ETV Bharat / sports

ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

author img

By

Published : Feb 12, 2021, 3:15 PM IST

Updated : Feb 12, 2021, 3:47 PM IST

2nd test: Eng make 4 changes, bring in Moeen, Broad & Foakes
ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

15:01 February 12

ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ହାଇଦ୍ରାବାଦ: ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା । ଦଳକୁ ଫେରିଲେ ବେନ ଫୋକ୍ସ, ମୋଇନ ଅଲୀ, କ୍ରିସ ଓର୍କ୍ସ, ଷ୍ଟୁଆର୍ଟ ବ୍ରଡ ଓ ଓଲି ଷ୍ଟୋନ । ବ୍ୟାଟ୍ସମ୍ୟାନ ଭାବେ ଖେଳିବେ ଜନୀ ବେୟାରଷ୍ଟୋ । ବଟଲରଙ୍କ ସ୍ଥାନରେ ୱିକେଟକିପିଂ ସମ୍ଭାଳିବେ ଫୋକ୍ସ । ଶନିବାର ଠାରୁ ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବ ।  

ଜୋଫ୍ରା ଆର୍ଚର ଆହତ ଓ ଜସ ବଟଲର ରୋଟେସନ ପଲିସି ଅନୁଯାୟୀ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିସାରିଛନ୍ତି । ଭ୍ରମଣକାରୀ ଦଳ ଭେଟରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଓ ଅଫ ସ୍ପିନର ଡମ ବେସଙ୍କୁ ସାମିଲ କରିନାହିଁ ।

ଦ୍ବିତୀୟ ଟେଷ୍ଟ ପାଇଁ ଦଳରେ 4ଟି ପରିବର୍ତ୍ତନ ହୋଇଛି,  ବେନ ଫୋକ୍ସ, ମୋଇନ ଅଲୀ, କ୍ରିସ ଓର୍କ୍ସ, ଷ୍ଟୁଆର୍ଟ ବ୍ରଡ ଓ ଓଲି ଷ୍ଟୋନ ଦଳକୁ ଫେରିଛନ୍ତି । 12ଜଣ ଖେଳାଳିଙ୍କ ନାମ ଚୁଡାନ୍ତ ହୋଇଥିବା ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଶୁକ୍ରବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।  

ଇଂଲଣ୍ଡ 12 ଜଣିଆ ସ୍କାଡ: ଡମ ସିବଲେ, ରରି ବର୍ଣ୍ଣସ, ଡାନ ଲରେନ୍ସ, ଜୋ ରୁଟ(କ୍ୟାପଟେନ), ବେନ ଷ୍ଟୋକ୍, ଓଲି ପୋପ, ବେନ ଫୋକ୍ସ, ମୋଇନ ଅଲୀ, ଷ୍ଟୁଆର୍ଟ ବ୍ରଡ, କ୍ରିସ ୱର୍କ୍ସ, ଜାକ ଲିଚ, ଓଲି ଷ୍ଟୋନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2021, 3:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.