ETV Bharat / sports

ଇଂଲଣ୍ଡ-ଇଣ୍ଡିଜ ପ୍ରଥମ ଟେଷ୍ଟ, ଚତୁର୍ଥ ଦିନ: ଚା ସୁଦ୍ଧା ଇଂଲଣ୍ଡକୁ 54ରନର ଲିଡ

author img

By

Published : Jul 11, 2020, 11:39 PM IST

#RaiseTheBat ସିରିଜର ପ୍ରଥମ ଟେଷ୍ଟର ଚତୁର୍ଥ ଦିନର ଚା ସୁଦ୍ଧା 54 ରନ ଲିଡ ନେଇଛି ଇଂଲଣ୍ଡ ଦଳ । ଅଧିକ ପଢ଼ନ୍ତୁ...

Eng vs WI 1st Test, Day 4, Sibley- Crawley help hosts take lead, Eng vs WI 1st Test till Tea, ଇଂଲଣ୍ଡ-ଇଣ୍ଡିଜ ପ୍ରଥମ ଟେଷ୍ଟ, ଚା ସୁଦ୍ଧା ଇଂଲଣ୍ଡକୁ 54ରନର ଲିଡ, ଡେନଲି ଓ ସିବଲି
ଇଂଲଣ୍ଡ-ଇଣ୍ଡିଜ ପ୍ରଥମ ଟେଷ୍ଟ, ଚତୁର୍ଥ ଦିନ

ସାଉଥମ୍ପଟନ: ଏଜେସ ବୋଲରେ ଚାଲିଥିବା ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜର ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ଡେନଲି, ଡୋମ ସିବଲି ଓ ଜାକ କ୍ରଲିଙ୍କ ଯଥାକ୍ରମେ 29, 50 ଓ 38 ରନ ବଳରେ ଦ୍ବିତୀୟ ଇନିଂସରେ ଚା ସୁଦ୍ଧା 54 ରନର ଲିଡ ପାଇଛି ଆୟୋଜକ ଦଳ । ବର୍ତ୍ତମାନ କ୍ରଲି ଓ ଷ୍ଟାଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ କ୍ରିଜରେ ଅଛନ୍ତି ।

ଚତୁର୍ଥ ଦିନର ଦ୍ବିତୀୟ ସେସନରେ ଇଂଲଣ୍ଡ ଡେନଲି ଓ ସିବଲିଙ୍କ ୱିକେଟ ହରାଇଛି । ଆୟୋଜକଙ୍କ ସପକ୍ଷରେ ମ୍ୟାଚ ଯାଉଥିବା ବେଳେ ଇଣ୍ଡିଜ ଦଳରୁ ଶାନନ ଗାବ୍ରିଏଲ ଓ ରୋଷ୍ଟନ ଚେଜ ଦୁଇଟି ୱିକେଟ ନେଇ ପୁଣି ଥରେ ନିଜ ଦଳକୁ ମ୍ୟାଚକୁ ଫେରାଇ ଆଣିଥିଲେ । ସିବଲ ଓ ଡେନଲି ଇଂଲଣ୍ଡର ସ୍କୋର 79/1 ଥିବା ବେଳେ ସେସନ ଆରମ୍ଭ କରିଥିଲେ ।

ଗାବ୍ରିଏଲଙ୍କ ବଲରେ ୱିକେଟ କିପର ଶେନ ଡୋରିଚଙ୍କ ହାତରେ ନିଜ ୱିକେଟ ଦେବା ପୂର୍ବରୁ ସିବଲି ନିଜ ଟେଷ୍ଟ କ୍ୟାରିୟର ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ପରେ ଡେନଲିଙ୍କ ସଚେତନତାର 13 ଓଭର ଶେଷ କଲା ପରେ ସେ ଚେଜଙ୍କ ବଲରେ ନିଜ ୱିକେଟ ହରାଇଥିଲେ । ଦ୍ବିତୀୟ ସେସନ ଶେଷରେ ଇଂଲଣ୍ଡ 168/3 ରହିଛି ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ 204 ଏବଂ 168/3 (ସିବିଲି 50, ବର୍ନ୍ସ 42, ଚେଜ 2/45), ୱେଷ୍ଟଇଣ୍ଡିଜ୍ 318 ଅଲଆଉଟ୍ (ବ୍ରାଥୱାଇଟ 65, ଡୋରିଚ୍ 61, ଷ୍ଟୋକ୍ସ 4/49)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.