ETV Bharat / sports

Asia Cup 2022: ସୁପର 4 ରାଉଣ୍ଡରେ ପ୍ରବେଶ ପାଇଁ ରୋହିତ ବାହିନୀର ନଜର

author img

By

Published : Aug 31, 2022, 5:55 PM IST

ହଂକଂକୁ ପରାସ୍ତ କରିବାରେ ସଫଳ ହେଲେ ଭାରତ ସିଧାସଳଖ ସୁପର 4 ରାଉଣ୍ଡରେ ପ୍ରବେଶ କରିବା ଲାଗି ସକ୍ଷମ ରଖିବ । ତେବେ ରୋହିତ ବାହିନୀ ଆଜିର ମ୍ୟାଚକୁ ଏତେ ହାଲୁକା ଭାବରେ ନେବ ନାହିଁ । ଅଧିକ ପଢନ୍ତୁ

Asia Cup 2022:  ସୁପର 4 ରାଉଣ୍ଡରେ ପ୍ରବେଶ ପାଇଁ ରୋହିତ ବାହିନୀର ନଜର
Asia Cup 2022: ସୁପର 4 ରାଉଣ୍ଡରେ ପ୍ରବେଶ ପାଇଁ ରୋହିତ ବାହିନୀର ନଜର

ହାଇଦ୍ରାବାଦ: ଆଜି ( ବୁଧବାର ) ସନ୍ଧ୍ୟାରେ ହଂକଂକୁ ଭେଟିବ ଭାରତ । ହଂକଂକୁ ( India VS Hong Kong ) ପରାସ୍ତ କରିବାରେ ସଫଳ ହେଲେ ଭାରତ ସିଧାସଳଖ ସୁପର 4 ରାଉଣ୍ଡରେ ପ୍ରବେଶ କରିବା ଲାଗି ସକ୍ଷମ ହେବ । ତେବେ ରୋହିତ ବାହିନୀ ଆଜିର ମ୍ୟାଚକୁ ଏତେ ହାଲୁକା ଭାବରେ ନେବ ନାହିଁ । ସେପଟେ ଏସିଆ କପରେ (Asia Cup 2022) ହଂକଂର ଆଜି ପ୍ରଥମ ମ୍ୟାଚ । ହଂକଂ ମଧ୍ୟ ବିଜୟ ଅଭିଯାନରୁ ଏସିଆ କପ ଆରମ୍ଭ କରିବାର ଚେଷ୍ଟା ଜାରି ରଖିବ ।

ଏସିଆ କପରେ ଭାରତ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିଛି । ରବିବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ହରାଇ ବିଜୟ ଲାଭ କରିଥିଲା ଭାରତ । ସେପଟେ ଭାରତ ଆଜି ଦ୍ବିତୀୟ ମ୍ୟାଚରେ ଗୃପ ଏର ହଂକଂକୁ ଭେଟିବ । ମ୍ୟାନ ଇନ ବ୍ଲୁ ଆଜିର ମ୍ୟାଚରେ ହଂକଂକୁ ହରାଇ ସୁପର 4 ରାଉଣ୍ଡରେ ପ୍ରବେଶ କରିବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବ । ପୂର୍ବ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟ ଲାଭ କରିଥିଲେ ମଧ୍ୟ ପାକିସ୍ତାନ ମ୍ୟାନ ଇନ ବ୍ଲୁ ଦକ୍ଷତାର ପରୀକ୍ଷା କରାଇଥିଲା । ପ୍ରତି ବଲରେ ମ୍ୟାଚର ଗତି ପଥ ବଦଳିବା ସହିତ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ କାହା ହାତକୁ ଯିବ ଜଣା ପଡିବା ମୁସ୍କିଲ ହୋଇ ପଡିଥିଲା । ପ୍ରଥମ ଅର୍ଡର ବ୍ୟାଟିଂ ଲାଇନ ଦୃଢ ନ ଥିବା ଭଳି ସ୍ଥିତି ଉପୁଜିଥିଲା । ଲୋକେଶ ରାହୁଲ ଜିରୋରେ ଆଉଟ ହେବା ସହିତ ରୋହିତ ଶର୍ମା ୧୨ ରନର ଇନିଂସ ଖେଳି ଆଉଟ ହୋଇଯାଇଥିଲେ । ସେହିପରି ତୃତୀୟ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଭଲ ପାଳି ଆରମ୍ଭ କରି ୩୪ ବଲରେ ୩୫ ରନ କରି ଆଉଟ ହୋଇଯାଇଥିଲେ ।

ସୁପର 4 ରାଉଣ୍ଡରେ ଆଗକୁ ମହା ମୁକାବିଲା ହେବାକୁ ଯାଉଛି । ହଂକଂ ମ୍ୟାଚରେ ଭାରତର ପ୍ରଥମ ଅର୍ଡର ବ୍ୟାଟିଂ କ୍ରମ ସୁଦୃଢ କରିବା ପାଇଁ ଏକ ସୁଯୋଗ ରହିଛି । ସେହିପରି ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଏବଂ ଦୀପକ ହୁଡ୍ଡାଙ୍କ ଫର୍ମ ବ୍ୟାଟିଂ ଭାର ସମ୍ଭାଳିବା ପାଇଁ ଭରସାଯୋଗ୍ୟ ରହିଛନ୍ତି । ମିଡିଲ ଅର୍ଡର ବ୍ୟାଟରଙ୍କୁ ଏହି ଫର୍ମ ବଜାୟ ରଖିବାକୁ ପଡିବ । ଅନ୍ୟପଟେ ଯେତେବେଳେ ବିପକ୍ଷ ଦଳର ବୋଲର ଆକ୍ରମଣରେ ଭାରତର ପ୍ରଥମ ଅର୍ଡର ଶୀଘ୍ର ପାଭଲିୟନ ଲେଉଟି ଯାଉଛନ୍ତି ସେତେବେଳେ ସମସ୍ତଙ୍କ ନଜର ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଉପରେ ଅଧିକ ରହୁଛି ।

ସେପଟେ ବୋଲିଂ ସ୍ଥିତିରେ ଭାରତୀୟ ପେସର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଅଲଆଉଟ କରି ନିଜର ଜଲୱା ଦେଖାଇଛନ୍ତି । ଫାଷ୍ଟ ବୋଲର ଭୁବନେଶ୍ବର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଆଭେଷ ଖାନ, ଅର୍ଶଦୀପ ସିଂହ ପାକିସ୍ତାନର ସମସ୍ତ ୧୦ ୱିକେଟ ନେବାରେ ସଫଳ ହୋଇଛନ୍ତି । ଯଦି ଫାଷ୍ଟ ବୋଲରଙ୍କ ରଣ କୌଶଳ ଫେଲ ମାରିଯାଏ ତାହେଲେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ, ରବି ବିଷ୍ଣୋଇ ଏବଂ ୟୁଜିବେନ୍ଦ୍ର ଚହଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.