୍ଡର ସ୍କୋର 284/8 ରହିଛି । ଶେଷ ଦୁଇଟି ୱିକେଟ ବାକି ଥିବାବେଳେ, 170 ରନରେ ଆଗୁଆ ରହିଛି ।

3ୟ ଦିନର ଅସମାପ୍ତ ସ୍କୋର 15/0ରୁ ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ । ଦୁଇ ଓପନର ଡମ ସିବଲେ ଓ ରରି ବର୍ଣ୍ଣସ 72 ରନର ଓପନିଂ ପାର୍ଟନରସିପ କରିଥିଲେ । ରୋଷ୍ଟନ ଚେଜଙ୍କ ଦ୍ବାରା ଏହି ପାର୍ଟନରସିପ ଭଙ୍ଗ ହେବା ପରେ, ଜୋ ଡେନଲି ଓ ସିବଲେଙ୍କ ମଧ୍ୟରେ 41 ରନର ପାର୍ଟନରସିପ ହୋଇଥିଲା । ଏହାପରେ ସିବଲେ ଇଂଲଣ୍ଡ ପକ୍ଷରୁ ପ୍ରଥମ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ତେବେ ଅର୍ଦ୍ଧଶତକ ପୂରଣ କରିବାପରେ ଶୀଘ୍ର ୱିକେଟ ହରାଇ ଥିଲେ ସିବଲେ । ପରେ କ୍ୟାପଟେନ ଷ୍ଟୋକ୍ସ ଓ ଡାକ କ୍ରାୱଲେ ଇଣ୍ଡିଜ ବୋଲରଙ୍କ ସଫଳ ମୁକାବିଲା କରିଥିଲେ । ଉଭୟଙ୍କ ମଧ୍ୟରେ ମ୍ୟାଚ ସର୍ବାଧିକ 98 ରନର ପାର୍ଟନରସିପ ହୋଇଥିଲା ।

ଚା ପାନ ବିରତି ସୁଦ୍ଧା ଇଂଲଣ୍ଡ 54 ରନରେ ଅଗ୍ରଣୀ ଲାଭ କରିଥିଲା । ମାତ୍ର ଷ୍ଟୋକ୍ସ 46 ରନର କରି ଆଉଟ ହେବାପରେ, ପୁନଃ ଇଣ୍ଡିଜ ବୋଲର ପ୍ରଭାବି ସାବ୍ୟସ୍ତ ହୋଇଥିଲେ ।

ତେବେ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ଭାଇସ-କ୍ୟାପଟେନ ଜସ ବଟଲର 7ନମ ସ୍ଥାନରେ ବ୍ୟାଟିଂ ଆସିଥିଲେ ମଧ୍ୟ ଶୀଘ୍ର ଆଉଟ ହୋଇଥିଲେ । ଜୋଫ୍ରା ଆର୍ଚର ଓ ମାର୍କ ଉଡ ଅପରାଜିତ ଅଛନ୍ତି । ଇଂଲଣ୍ଡର ସ୍କୋର 284/8 ରହିଥିବାବେଳେ, 170 ରନରେ ଆଗୁଆ ରହିଛି । ଆଜି ଶେଷ ଦିନରେ ଇଂଲଣ୍ଡକୁ ଶୀଘ୍ର ଆଉଟ କରିବା ସହ, ବିଜୟ ହାସଲ ଲକ୍ଷ୍ୟରେ ରହଛି କାରବିୟନ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.