ETV Bharat / sports

Ashes: ବଟଲର୍‌ଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ହାରିଲା ଇଂଲଣ୍ଡ, 2-0ରେ ଆଗୁଆ ଅଷ୍ଟ୍ରେଲିଆ

author img

By

Published : Dec 20, 2021, 7:40 PM IST

ଆଡିଲେଡ୍‌ ଟେଷ୍ଟର ଦ୍ବିତୀୟ ଇଂନିସରେ ଜୋଏ ରିଚାର୍ଡସନଙ୍କ 5 ୱିକେଟ ଦଖଲ ବଳରେ ଇଂଲଣ୍ଡକୁ 275 ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ । ଫଳରେ 5 ମ୍ୟାଚ୍‌ ବିଶିଷ୍ଟ ଆସେସ (Ashes) ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ 2-0ରେ ଆଗୁଆ । ଅଧିକ ପଢନ୍ତୁ

Ashes: Richardson takes five in second innings as Australia win 2nd Test
Ashes: ବଟଲର୍‌ଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ହାରିଲା ଇଂଲଣ୍ଡ

ଆଡିଲେଡ୍‌ (ଅଷ୍ଟ୍ରେଲିଆ): ଆଡିଲେଡ୍‌ ଟେଷ୍ଟର ଦ୍ବିତୀୟ ଇଂନିସରେ ଜୋଏ ରିଚାର୍ଡସନଙ୍କ 5 ୱିକେଟ ଦଖଲ ବଳରେ ଇଂଲଣ୍ଡକୁ 275 ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ । ଫଳରେ 5 ମ୍ୟାଚ୍‌ ବିଶିଷ୍ଟ ଆସେସ ଟେଷ୍ଟ ସିରିଜରେ 2-0ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । ବକ୍ସିଂ ଡେ ଟେଷ୍ଟ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG) ରେ ଡିସେମ୍ବର 26ରୁ ଆରମ୍ଭ ହେବ ।

ସୋମବାର ଦ୍ବିତୀୟ ଟେଷ୍ଟର ଶେଷ ଦିନରେ ଇଂଲଣ୍ଡ ପରାଜୟ ଏଡାଇବାକୁ ସଂଘର୍ଷ କରିଥିଲେ ମଧ୍ୟ ବିଫଳ ହୋଇଥିଲା । ପଞ୍ଚମ ଦିନର ତୃତୀୟ ସେସନ 180/8ରୁ ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ । ଅଷ୍ଟ୍ରେଲିଆ ବିଜୟକୁ ରୋକିବାକୁ ସଂପୂର୍ଣ୍ଣ ପ୍ରୟାସ କରିଥିବା ଷ୍ଟାର ବ୍ୟାଟ୍‌ର ଜସ ବଟଲର୍‌ଙ୍କୁ ଜୋଏ ରିଚାର୍ଡସନ ଶିକାର କରିଥିଲେ । ଫଳରେ ଷ୍ଟାର ୱିକେଟକିପର ବ୍ୟାଟ୍‌ର ବଟଲର୍‌ଙ୍କ 207 ବଲ୍‌ର ଲଢୁଆ ଓ ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ହିଟ୍‌ ୱିକେଟ ହେବାପରେ ଶେଷ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଜୁନିଅର କ୍ରିକେଟ ବିଶ୍ବକପ ପାଇଁ ଟିମ ଇଣ୍ଡିଆ ଘୋଷଣା

Ashes: Richardson takes five in second innings as Australia win 2nd Test
ବେନ ଷ୍ଟୋକ୍ସଙ୍କ ୱିକେଟ ଦଖଲ ପରେ ଅଷ୍ଟ୍ରେଲିଆ ଉଲ୍ଲସିତ ଅଷ୍ଟ୍ରେଲିଆ ଖେଳାଳି

ଜେମ୍ସ ଆଣ୍ଡରସନଙ୍କ ୱିକେଟ ହାସଲ କରି ରିଚାର୍ଡସନ ଅଷ୍ଟ୍ରେଲିଆକୁ ବଡ ବିଜୟ ଭେଟିଦେଇଥିଲେ । ଶତକୀୟ ଇଂନିସ ପାଇଁ ମାର୍ନସ ଲାବୁସାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ 473/9 ଘୋଷଣା ଓ 230/9 ଘୋଷଣା; ଇଂଲଣ୍ଡ 236 ଓ 192 ଅଲଆଉଟ୍‌(କ୍ରିସ ୱର୍କ୍ସ 44, ରରି ବର୍ଣ୍ଣସ 34; ଜୋଏ ରିଚାର୍ଡସନ 5-42) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.