ETV Bharat / sports

Asia Cup, ଆଫଗାନିସ୍ତାନଠୁ 4 ୱିକେଟରେ ଜିତିଲା ଶ୍ରୀଲଙ୍କା

author img

By

Published : Sep 4, 2022, 7:41 AM IST

ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ସୁପର-4 ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା । ଆଫଗାନିସ୍ତାନଠୁ 6 ୱିକେଟ ହରାଇ ବିଜୟ ହାସଲ କରି ନେଇଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ

ଆଫଗାନିସ୍ତାନକୁ 4 ୱିକେଟରେ ଜିତିଲା ଶ୍ରୀଲଙ୍କା
ଆଫଗାନିସ୍ତାନକୁ 4 ୱିକେଟରେ ଜିତିଲା ଶ୍ରୀଲଙ୍କା

ଦୁବାଇ: ଆଫଗାନିସ୍ତାନ ଗୁରବାଜଙ୍କ ଅର୍ଦ୍ଧଶତକ ବୃଥା ହୋଇଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ଏସିଆ କପ୍ ସୁପର-4 ରାଉଣ୍ଡ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 6 ୱିକେଟ ହରାଇ 175 ରନ କରିଥିଲା । ଜବାବରେ ଶ୍ରୀଲଙ୍କା 19.1 ଓଭରେର 6 ୱିକେଟ ହରାଇ ବିଜୟ ହାସଲ କରିଛି । ଏହା ସହ ଲିଗ ପର୍ଯ୍ୟାୟର ପ୍ରତିଶୋଧ ନେଇଛି ଦଳ । ସୁପର-4 ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା ।

ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଆଫଗାନିସ୍ତାନ । ରହମନୁଲ୍ଲା ଗୁରୁବାଜ ଓ ହାଜରାତୁଲ୍ଲା ଜାଜାଇ ପାଳି ଆରମ୍ଭ କରିଥିଲେ । ହାଜରାତୁଲ୍ଲା ଜାଜାଇଙ୍କୁ (13) ସଅଳ ଆଉଟ କରିବାରେ ସଫଳ ହୋଇଥିଲେ ଶ୍ରୀଲଙ୍କା ବୋଲର । ଅନ୍ୟ ଓପନର ରହମନୁଲ୍ଲା ଗୁରୁବାଜ ବିସ୍ଫୋରକ ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କ ଲୟ ବିଗାଡି ଦେଇଥିଲେ । ପରବର୍ତ୍ତୀ ବ୍ୟାଟର ଇବ୍ରାହିମ ଜାଦ୍ରାନ ତାଙ୍କୁ ଉପଯୁକ୍ତ ସାହାଯ୍ୟ କରିଥିଲେ । ଦଳୀୟ ସ୍କୋର 139 ବେଳକୁ ଗୁରବାଜ ବ୍ୟକ୍ତିଗତ 84 ରନ କରି ଆଉଟ ହୋଇଥିଲେ । ଏହାପରେ ମ୍ୟାଚକୁ ଫେରିଥିଲା ଶ୍ରୀଲଙ୍କା । ପରବର୍ତ୍ତୀ ବ୍ୟାଟରମାନେ ଦ୍ରୁତ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । 6 ୱିକେଟ ହରାଇ ଆଫଗାନିସ୍ତାନର ରନ ଗାଡି 175ରେ ଅଟକିଥିଲା । ଅନ୍ୟମାନଙ୍କ ମଧ୍ୟରେ ଇବ୍ରାହିମ 40, ନଜିବୁଲ୍ଲା 17, ମହମ୍ମହ 1, ରସିଦ ଖାନ 9 ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା ସର୍ବାଧିକ 2ଟି ୱିକେଟ ନେଇଥିଲେ।

ଏହା ବି ପଢନ୍ତୁ...ଭାରତକୁ ଶକ୍ତ ଝଟକା, ଟି-୨୦ ବିଶ୍ୱକପରୁ ବାଦ ପଡିବେ ଜାଡେଜା !

176 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଶ୍ରୀଲଙ୍କା । ଆଫଗାନିସ୍ତାନ ସ୍ପିନ ବାହିନୀ ବିପକ୍ଷରେ 176 ରନ ବିଜୟ ଲକ୍ଷ୍ୟ ସହଜ ନଥିଲା । ଶ୍ରୀଲଙ୍କାର ଦୁଇ ଓପନର ପଥୁନ ନିଶଙ୍କା ଓ କୁଶଲ ମେଣ୍ଡିସ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି 62 ରନ ସଂଗ୍ରହ କରିଥିଲେ । ମେଣ୍ଡିସ ବ୍ୟକ୍ତିଗତ 36 ରନ କରି ପ୍ରଥମେ ଆଉଟ ହୋଇଥିଲେ । ପରେ ପରେ 32 ରନ ମଧ୍ୟରେ ଶ୍ରୀଲଙ୍କା 2ଟି ୱିକେଟ ହରାଇଥିଲା । ନିଶଙ୍କା 35 ରନ ଓ ଚରଥ ଆଶାଲଙ୍କା 8 ରନ କରି ଆଉଟ ହୋଇଥିଲେ । ଅଧିନାୟକ ଡାସୁନ ଶଣକା (10) ରନ କରି ସଅଳ ପାଭିଲିୟନ ଫେରିଥିଲେ । ହେଲେ ଶ୍ରୀଲଙ୍କା ଲଢେଇ ଜାରି ରଖିଥିଲା । ଦନୁଷ୍କା ଗୁଣତିଲକ ଓ ଭାନୁକା ରାଜାପାକ୍ସା ଦ୍ରୁତ ରନ ସଂଗ୍ରହ କରିବା ଫଳରେ 5ଟି ବଲ ବାକି ଥାଇ ରୋମାଞ୍ଚକର ବିଜୟ ହାସଲ କରିଥିଲା ଶ୍ରୀଲଙ୍କା । ଗୁଣତିଲକ 32 ଓ ରାଜାପାକ୍ସା 31 ରନ କରିଥିଲେ । ଅନ୍ତିମ ଭାଗରେ ୱାନିଣ୍ଡୁ ହସରଙ୍କା ଅପରାଜିତ 16 ରନ କରି ଦଳକୁ ଜିତାଇଥିଲେ । ସୁପର-4 ରାଉଣ୍ଡରେ ବିଜୟ ସହ ଲିଗ ପର୍ଯ୍ୟାୟରୁ ପ୍ରତିଶୋଧ ନେଇଛି ଶ୍ରୀଲଙ୍କା । ଏସିଆ କପ୍ ପ୍ରଥମ ମ୍ୟାଚ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା । ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ଆଫଗାନିସ୍ତାନ।

ଏହା ବି ପଢନ୍ତୁ...Asia Cup 2022: କାଲି Super Four ସୁପର ସୋ, ପାକିସ୍ତାନ କହିଲା ଆମେ ପ୍ରସ୍ତୁତ

ପ୍ରକାଶ ଥାଉକି, ଆଜି ସୁପର 4 ରାଉଣ୍ଡରେ ସୁପର ସନ ଡେରେ ପୁଣି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ । ଲିଗ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଭାରତ ଗ୍ରୁପ ଏରେ ଖେଳିଥିବା ଦୁଇଟି ମ୍ୟାଚରେ ପାକିସ୍ତାନ ଓ ହଂକଂକୁ ହରାଇ ସିଧାସଳଖ ସୁପର ଫୋର ରାଉଣ୍ଡରେ ପ୍ରବେଶ କରିଛି । ଦୁଇଟି ମ୍ୟାଚ ବିଜୟ ସହ Super Four ଟେବୁଲ ପଏଣ୍ଟରେ ଚାରି ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି ଭାରତ ।

ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.