ETV Bharat / sports

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପାକିସ୍ତାନ ଦଳ ଘୋଷଣା

author img

By

Published : Aug 4, 2020, 8:29 PM IST

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପାକିସ୍ତାନ ଦଳ ଘୋଷଣା ହୋଇଛି ।

Eng v Pak: Sarfaraz in 16-man Pakistan squad for 1st Test
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପାକିସ୍ତାନ ଦଳ ଘୋଷଣା

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପାକିସ୍ତାନ ଦଳ ଘୋଷଣା ହୋଇଛି । ଘୋଷିତ 16 ଜଣିଆ ଦଳରେ ପୂର୍ବତନ କ୍ୟାପଟେନ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ସର୍ଫରାଜ ଅହମ୍ମଦଙ୍କୁ ସ୍ଥାନ ମିଳିଛି ।

Eng v Pak: Sarfaraz in 16-man Pakistan squad for 1st Test
ୱାହାବ ରିଆଜ

3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଓଲ୍ଡ ଟ୍ରାଫର୍ଡରେ ବୁଧବାର ଖେଳାଯିବ। ସେହିପରି ଅଗଷ୍ଟ 13 ଓ 21ରେ ଯଥାକ୍ରମେ ଦ୍ବିତୀୟ ଓ 3ୟ ଟେଷ୍ଟ ସାଉଥାମ୍ପଟନରେ ଖେଳାଯିବ ।

ପାକିସ୍ତାନ ଟେଷ୍ଟ କ୍ୟାପଟେନ ଆଝାର ଅଲ୍ଲୀ ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀରେ ଦଳ ଘୋଷଣା କରିଛନ୍ତି । ୱାହାବ ରିଆଜଙ୍କୁ ପ୍ରଥମ ଟେଷ୍ଟରେ ସ୍ଥାନ ମିଳିନାହିଁ ।

Eng v Pak: Sarfaraz in 16-man Pakistan squad for 1st Test
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପାକିସ୍ତାନ ଦଳ ଘୋଷଣା

ଘୋଷିତ ପାକିସ୍ତାନ ଦଳ: ଆଝାର ଅଲ୍ଲୀ, ବାବାର ଆଜାମ, ଆହିଦ ଅଲ୍ଲୀ, ଆଜାଦ ସାଫିକ, ପୱାଦ ଆଲାମ, ଇମାମ ଉଲ-ହକ,କାଶିଫ ଭାତୀ, ମହମ୍ମଦ ଆବାସ, ମହମ୍ମଦ ରିଜୱାନ, ନସୀମ ସାହ, ସର୍ଫରାଜ ଅହମ୍ମଦ, ସଦାବ ଖାନ, ସାହୀନ ଆଫ୍ରିଦୀ, ସାନ ମାସୁଦ, ସୋହେଲ ଖାନ ଓୟାସିହ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.