ETV Bharat / sports

Asia cup 2022, ଆଫଗାନିସ୍ତାନର ବିପକ୍ଷରେ ବ୍ୟାଟିଂ କରୁଛି ଶ୍ରୀଲଙ୍କା

author img

By

Published : Aug 27, 2022, 8:01 PM IST

ଏସିଆ କପ ପ୍ରଥମ ଲିଗ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆଫଗାନିସ୍ତାନ ଓ ଶ୍ରୀଲଙ୍କା (Afghanistan vs Srilanka) । ଏହି ମ୍ୟାଚରେ ଆଫଗାନିସ୍ତାନ ଟସ୍‌ ଜିତି ଅଧିନାୟକ ମହମ୍ମଦ ନବି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Asia cup 2022, ଟସ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି
Asia cup 2022, ଟସ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ଏସିଆ କପ (Asia Cup 2022 )। ଏହାର ପ୍ରଥମ ଲିଗ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା (Afghanistan vs Srilanka) । ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ ଜିତି ଅଧିନାୟକ ମହମ୍ମଦ ନବି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରଥମ ଲିଗ ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ (Dubai International Cricket Stadium) ଖେଳାଯାଉଛି । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ ।

ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶାଙ୍କା ଏବଂ କୁଶଲ ମେଣ୍ଡିସ ଓପନିଂ ପାଇଁ ଆସିଥିଲେ । ହେଲେ ଆଫଗାନିସ୍ତାନର ବୋଲର ଫାଜଲହକ ଫରୁକି ବୋଲଂରେ LBW ରେ ଶିକାର ହୋଇ ମାତ୍ର ଦୁଇ ରନ କରି ପାଭଲିୟନ ଫେରିଛନ୍ତି । ସେହିପରି ତିନି ନମ୍ବର ବ୍ୟାଟିଂ ଅର୍ଡରରେ ଆସିଥିବା ଚାରିଥ ଅସଲଙ୍କା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଫାଜଲହକ ଫରୁକିଙ୍କ ପ୍ରଥମ ବଲ୍‌ରେ LBWରେ ଆଉଟ ହୋଇଛନ୍ତି ଚାରିଥ ଅସଲଙ୍କା । ତେବେ ଆଫଗାନିସ୍ତାନର ଘାତକ ବୋଲିଂର ଶିକାର ହୋଇ ଶ୍ରୀଲଙ୍କା ପ୍ରଥମ ଓଭରରେ ଦୁଇଟି ୱିକେଟ ହରାଇ ବସିଛି ।

ଚୁଡାନ୍ତ ଏକାଦଶ

ଶ୍ରୀଲଙ୍କା: ଧନୁଷ୍କା ଗୁଣଥିଲାକା, ପଥୁମ ନିଶାଙ୍କା, କୁଶଲ ମେଣ୍ଡିସ, ଚାରିଥ ଅସଲଙ୍କା, ଭାନୁକା ରାଜପକ୍ଷ, ଦାସୁନ ଶନକା (ଅଧିନାୟକ), ୱିନେଣ୍ଡୁ ହସରଙ୍ଗା, ଚମିକା କରୁଣାରତ୍ନେ, ମହେଶ ଥିକଶାନା, ଦିଲଶନ ମଧୁଶଙ୍କା, ମଥିଶା ପଥିରାଣା ।

ଆଫଗାନିସ୍ତାନ: ହଜ୍ରାତୁଲ୍ଲା ଜଜାଇ, ରାହମୁନାଲହ ଗୁରବାଜ, ଇବ୍ରାହିମ ଜର୍ଦନ, କରିମ ଜନତ, ନାଜିବୁଲା ଜର୍ଦନ, ମହମ୍ମଦ ନବି (ଅଧିନାୟକ), ରସିଦ ଖାନ, ଆଜମାତୁଲ୍ଲା ଓମରାଜାଇ, ନବୀନ ଉଲ ହକ, ମୁଜିବର ରେହମାନ, ଫାଜଲହକ ଫରୁକି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.