ETV Bharat / sports

ଇଂଲଣ୍ଡ-ଇଣ୍ଡିଜ ନିର୍ଣ୍ଣାୟକ ଟେଷ୍ଟ: ପ୍ରଥମେ ଇଂଲଣ୍ଡର ବ୍ୟାଟିଂ

author img

By

Published : Jul 24, 2020, 3:40 PM IST

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର । ଫଳରେ ପ୍ରଥମେ ବ୍ୟାଟିଂ କରିବ ଘରୋଇ ଇଂଲଣ୍ଡ ଦଳ ।

ENG VS WI, 3rd Test: West Indies win toss, opt to bowl first in series decider
ଇଂଲଣ୍ଡ-ଇଣ୍ଡିଜ ନିର୍ଣ୍ଣାୟକ ଟେଷ୍ଟ: ପ୍ରଥମେ ଇଂଲଣ୍ଡର ବ୍ୟାଟିଂ

ମାଞ୍ଚେଷ୍ଟର: ଆଜି ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ 3ୟ ତଥା ନିର୍ଣ୍ଣାୟକ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯାଉଛି । ଉଭୟ ଦଳ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି । ଅନ୍ୟପଟେ ଇଂଲଣ୍ଡ ମାଟିରେ ଐତିହାସିକ ଟେଷ୍ଟ ସିରିଜ ବିଜୟୀ ସହ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ହୋଲ୍ଡର ବାହିନୀ । ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିଜୟୀ ହୋଇଥିଲା । ପରେ 2ୟ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ସହ ବିଜୟୀ ହୋଇଥିଲା ଇଂଲଣ୍ଡ । ଫଳରେ 1-1ରେ ସିରିଜ ବରାବର ରହିଛି ।

ତେବେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର । ଫଳରେ ପ୍ରଥମେ ବ୍ୟାଟିଂ କରିବ ଘରୋଇ ଇଂଲଣ୍ଡ ଦଳ ।

ଇଂଲଣ୍ଡ ଟିମରୁ ଜାକ କ୍ରାୱଲେ ଓ ସାମ କରନଙ୍କୁ ବାଦ ଦିଆଯାଇଛି । ଜୋଫ୍ରା ଆର୍ଚର ଓ ଜେମ୍ସ ଆଣ୍ଡରସନଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ ଚୁଡାନ୍ତ ଏକଜାଶରେ ଗୋଟିଏ ପରିବର୍ତ୍ତନା କରିଛି । ଆଲଜେରୀ ଜୋସେଫଙ୍କ ସ୍ଥାନରେ ରହକୀମ କର୍ଣ୍ଣୱାଲଙ୍କୁ ସାମିଲ କରିଛି ।

ଇଂଲଣ୍ଡ ଚୁଡାନ୍ତ ଏକାଦଶ: ଟସ ବଟଲର(ୱିକେଟ କିପର), ରରି ବର୍ଣ୍ଣସ, ଡୋମିନିକ ସିବଲେ, ବେନ ଷ୍ଟୋକ୍ସ, ଓଲି ପୋପ୍, ଡୋମିନିକ ବେସ, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ, କ୍ରିସ ୱର୍କ୍ସ, ମାର୍କ ଉଡ ।

ୱେଷ୍ଟଇଣ୍ଡି ଚୁଡାନ୍ତ ଏକାଦଶ: ସେନ ଡାୱରିଚ(ୱିକେଟ କିପର), ଜେସନ ହୋଲ୍ଡର(କ୍ୟାପଟେନ), ରୋଷ୍ଟନ ଚେଜ୍, କ୍ରେଗ ବ୍ରେଥୱେଟ, ଜନ ଚାମ୍ପବେଲ, ସାଇ ହୋପ, ସମରହ ବ୍ରୁକ୍ସ, ଜେମାଇନ ବ୍ଳାକଉଡ, କେମାର ରୋଚ, ସାନନ ଗାବ୍ରିଏଲ, ରହକୀମ କର୍ଣ୍ଣୱେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.