ETV Bharat / sports

Asia cup 2022, ବିରାଟଙ୍କ ଉପରେ ନଜର, ଆଜି ଖେଳିବେ ୧୦୦ ତମ ଟି-୨୦ ମ୍ୟାଚ

author img

By

Published : Aug 28, 2022, 4:37 PM IST

ପ୍ରାୟ ମାସେ ପରେ ଏସିଆ କପରେ ବିରାଟ କୋହଲି Virat Kohli ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଆଜିର ଭାରତ ପାକିସ୍ତାନ India VS Pakistan ହାଇଭୋଲଟେଜ ମ୍ୟାଚରେ କ୍ରିକେଟ ପ୍ରେମୀଙ୍କ ନଜର ବିରାଟଙ୍କ (Virat Kohali ) ଉପରେ ରହିବ । ଆଜି ଖେଳିବେ ତାଙ୍କ କ୍ୟାରିୟରର ୧୦୦ ତମ ଟି-୨୦ ମ୍ୟାଚ । ଅଧିକ ପଢନ୍ତୁ

Asia cup 2022, ବିରାଟଙ୍କ ଉପରେ ନଜର, ଆଜି ଖେଳିବେ ୧୦୦ ତମ ଟି-୨୦ ମ୍ୟାଚ
Asia cup 2022, ବିରାଟଙ୍କ ଉପରେ ନଜର, ଆଜି ଖେଳିବେ ୧୦୦ ତମ ଟି-୨୦ ମ୍ୟାଚ

ହାଇଦ୍ରାବାଦ: ଚଳିତ ଏସିଆ କପ ଟୁର୍ଣ୍ଣାମେଣ୍ଟରେ (Asia Cup 2022 ) ଆଜି ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍‌ର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ବିରାଟ ଖେଳିବେ ତାଙ୍କ କ୍ୟାରିୟରର ୧୦୦ତମ ଟି୨୦ ମ୍ୟାଚ (Virat Kohli 100th T20I Match) । ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଜୁଲାଇରେ ଇଂଲଣ୍ଡ ଗସ୍ତ ପରେ ବିଶ୍ରାମ ଦିଆଯାଇଥିଲା । ପ୍ରାୟ ଏସମାସରୁ ଅଧିକ ସମୟ ପରେ ଏସିଆ କପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ପାକିସ୍ତାନ ବିପକ୍ଷ ( India VS Pakistan) ହାଇଭୋଲଟେଜ ମ୍ୟାଚରେ କ୍ରିକେଟପ୍ରେମୀ ବିରାଟଙ୍କ ଠାରୁ ବଡ ଇଂନିସ ଆଶା ରଖିଛନ୍ତି ।

ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ୨୦୧୦ ମସିହା ଜିମ୍ବାୱେ ବିପକ୍ଷରେ ହରାରେ ସ୍ପର୍ଟସ କ୍ଲବରେ ନିଜର ଟି୨୦ ଡେବ୍ୟୁ କରିଥିଲେ । ପ୍ରଥମ ଟି୨୦ ମ୍ୟାଚରେ ବିରାଟ କୋହଲି ୨୧ ବଲରୁ ୩ଟି ଚୌକା ଏବଂ ଗୋଟିଏ ଛକା ସହିତ ୨୬ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ଭାରତ ଏହି ମ୍ୟାଚରେ ୬ ୱିକେଟରେ ଜିମ୍ବାୱେକୁ ହରାଇଥିଲା । ସେବେଠାରୁ ସେ ଅନ୍ତର୍ଜାତୀୟ ଟି୨୦ରେ ୯୯ଟି ମ୍ୟାଚ ଖେଳି ୩୩୦୮ ରନ ସଂଗ୍ରହ କରିଛନ୍ତି । ଟି-୨୦ ମ୍ୟାଚରେ ବିରାଟଙ୍କ ସର୍ବଶ୍ରେଷ୍ଠ ସ୍କୋର ୯୪ ରନ ରହିଛି । ଏହି ଫର୍ମାଟର ଷ୍ଟ୍ରାଇକରେଟ୍‌ ୧୩୭.୬୬ ରହିଛି ।

ସେହିପରି ଅଧିନାୟକ ଭାବରେ ବିରାଟ କୋହଲି ୫୦ଟି ମ୍ୟାଚର ନେତୃତ୍ବ ନେଇ ୩୦ଟି ମ୍ୟାଚରେ ଭାରତକୁ ବିଜୟର ସ୍ବାଦ ଚଖାଇଥିଲେ । ସେହିପରି ଭାବରେ ୧୬ ମ୍ୟାଚରେ ପରାଜିତ ହୋଇଥିଲେ । ଦୁଇଟି ମ୍ୟାଚ ଟାଇ ହେବା ସହିତ ଦୁଇଟି ମ୍ୟାଚର କୌଣସି ଫଳାଫଳ ବାହାରି ନଥିଲା । ତେବେ ଏହି ଫର୍ମାଟରେ ତାଙ୍କର ଷ୍ଟ୍ରାଇକରେଟ୍‌ ୬୪.୫୮ ରହିଛି ।

୨୦୨୦ ଟି୨୦ ବିଶ୍ବକପରେ ଟିମ ଇଣ୍ଡିଆ ବିରାଟଙ୍କ ନେତୃତ୍ବରେ ଖେଳିଥିଲା । ହେଲେ ଟିମ ନିରାଶ ହୋଇଥଲା । ତେବେ ବିରାଟ ଆଜିର ମ୍ୟାଚରେ ଚ୍ୟାଲେଞ୍ଜର ସହିତ ପଡିଆକୁ ବ୍ୟାଟିଂ ପାଇଁ ଓହ୍ଲାଇବେ । ଗୋଟେ ପଟେ ୨୦୨୦ ବିଶ୍ବକପରେ ପାକିସ୍ତାନଠାରୁ ପରାଜୟର ପ୍ରତିଶୋଧ ନେବା ସହିତ ଅନ୍ୟ ପରେ ନିଜର ପୁରୁଣା ଫର୍ମକୁ ଫେରି ଆଜିର ମ୍ୟାଚରେ ବଡ ଇନିଂସ ଖେଳିବାକୁ ରହିଛି । ଆଜିର ଭାରତ ପାକିସ୍ତାନ ମ୍ୟାଚରେ ବିରାଟ ୧୦୦ତମ ଟି୨୦ ମ୍ୟାଚ ଖେଳିବାକୁ ଯାଉଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.