ETV Bharat / sports

ଇଂଲଣ୍ଡ-ଇଣ୍ଡିଜ ଦ୍ବିତୀୟ ଟେଷ୍ଟ: 4ର୍ଥ ଦିନ ଖେଳ ଜାରି, ଆଲଜେରୀ ଆଉଟ

author img

By

Published : Jul 19, 2020, 5:19 PM IST

Updated : Jul 19, 2020, 5:32 PM IST

ଇଂଲଣ୍ଡ ଓ ଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନ ଖେଳ ଜାରି ରହିଛି । ଆଲଜେରୀ ଜୋସେଫଙ୍କ ଭାବେ 4ର୍ଥ ଦିନରେ ଇଂଲଣ୍ଡକୁ ପ୍ରଥମ ସଫଳତା ମିଳିଛି ।

ENG VS WI 2nd Test, Day 4: England got first Wicket as Alzarri Joseph out
ଇଂଲଣ୍ଡ-ଇଣ୍ଡିଜ ଦ୍ବିତୀୟ ଟେଷ୍ଟ: 4ର୍ଥ ଦିନ ଜାରି, ଆଲଜେରୀ ଆଉଟ

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନ ଖେଳ ଜାରି ରହିଛି । ବର୍ଷା ଯୋଗୁଁ 3ୟ ଦିନର ଖେଳ ସମ୍ଭବ ହୋଇନଥିଲା । ତେବେ 2ୟ ଦିନର ଅସମାପ୍ତ ସ୍କୋର 31/1ରୁ ଖେଳ ଆରମ୍ଭ କରିଥିଲା ୱେଷ୍ଟଇଣ୍ଡିଜ ।

ଦଳୀୟ ସ୍କୋର 70 ଥିବାବେଳେ ନାଇଟ ୱାଚମ୍ୟାନ ଆଲଜେରୀ ଜୋସେଫ 52 ବଲରେ 32 ରନର ଇଂନିସ ଖେଳି ଆଉଟ ହୋଇଛନ୍ତି । ଫଳରେ 4ର୍ଥ ଦିନରେ ଇଂଲଣ୍ଡକୁ ପ୍ରଥମ ସଫଳତା ମିଳିଛି । ଇଂଲଣ୍ଡ ପକ୍ଷରୁ ଡୋମିନିକ ବେସଙ୍କୁ ଜୋସେଫଙ୍କ ଆକାରରେ ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଛନ୍ତି । ପୂର୍ବରୁ ଓପନର ଜନ ଚାମ୍ପବେଲ ପ୍ରଥମ ୱିକେଟ ଭାବେ ଆଉଟ ହୋଇଥିଲେ ।

ତେବେ ମ୍ୟାଚର 4ର୍ଥ ଦିନ ହୋଇଥିବାରୁ ଇଂଲଣ୍ଡ ଭ୍ରମଣକାରୀ ଦଳକୁ ଶୀଘ୍ର ଆଉଟ କରିବା ଲକ୍ଷ୍ୟରେ ରହିଛି ।

Last Updated : Jul 19, 2020, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.