ETV Bharat / sports

Asia Cup 2022: ଶ୍ରୀଲଙ୍କାକୁ ୧୭୪ ଟାର୍ଗେଟ, ରୋହିତଙ୍କ ଦମଦାର ଅର୍ଦ୍ଧଶତକ

author img

By

Published : Sep 6, 2022, 9:33 PM IST

Updated : Sep 6, 2022, 9:45 PM IST

ଏସିଆ କପରେ ଭାରତ ବନାମ ଶ୍ରୀଲଙ୍କାର ଖେଳୁଛି ସୁପର ୪ ମୁକାବିଲା ଚାଲିଛି । ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଇଛି ଭାରତ । ଅଧିକ ପଢନ୍ତୁ

Asia Cup 2022 : ଶ୍ରୀଲଙ୍କାକୁ ୧୭୪ ଟାର୍ଗେଟ, ରୋହିତଙ୍କ ଦମଦାର ଅର୍ଦ୍ଧଶତକ
Asia Cup 2022 : ଶ୍ରୀଲଙ୍କାକୁ ୧୭୪ ଟାର୍ଗେଟ, ରୋହିତଙ୍କ ଦମଦାର ଅର୍ଦ୍ଧଶତକ

ହାଇଦ୍ରାବାଦ: ଏସିଆ କପରେ ଭାରତ ବନାମ ଶ୍ରୀଲଙ୍କାର ଖେଳୁଛି ସୁପର ୪ ମୁକାବିଲା ଚାଲିଛି । ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଇଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୩ ରନ କରିଛି । ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଆଜିର ସୁପର ୪ ମୁକାବିଲାରେ ଅଧିନାୟକ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା । ପ୍ରଥମରୁ ଓପନିଂ ଯୋ଼ଡି ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ଦ୍ବିତୀୟ ଓଭରରେ ଲୋକେଶ ରାହୁଲ ୬ ରନ କରି ଆଉଟ ହୋଇଯାଇଥିଲେ । ତୃତୀୟ ଅର୍ଡରରେ ବ୍ୟାଟିଂ ପାଇଁ ଆସୁଥିବା ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଦିଲସନ ମଧୁଶଙ୍କାଙ୍କ ବଲରେ ଜିରୋରେ ଆଉଟ ହୋଇ ସହଳ ପାଭଲିୟନ ଫେରିଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମାଙ୍କ ପାର୍ଟନରସିପ ଦଳୀୟ ସ୍କୋରକୁ ଆଗକୁ ବଢାଇବାରେ ସହାୟକ ହୋଇଥିଲା । ରୋହିତ ଶର୍ମା ୪୧ ବଲରୁ ୫ ଟି ଚୌକା ଏବଂ ୪ ଟି ଛକା ମାରି ୭୨ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୨୯ ବଲରୁ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହିତ ୩୪ ରନର ଇନିଂଲ ଖେଳି ଆଉଟ ହୋଇଛନ୍ତି ।

ସେପଟେ ମିଡିଲ ଅର୍ଡର ବ୍ୟାଟିଂରେ ପାଳି ସମ୍ଭାଳୁ ଥିବା ଋଷଭ ପନ୍ତ ଏବଂ ହାର୍ଦ୍ଧିକ ପାଣ୍ଡ୍ୟାଙ୍କର ଆଖିଦୃଶିଆ ପ୍ରଦର୍ଶନ ରହିନଥିଲା । ଉଭୟ ୧୭ ରନ କରି ଆଉଟ ହୋଇଛନ୍ତି । ଯୁବ ବ୍ୟାଟର ଦୀପକ ହୁଡା ମଧ୍ୟ ଆଜି ନିରାଶ କରି ୩ ରନରେ ଆଉଟ ହୋଇଛନ୍ତି । ରବିଚନ୍ଦ୍ରନ ଅଶ୍ବୀନ ୧୫ ରନ କରି ଅପରାଜିତ ରହିଛନ୍ତି ।

ସେପଟେ ଶ୍ରୀଲଙ୍କାର ଦିଲସାନ ମଧୁଶଙ୍କା ସର୍ବାଧିକ ୩ ୱିକେଟ ଅକ୍ତିଆର କରିଛନ୍ତି । ଚମିକା କରୁଣାର୍ଥେ ଏବଂ ଅଧିନାୟକ ଦାସୁନ ଶନକା ୨ ଲେଖାଏଁ ୱିକେଟ ନେଇଛନ୍ତି ଏବଂ ମହେଶ ଥିକଶାନା ଗୋଟିଏ ୱିକେଟ ନେଇଛନ୍ତି ।

Last Updated : Sep 6, 2022, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.