ETV Bharat / sports

Women World Cup 2022: ଇଣ୍ଡିଜ ବିପକ୍ଷରେ ଅପରାଜେୟ ଅଷ୍ଟ୍ରେଲିଆର ବୃହତ ବିଜୟ

author img

By

Published : Mar 15, 2022, 9:25 PM IST

ମହିଳା ବିଶ୍ବକପର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୧୩୧ ରନ୍‌ରେ ଅଲଆଉଟ କରିବାପରେ ଅଷ୍ଟ୍ରେଲିଆ ୭ ୱିକେଟରେ ବିଜୟୀ । ଅଧିକ ପଢନ୍ତୁ

Women World Cup 2022
Women World Cup 2022: ଇଣ୍ଡିଜ ବିପକ୍ଷରେ ଅପରାଜେୟ ଅଷ୍ଟ୍ରେଲିଆର ବୃହତ ବିଜୟ

ୱେଲିଂଟନ: ମହିଳା କ୍ରିକେଟ ବିଶ୍ବକପରେ ଅଷ୍ଟ୍ରେଲିଆ ଟିମର ଘାତକ ବୋଲିଂ ଦେଖିବାକୁ ମିଳିଛି । ଅଲରାଉଣ୍ଡର ଏଲିସ ପେରୀ(୩/୨୨) ଓ ଗାର୍ଡନରଙ୍କ(୩/୨୫) ଘାତକ ବୋଲିଂ ବଳରେ ମଙ୍ଗଳବାର ଖେଳାଯାଇଥିବା ମହିଳା ବିଶ୍ବକପର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୧୩୧ ରନ୍‌ରେ ଅଲଆଉଟ କରିଥିଲା ଅଷ୍ଟ୍ରେଲିଆ । ପରେ ଅଷ୍ଟ୍ରେଲିଆର ଶୀର୍ଷକ୍ରମ ବ୍ୟାଟ୍‌ର ରାଚେଲ ହେନ୍ସ ଅପରାଜିତ ୮୩ ରନ୍‌ର ଇଂନିସ ଖେଳି ଟିମକୁ ୭ ୱିକେଟର ବିଜୟ ଭେଟି ଦେଇଥିଲେ । ୧୧୮ ବଲ୍‌ ବାକିଥାଇ ସହଜ ବିଜୟ ଲକ୍ଷ୍ୟକୁ ହାସଲ କରି କଙ୍ଗାରୁ ଟିମ ଟୁର୍ନାମେଣ୍ଟରେ ଏଯାବତ ଅପରାଜେୟ ରହିଛି ।

  • Another starring performance from Ellyse Perry has helped Australia stay unbeaten at #CWC22 with an emphatic seven-wicket win over West Indies. https://t.co/fE1FAYQdSz

    — ICC (@ICC) March 15, 2022 " class="align-text-top noRightClick twitterSection" data=" ">

ପେରୀ ଓ ଗାର୍ଡନରଙ୍କ ଜବରଦସ୍ତ ବୋଲିଂ ଯୋଗୁଁ କର୍ଟନି ୱାର୍ଲସଙ୍କ ନେତୃତ୍ବାଧୀନ ଟିମ ୱେଷ୍ଟଇଣ୍ଡିଜକୁ ୪୫.୫ ଓଭରରେ ୧୩୧ ରନ୍‌ରେ ଅଲଆଉଟ୍‌ କରିଥିଲା । ଜବାବରେ ହେନ୍ସଙ୍କ ଧମାକାଦାର ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆ ୩୦.୨ ଓଭରରେ ବୃହତ ବିଜୟ ହାସଲ କରିଥିଲା ।

ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ ୪୫.୫ ଓଭରରେ ୧୩୧ ରନ୍‌(ଷ୍ଟେଫନି ଟେଲର ୫୦, ଏଲିସ ପେରୀ ୩/୨୨, ଏସଲେ ଗାର୍ଡନର ୩/୨୫, ଜୋସ ଜୋନାସେନ ୨/୧୮) ଅଷ୍ଟ୍ରେଲିଆ ୩୦.୨ ଓଭରରେ ୧୩୨/୩(ଏସଲେ ହେନ୍ସ ଅପରାଜିତ ୮୩, ବେଥ ମୁନି ୨୮ ଅପରାଜିତ) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.