ETV Bharat / sitara

‘ଲାଇଗର୍’ରେ ଫାଇଟର୍ ଲୁକରେ ବିଜୟ, ଅନନ୍ୟା ପାଣ୍ଡେଙ୍କ ସହ ଆସିବେ ନଜର

author img

By

Published : Jan 18, 2021, 2:17 PM IST

ଆଗକୁ ଭାରତୀୟ ଦର୍ଶକ ବିଜୟ ଦେବରକୋଣ୍ଡାଙ୍କ ନୂଆ ଅନ୍ଦାଜ ଦେଖିବାକୁ ପାଇବେ । ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ‘ଲାଇଗର୍’ରେ ନଜର ଆସିବେ ଅର୍ଜୁନ ରେଡ୍ଡୀ । ଅଧିକ ପଢନ୍ତୁ...

‘ଲାଇଗର୍’ରେ ଫାଇଟର୍ ଲୁକରେ ବିଜୟ
‘ଲାଇଗର୍’ରେ ଫାଇଟର୍ ଲୁକରେ ବିଜୟ

ହାଇଦ୍ରାବାଦ: ଆଗକୁ ଭାରତୀୟ ଦର୍ଶକ ବିଜୟ ଦେବରକୋଣ୍ଡାଙ୍କ ନୂଆ ଅନ୍ଦାଜ ଦେଖିବାକୁ ପାଇବେ । ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ‘ଲାଇଗର୍’ରେ ନଜର ଆସିବେ ଅର୍ଜୁନ ରେଡ୍ଡୀ । ଏନେଇ ଫିଲ୍ମର ଫାଷ୍ଟଲୁକ୍ ରିଲିଜ ହୋଇଛି । ଏଥିରେ ବିଜୟଙ୍କୁ ବକ୍ସି ଗ୍ଲୋଭସରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଦେବରକୋଣ୍ଡାଙ୍କ ସହ ସ୍କ୍ରିନ୍ ସେୟାର କରିବେ ଅନନ୍ଯା ପାଣ୍ଡେ ।

‘ଲାଇଗର୍’ରେ ଫାଇଟର୍ ଲୁକରେ ବିଜୟ
‘ଲାଇଗର୍’ରେ ଫାଇଟର୍ ଲୁକରେ ବିଜୟ

2017ର ବ୍ଲକବଷ୍ଚର ଫିଲ୍ମ ଅର୍ଜୁନ ରେଡ୍ଡିରେ ସମସ୍ତଙ୍କ ନଜରକୁ ଆସିଥିଲେ ବିଜୟ ଦେବରକୋଣ୍ଡା । ଏହାପରେ ଗୀତ ଗୋବିନ୍ଦମ୍, ୱାର୍ଲଡ୍ ଫେମସ୍ ଲଭର୍, ଡିଅର୍ କମରେଡରେ ବିଜୟ ଲଭର୍ ବଏ ଅନ୍ଦାଜରେ ନଜର ଆସିଛନ୍ତି । ଏଥର ଆକ୍ସନ ମୁଡ୍ ରେ ଥିବା ବିଜୟ ଦେବରକୋଣ୍ଡା ଧର୍ମା ପ୍ରଡକ୍ସନ ବ୍ଯାନରରେ କାମ କରିବେ ।

ଲକଡାଉନ୍ ପୂର୍ବରୁ ଯେତେବେଳେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଲାଗିଥିଲା, ସମସ୍ତେ ଭାବୁଥିଲେ ଏହାର ଟାଇଟେଲ୍ ଫାଇଟର୍ ରହିପାରେ କିନ୍ତୁ ଏହି ନାଁରେ ହ୍ରିତିକ୍ ରୋଶନ୍ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ଘୋଷଣା ହୋଇସାରିଛି । ପ୍ରକାଶଥାଉକି, ଏହି ଫିଲ୍ମ ପାଇଁ ବିଜୟଙ୍କୁ ଥାଇଲାଣ୍ଡରୁ ମାର୍ସଲ୍ ଆର୍ଟ ଶିଖିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.