ETV Bharat / sitara

125 ଦିନ ପରେ ଆରମ୍ଭ ହେଲା ‘ଦ କପିଲ ଶର୍ମା ଶୋ’ର ସୁଟିଂ

author img

By

Published : Jul 18, 2020, 3:28 PM IST

ପୁଣି ଛୋଟ ପରଦାରେ ଲାଗିବ କମେଡିର ତଡକା। କାରଣ ଆରମ୍ଭ ହୋଇଯାଇଛି କପିଲଙ୍କ ଲୋକପ୍ରିୟ ଶୋ ‘ଦ କପିଲ ଶର୍ମା’ର ସୁଟିଂ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା

ମୁମ୍ବାଇ: କୋରୋନା ଭାଇରସ ପ୍ରକୋପ ବଢିଚାଲିଛି । ଯାହାଦ୍ବାରା ଲୋକଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି। ଦେଶରେ ଗତ ତିନି ମାସରୁ ଲକଡାଉନ ଥିବାରୁ ସମସ୍ତେ ନିଜ ନିଜ ଘରେ ବନ୍ଦ ଥିଲେ। ଆଉ ଏବେ ଅନଲକ ହେବା ପରେ ଧିରେ ଧିରେ ପୂର୍ବ ପରି ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ। ସେହିପରି ଲକଡାଉନରେ କୋହଳ ମିଳିବା ପରେ ଫିଲ୍ମ, ଟିଭି ସିରିୟର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଟିଭିର କମେଡି କିଙ୍ଗ କପିଲ ଶର୍ମାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। ଆଜ୍ଞା ହଁ, ପାଖାପାଖି 125 ଦିନ ପରେ ତାଙ୍କ ଫେମସ ଶୋ ‘ଦ କପିଲ ଶର୍ମା’ର ସୁଟିଂ ଆରମ୍ଭ ହୋଇଯାଇଛି। ହେଲେ ସେଟରେ ପୁରା ଗାଇଲାଇନ୍ସର ଉପରେ ଧ୍ୟାନ ଦିଆଯାଇ ସୁଟିଂ କରାଯାଉଛି।

କପିଲଙ୍କ ଟିମରେ ସାମିଲ ସୁମୋନା ତକ୍ରବର୍ତ୍ତୀ ଓ ଭାରତୀ ସିଂଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯେଉଁଥିରେ ଏହି ଦୁଇ ଅଭିନେତ୍ରୀ ନିଜକୁ ସାଇନିଟାଇଜିଂ କରୁଥିବାର ନଜର ଆସୁଛନ୍ତି।

ସେହିପରି କପିଲ ଭିଡିଓ ଜରିଆରେ ଜଣାଇଛନ୍ତି ଯେ, ସେଟରେ ପୁରା ସୁରକ୍ଷିତ ରୂପେ କାର୍ଯ୍ୟ କରାଯାଉଛି। ଟିମ ପିପିଇ କିଟଠୁ ନେଇ ମାସ୍କ ଓ ଗ୍ଲୋବ୍ସ ମଧ୍ୟ ପିନ୍ଧି କାମ କରୁଛନ୍ତି। ଅନ୍ୟପଟେ ସେଟ ଭିଡରକୁ ଆସିଥିବା ଅନ୍ୟ ଲୋକଙ୍କର ମଧ୍ୟ ସାନିଟାଇଜ କରାଯାଉଛି । ଏହାସହ ସମସ୍ତଙ୍କ ଟେମ୍ପ୍ରେଚର ମଧ୍ୟ ଟେଷ୍ଟ ହେଉଛି ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.