ETV Bharat / sports

Auction Action: ଜେସନ ହୋଲ୍ଡରଙ୍କୁ କିଣିପାରେ RCB

author img

By

Published : Feb 8, 2022, 12:25 PM IST

ବିଶ୍ବ କ୍ରିକେଟର ଅନ୍ୟତମ ଷ୍ଟାର ଅଲରାଉଣ୍ଡର ତଥା ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡରଙ୍କୁ ନେଇ ଚର୍ଚ୍ଚା । ଆଗାମୀ ଆଇପିଏଲ ୨୦୨୨ ମେଗା ଖେଳାଳି ନିଲାମରେ ମହଙ୍ଗା ଖେଳାଳି ହୋଇପାରନ୍ତି ହୋଲ୍ଡର । ଅଧିକ ପଢନ୍ତୁ

Auction Action: RCB may bid handsomely for Holder
Auction Action: ଜେସନ ହୋଲ୍ଡରଙ୍କୁ କିଣିପାରେ RCB

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟର ଅନ୍ୟତମ ଷ୍ଟାର ଅଲରାଉଣ୍ଡର ତଥା ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡରଙ୍କୁ ନେଇ ଚର୍ଚ୍ଚା । ଆଗାମୀ ଆଇପିଏଲ ୨୦୨୨ ମେଗା ଖେଳାଳି ନିଲାମରେ ମହଙ୍ଗା ଖେଳାଳି ହୋଇପାରନ୍ତି ହୋଲ୍ଡର । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ହୋଲ୍ଡରଙ୍କୁ କିଣି କ୍ୟାମ୍ପ୍‌ରେ ସାମିଲ କରିବା ଆଶା କରାଯାଉଛି । ବିରାଟ କୋହଲି, ଗ୍ଳେନ ମାକ୍ସୱେଲ ଓ ମହମ୍ମଦ ସିରାଜ ଫ୍ରାଞ୍ଚାଇଜର ରିଟେନ ଖେଳାଳି ରହିଛନ୍ତି । ଫଳରେ ଫର୍ମରେ ଥିବା ଅଲରାଉଣ୍ଡର ସନ୍ଧାନରେ ଥିବା ଆରସିବି ଅଧିକ ଦାମ୍‌ରେ ହୋଲ୍ଡରଙ୍କୁ କିଣିବା ନେଇ ଚର୍ଚ୍ଚା ହେଉଛି ।

ଏହାମଧ୍ୟ ପଢନ୍ତୁ: IPL 2022: ନୂଆ ଅହମ୍ମଦାବାଦ ଟିମର ନାମ ଅହମ୍ମଦାବାଦ ଟାଇଟାନ୍‌ସ

ବେନ ଷ୍ଟୋକ୍ସ ଉପଲବ୍ଧ ନାହାନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଓ ମାର୍କସ ଷ୍ଟୋଇନିସ କିଣିହୋଇସାରିଛନ୍ତି । ଆହତ ସମସ୍ୟାରେ ଥିବା ମିଚେଲ ମାର୍ଶ ସଂପୂର୍ଣ୍ଣ ଆଇପିଏଲ ଖେଳିବାକୁ ନେଇ ଆଶଙ୍କା ରହିଛି । ଏପରି ସ୍ଥିତିରେ ଆରସିବି ହୋଲ୍ଡରଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି । ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ଆରସିବି ପାଖରେ ୫୭ କୋଟି ବଳକା ରାଶି ରହିଛି । ହୋଲ୍ଡରଙ୍କ ବ୍ୟତୀତ CSK ବ୍ୟାଟ୍‌ର ଅମ୍ବାତି ରାୟୁଡୁ ଓ ରାଜସ୍ଥାନ ରୟାଲ୍ସ ବ୍ୟାଟ୍‌ର ରିଆନ ପରାଗଙ୍କୁ ମଧ୍ୟ ଆରସିବି କିଣିବାକୁ ଲକ୍ଷ୍ୟ ରଖିବାକୁ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.