ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ: ଦ୍ବିତୀୟ ଦିନ ଖେଳ ଶେଷ, 469ରେ ଇଂଲଣ୍ଡର ପାଳି ଘୋଷଣା

author img

By

Published : Jul 18, 2020, 2:25 AM IST

ଇଂଲଣ୍ଡ ବନାମ ଇଣ୍ଡିଜ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ 469/9 ରେ ପାଳି ଘୋଷଣା କରିଛି ଇଂଲଣ୍ଡ । ୱେଷ୍ଟ ଇଣ୍ଡିଜର ବ୍ୟାଟିଂ ଜାରି । ଅଧିକ ପଢ଼ନ୍ତୁ...

Eng vs WI 2nd Test, England firmly in driver's seat, tired Windies lose early wicket, ଇଂଲଣ୍ଡ ବନାମ ଇଣ୍ଡିଜ, ଦ୍ବିତୀୟ ଦିନ ଖେଳ ଶେଷ, 469ରେ ଇଂଲଣ୍ଡର ପାଳି ଘୋଷଣା
ଇଂଲଣ୍ଡ ବନାମ ଇଣ୍ଡିଜ: ଦ୍ବିତୀୟ ଦିନ ଖେଳ ଶେଷ, 469ରେ ଇଂଲଣ୍ଡର ପାଳି ଘୋଷଣା

ମଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଇଂଲଣ୍ଡ ଶୁକ୍ରବାର ନିଜର ଆଧିପତ୍ୟ ଜାରି ରଖିଛି। ବେନ ଷ୍ଟୋକ୍ସଙ୍କ 176 ପରେ, ଯାହା ଡୋମ ସିବିଲିଙ୍କ ସହ 260 ରନ୍ ଭାଗିଦାରୀର ଅଂଶ ଥିଲା, ଡୋମ ବେସ୍‌ ଏବଂ ଷ୍ଟୁଆର୍ଟ ବ୍ରଡଙ୍କ ୱିକେଟ ପାଇଁ 42 ଯୋଡିଥିଲେ । ଯାହାପରେ ଆୟୋଜକ ଦଳ 469/9ରେ ପାଳି ଘୋଷଣା କରିଥିଲା ।

ତେବେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ପାଇଁ ବ୍ୟାଟିଂ ଆରମ୍ଭ କରି ଓପନର ଜନ୍ କ୍ୟାମ୍ପବେଲଙ୍କୁ ହରାଇ 1 ୱିକେଟ ବିନିମୟରେ 32 ରନ କରିଛି । ତେବେ କ୍ୟାମ୍ପବେଲଙ୍କ ଆଉଟ ହେବା ପରେ ନାଇଟ ୱାଚର ଭାବରେ ଅଲଜାରି ଜୋସେଫ କ୍ରାଇଗ ବ୍ରାଥୱାଇଟଙ୍କ ସହିତ ରହିଛନ୍ତି । ଦିନର ତୃତୀୟ ଅଧିବେଶନ ଷ୍ଟୋକ୍ସ ଏବଂ ଜସ୍ ବଟଲର୍ ଶୀଘ୍ର ସ୍କୋର କରିବାକୁ ଚାହିଁଲେ । ୱେଷ୍ଟଇଣ୍ଡିଜ ବୋଲରମାନେ ପ୍ରଥମ ଦିନରେ ତୃତୀୟ ଅଧିବେଶନ ଏବଂ ଦ୍ବିତୀୟ ଦିନରେ ପ୍ରଥମ ଦୁଇଟି ଅଧିବେଶନରେ ସିବିଲିଙ୍କ ଧୂଆଁଦାର ବ୍ୟାଟିଂ ଆକ୍ରମଣର ଶୀକାର ହୋଇଥିଲେ ।

ସେ କିନ୍ତୁ ଚା ’ପରେ ସେ ଅଧିକ ସମୟ ରହିଲେ ନାହିଁ । ବଟଲର ଚେଜଙ୍କୁ ତିନିଟି ଚାରି ମାରିବା ପରେ ଷ୍ଟୋକ୍ସ କେମର ରୋଚଙ୍କୁ ପରବର୍ତ୍ତୀ ଓଭରରେ ମାରିବାକୁ ଚାହିଁଲେ କିନ୍ତୁ ନିଜ ୱିକେଟ ହରାଇ ବସିଥିଲେ ।

86.5 ଓଭରରେ ରୋଚଙ୍କ ଏହା ପ୍ରଥମ ଟେଷ୍ଟ ୱିକେଟ୍ ଥିଲା। ତେବେ ପରବର୍ତ୍ତୀ ୱିକେଟ ରୋଚଙ୍କ ପାଇଁ ପରବର୍ତ୍ତୀ ବଲରେ ହିଁ କ୍ରିସ ୱୋକ୍ସଙ୍କ ରୂପରେ ଆସିଥିଲା । ଏହାପରେ ବଟଲର 40 ରନ କରି ଆଉଟ ହୋଇଥିଲେ ।

ପରବର୍ତ୍ତୀ ଓଭରରେ ରୋଷ୍ଟନ ଚେଜ୍ କୁରାନ୍ଙ୍କୁ ଆଉଟ କରି ନିଜର ପାଞ୍ଚ ୱିକେଟ ପୁରା କରିଥିଲେ । ସ୍କୋର 469ରେ ପହଞ୍ଚିବା ପରେ ଜୋ ରୁଟ ଇନିଂସ ଘୋଷଣା କରିଥିଲେ।

ୱେଷ୍ଟଇଣ୍ଡିଜ ଇନିଂସର ଦଶମ ଓଭରରେ କ୍ୟାମ୍ପବେଲଙ୍କ ଭାବେ କୁରେନ ପ୍ରଥମ ୱିକେଟ ନେଇଥିଲେ ।

ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନ 32/1 ରେ ଆରମ୍ଭ କରିବ, ଇଂଲଣ୍ଡକୁ ଏହି ସିରିଜକୁ ବରାବର କରିବା ଲକ୍ଷରେ ରହିବ ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ 469/9 (ବେନ୍ ଷ୍ଟୋକ୍ସ 176, ଡୋମ ସିବିଲି 120; ରୋଷ୍ଟନ୍ ଚେଜ୍ 5/172) ବନାମ ୱେଷ୍ଟଇଣ୍ଡିଜ୍ 32/1 (ଆଲଜାରି ଜୋସେଫ * 14, ଜନ୍ କ୍ୟାମ୍ପବେଲ 12; ସାମ କୁରାନ 1/8)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.