ETV Bharat / sitara

ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ପୁରୁଣା ଦିନ ମନେ ପକାଇଲେ କପିଲ

author img

By

Published : May 13, 2021, 9:21 AM IST

ଚର୍ଚ୍ଚାରେ କପିଲଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଭାଇରାଲ ହେଲା ତାଙ୍କ 23 ବର୍ଷ ପୁରୁଣା ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା

ମୁମ୍ବାଇ: ସୋସିଆଲ ମିଡିଆରେ ଟିଭିର କମେଡି କିଙ୍ଗ କପିଲ ଶର୍ମାଙ୍କ ଏକ ଫଟୋ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା । ଭାଇରାଲ ହେଉଥିବା କପିଲଙ୍କ ଏହି ପୋଷ୍ଟରେ ତାଙ୍କ କଲେଜ ସମୟର ଫଟୋ ଦେଖିବାକୁ ମିଳୁଛି ।

କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମରେ 23 ବର୍ଷ ପୁରୁଣା ଫଟୋ ସେୟାର କରିବା ସହ ଏକ ମଜାଦାର କାହାଣୀ ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି । ସେହିପରି କ୍ୟାପସନରେ ଲେଖିଛନ୍ତି, ‘ବର୍ତ୍ତମାନ ମୁଁ ଏହି 23 ବର୍ଷ ପୁରୁଣା ଫଟୋ ପାଇଲି । କଲେଜର ୟୁଥ ଫେଷ୍ଟିଭାଲରେ ଆଜାଦି ପ୍ଲେ କରିବା ପରେ ଏହି ଫଟୋ ଉଠାଇଥିଲି । ଗୁରୁ ନାନକ ଦେବ ୟୁନିଭର୍ସିଟି । ସହକର୍ମୀଙ୍କ ସହ ଫଟୋ ଉଠାଇବା ପୂର୍ବରୁ ମୁଁ ଦାଢି କାଟି ଦେଇଥିଲି । ସେହି ସମୟରେ ଏହି ଫଟୋ ମୋ ପାଇଁ ମହଙ୍ଗା ଥିଲା । ମନେ ପଡୁଛି ପୁରୁଣା ଦିନ । ପକେଟ ଖାଲି ଥିଲା କିନ୍ତୁ ମୁହଁରେ ସବୁବେଳେ ହସ ରହୁଥିଲା ।’

ସେପଟେ ତାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ ମଧ୍ୟ କମେଣ୍ଟ କରୁଥିବାର ନଜର ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.