ETV Bharat / sports

'ବେନ ଷ୍ଟୋକ୍ସଙ୍କ ପ୍ରଦର୍ଶନରେ ପ୍ରଭାବ ପକାଇପାରେ ଖାଲି ଷ୍ଟାଡିୟମ'

author img

By

Published : Jun 7, 2020, 3:26 PM IST

ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପ୍ରଦର୍ଶନରେ ପ୍ରଭାବ ପକାଇପାରେ ଖାଲି ଷ୍ଟାଡିୟମ । ଏହା କହିଛନ୍ତି ପୂର୍ବତନ ଇଂଲଣ୍ଡ ସ୍ପିଡଷ୍ଟାର ଡାରେନ ଗଫ୍ ।

Empty Stadium could affect Ben Stokes performance
'ବେନ ଷ୍ଟୋକ୍ସଙ୍କ ପ୍ରଦର୍ଶନରେ ପ୍ରଭାବ ପକାଇପାରେ ଖାଲି ଷ୍ଟାଡିୟମ'

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପ୍ରଦର୍ଶନରେ ପ୍ରଭାବ ପକାଇପାରେ ଖାଲି ଷ୍ଟାଡିୟମ । ଏହା କହିଛନ୍ତି ପୂର୍ବତନ ଇଂଲଣ୍ଡ ସ୍ପିଡଷ୍ଟାର ଡାରେନ ଗଫ୍ ।

ବିଶ୍ବକପ ଓ ଆସେସ ସିରିଜ ଓ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ଏକାଧିକବାର ଅବିଶ୍ବସନୀୟ ଇଂନିସ ସହ ଦଳକୁ ବିଜୟୀ କରାଇଛନ୍ତି । ମାତ୍ର ଖାଲି ଷ୍ଟାଡିୟମରେ ବିନା ଦର୍ଶକଙ୍କ ଉପସ୍ଥିତିରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ପ୍ରଭାବିତ ହେବାର ଆଶଙ୍କା ରହିଥିବା ଡାରେନ ଗଫ୍ କହିଛନ୍ତି ।

ମହମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ପ୍ରାୟ 2ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ସ୍ଥଗିତ ରହିଛି । ତେବେ ସୁରକ୍ଷା ଦୃଷ୍ଟିରୁ ଭିଡକୁ ବାରଣ କରାଯାଇଛି । ଫଳରେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଇଂଲଣ୍ଡରେ କ୍ରିକେଟ ଆରମ୍ଭ ନେଇ ପ୍ରସ୍ତୁତି ହେଉଛି । ପ୍ରଥମେ ୱେଷ୍ଟଇଣ୍ଡିଜ ଓ ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.