ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ ଦ୍ବିତୀୟ ଟେଷ୍ଟ: ପ୍ରଥମ ଦିନ ଶେଷ, ଇଂଲଣ୍ଡ 207/3

author img

By

Published : Jul 17, 2020, 10:19 AM IST

ଶୁକ୍ରବାର ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡର ସ୍କୋର 207/3 ରହିଛି ।

Eng vs WI 2nd Test: Sibley 14 runs away from ton, England 207/3 at stumps
ଇଂଲଣ୍ଡ ବନାମ ଇଣ୍ଡିଜ ଦ୍ବିତୀୟ ଟେଷ୍ଟ: ପ୍ରଥମ ଦିନ ଶେଷ, ଇଂଲଣ୍ଡ 207/3

ମାଞ୍ଚେଷ୍ଟର: ଶୁକ୍ରବାର ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡର ସ୍କୋର 207/3 ରହିଛି ।

Eng vs WI 2nd Test: Sibley 14 runs away from ton, England 207/3 at stumps
ଇଂଲଣ୍ଡ ବନାମ ଇଣ୍ଡିଜ ଦ୍ବିତୀୟ ଟେଷ୍ଟ: ପ୍ରଥମ ଦିନ ଶେଷ, ଇଂଲଣ୍ଡ 207/3

ଡୋମିନିକ ସିବଲେ 86 ଓ ବେନ ଷ୍ଟୋକ୍ସଙ୍କ ଅପରାଜିତ 59 ରନ କରି ଅପରାଜିତ ଅଛନ୍ତି । ସିବଲେ ଶତକ ଠାରୁ ମାତ୍ର 14 ରନ ଦୂରରେ ରହିଛନ୍ତି । ଉଭୟ ଷ୍ଟୋକ୍ସ ଓ ସିବଲେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି 3ୟ ସେସନରେ ଇଂଲଣ୍ଡକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇନଥିଲେ । ପ୍ରଥମ ଟେଷ୍ଟର ଉଭୟ ଇଂନିସରେ ଷ୍ଟୋକ୍ସ ଯଥାକ୍ରମେ 43 ଓ 46 ରନର ଇଂନିସ ଖେଳିଥିଲେ । ମାତ୍ର ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି ଷ୍ଟୋକ୍ସ । ପୂର୍ବରୁ କ୍ୟାପଟେନ ଜୋ ରୁଟ 23 ଓ ଓପନର ରରି ବର୍ଣ୍ଣସ 15 ରନ କରି ଆଉଟ ହୋଇଥିଲେ । ତବେ ଜାକ କ୍ରାୱଲେ ଶୂନରେ ଆଉଟ ହୋଇଥିଲେ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ରୋଷ୍ଟନ ଚେଜ 2ଟି ୱିକେଟ ଅକ୍ତିଆର କରିଛନ୍ତି । ଆରଜେରୀ ଜୋସେଫଙ୍କୁ ରୁଟଙ୍କ ୱିକେଟ ମିଳିଛି । ପୂର୍ବରୁ ବର୍ଷା ଯୋଗୁଁ ମ୍ୟାଚ ଆରମ୍ଭରେ ବିଳମ୍ବ ହୋଇଥିଲା । ଫଳରେ ପ୍ରଥମ ସେସନରେ ମାତ୍ର ଗୋଟିଏ ଘଣ୍ଟାର ଖେଳ ସମ୍ଭବ ହୋଇପାରିଥିଲା । ଆଜି ଦ୍ବିତୀୟ ଦିନରେ ଅସମାପ୍ତ ସ୍କୋର 207/3ରୁ ଇଂନିସ ଆରମ୍ଭ କରିବ ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.