ETV Bharat / sitara

ହନି ସିଂଙ୍କ ଗୀତରେ କପିଲ ଲାଡଲୀଙ୍କ ଠୁମକା

author img

By

Published : Mar 4, 2021, 11:55 AM IST

ଭାଇରାଲ ହେଲା କପିଲଙ୍କ ଝିଅ ଅନାୟରାଙ୍କ ଭିଡିଓ । ମସ୍ତିମୁଡରେ ନଜର ଆସିଲେ କୁନି ଝିଅ । ଅଧିକ ପଢନ୍ତୁ...

ହନି ସିଂଙ୍କ ଗୀତରେ କପିଲ ଲାଡଲୀଙ୍କ ଠୁମକା
ହନି ସିଂଙ୍କ ଗୀତରେ କପିଲ ଲାଡଲୀଙ୍କ ଠୁମକା

ମୁମ୍ବାଇ: ନିକଟରେ ଦ୍ବିତୀୟଥର ବାପା ସାଜିଥିଲେ କମେଡି କିଙ୍ଗ କପିଲ ଶର୍ମା । ଯାହାକୁ ନେଇ ବର୍ତ୍ତମାନ ତାଙ୍କ ପରିବାରରେ ଖୁସି ଲହରୀ । ଆଉ କାମରୁ ଛୁଟି ନେଇ ପରିବାର ସହ ସମୟ ବିତାଉଛନ୍ତି କପିଲ । ଇତିମଧ୍ୟରେ ଚର୍ଚ୍ଚାରେ ତାଙ୍କ ଲାଡଲୀ ଅନାୟରା । ନିକଟରେ ଏକ ବର୍ଷର ହୋଇଥିବା ଅନାୟର ବାପା କପିଲଙ୍କ ପରି ପୁରା ଆକ୍ଟିଭ । କାରଣ ଗୀତ ବାଜିବା ମାତ୍ରେ ନାଚିବା ଆରମ୍ଭ କରିଦେଉଛନ୍ତି ସେ । ଏମିତି ଏଥର ମଧ୍ୟ କିଛି ଦେଖିବାକୁ ମିଳିଛି । ଯେଉଁଥିରେ ସେ ହନି ସିଂଙ୍କ ପପୁଲାର ଗୀତରେ ଡାନ୍ସ କରି ସମସ୍ତଙ୍କୁ ହସାଇ ଦେଇଛନ୍ତି ।

ହନି ସିଂଙ୍କ ଗୀତରେ କପିଲ ଲାଡଲୀଙ୍କ ଠୁମକା

ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ । କପିଲଙ୍କ ଫ୍ୟାନକ୍ଲବ ପେଜରେ ଅନାୟରାଙ୍କ ଭିଡିଓ ସେୟାର କରାଯାଇଛି ।

ପ୍ରକାଶ ଥାଉକି ଗତ ମାସରେ କପିଲଙ୍କ ପତ୍ନୀ ଗିନ୍ନି ଚତରଥ ବେବି ବୟଙ୍କୁ ଜନ୍ମ ଦେଇଥିଲେ । ଏହି ଖୁସି ସୋସିଆଲ ମିଡିଆରେ ସେୟାର କରିଥିଲେ ସେ । ହେଲେ ଏଯାବତ ପୁଅର ଫଟୋ ପୋଷ୍ଟ କରିନାହାଁନ୍ତି କପିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.