ETV Bharat / sports

Asia Cup 2022: ପାକିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By

Published : Sep 4, 2022, 7:13 PM IST

Updated : Sep 4, 2022, 7:30 PM IST

ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ମହାମୁକାବିଲା । ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଟିମ । ଅଧିକ ପଢନ୍ତୁ

Asia Cup 2022: ଟସ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ
Asia Cup 2022: ଟସ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

ହାଇଦ୍ରାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ମହାମୁକାବିଲା । ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଟିମ । ଭାରତୀୟ ଚୁଡାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ ହୋଇଛି । ଜାଡେଜା ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବା ପରେ ଭାରତୀୟ ଟିମ ଅଭେଶ ଖାନ୍‌ ଓ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ହଂକଂ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି । ସେହିପରି ଦୀପକ ହୁଡ୍ଡା ଓ ରବି ବିଷ୍ଣୋଇଙ୍କୁ ମଧ୍ୟ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।

ଚୁଡାନ୍ତ ଏକାଦଶ

ଭାରତ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜିବେନ୍ଦ୍ର ଚହଲ, ରବି ବିଷ୍ଣୋୟୀ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ ।

ପାକିସ୍ତାନ: ବାବର ଆଜମ (ଅଧିନାୟକ), ଫଖର ଜମାନ, ମହମ୍ମଦ ରିଜୱାନ, ଖୁସଦିଲ ଶାହା, ଇଫତିଖର ଅହମ୍ମଦ, ସହଦାବ ଖାନ, ଆସିଫ ଅଲ୍ଲୀ, ମହମ୍ମଦ ନୱାଜ, ହରିସ ରୌଫ, ମହମ୍ମଦ ହାସନ, ନସିମ ଶାହା ।

Last Updated : Sep 4, 2022, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.