ETV Bharat / sitara

Hijab Row: ମହିଳାଙ୍କୁ ଟାର୍ଗେଟ ବନ୍ଦ କରିବାକୁ ମିସ ୟୁନିଭର୍ସଙ୍କ ଅପିଲ

author img

By

Published : Mar 27, 2022, 8:42 PM IST

ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ମିସ ୟୁନିଭର୍ସ ୨୦୨୧ ହରନାଜ କୌର ସାନ୍ଧୁ । ମହିଳାଙ୍କୁ ଟାର୍ଗେଟ କରିବାକୁ ବନ୍ଦ ପାଇଁ ସମାଜକୁ କଲେ ଅପିଲ । ଅଧିକ ପଢନ୍ତୁ

Hijab Row: ମହିଳାଙ୍କୁ ଟାର୍ଗେଟ ବନ୍ଦ କରିବାକୁ ମିସ ୟୁନିଭର୍ସଙ୍କ ଅପିଲ
Hijab Row: ମହିଳାଙ୍କୁ ଟାର୍ଗେଟ ବନ୍ଦ କରିବାକୁ ମିସ ୟୁନିଭର୍ସଙ୍କ ଅପିଲ

ମୁମ୍ବାଇ: ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ମିସ ୟୁନିଭର୍ସ ୨୦୨୧ ହରନାଜ ସାନ୍ଧୁ । ମହିଳାମାନଙ୍କୁ ଟାର୍ଗେଟ ବନ୍ଦ କରିବାକୁ ସେ ସମାଜକୁ ଅପିଲ୍‌ କରିଛନ୍ତି । ମହିଳାମାନଙ୍କୁ ନିଜ ହିସାବରେ ଜୀବନ ବିତାଇବାକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ୩ ଜଣିଆ ଖଣ୍ଡପୀଠ କ୍ଲାସରୁମ ମଧ୍ୟରେ ହିଜାବ ପିନ୍ଧିବାକୁ ବାରଣ କରିଥିଲେ । ତେବେ ଏହା କୌଣସି ପ୍ରମୁଖ ଧାର୍ମିକ ପରମ୍ପରା ନ ହୋଇଥିବାରୁ ସେ ଏହାକୁ ଅନୁମତି ଦେଇନଥିଲେ । ଏହାପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ହରନାଜ ।

ଏହି ଘଟଣାକୁ ନେଇ ହରନାଜଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ହିଜାବ ବିବାଦକୁ ସେ କିପରି ଦେଖୁଛନ୍ତି ଏ ନେଇ ଜଣେ ରିପୋର୍ଟରେ ହରନାଜଙ୍କୁ ପ୍ରଶ୍ନ କରିଥିଲେ । ହରନାଜ ଘରକୁ ଫେରିବା ପରେ ଗତ ମାର୍ଚ୍ଚ ୧୭ ତାରିଖରେ ଏକ ଇଭେଣ୍ଟରେ ଯୋଗ ଦେଇଥିବାର ଏହି ଭିଡିଓ କ୍ଲିପଟି ବୋଲି ଜଣାପଡ଼ିଛି । ଏହା ଉପରେ ସେ କୌଣସି ପ୍ରତିକ୍ରିୟା ରଖିବା ପୂର୍ବରୁ ଅର୍ଗାନାଇଜର ଏଭଳି ବିବାଦୀୟ ପ୍ରଶ୍ନ ନ ପଚାରିବାକୁ ରିପୋର୍ଟରଙ୍କୁ ଅନୁରୋଧ କରିଥିଲେ । ଏହାବ୍ୟତୀତ ହରନାଜଙ୍କୁ ତାଙ୍କ ସଫଳତା ଓ ସଂଘର୍ଷ ସମ୍ପର୍କରେ ପ୍ରଶ୍ନ କରିବାକୁ କହିଥିଲେ ।

ଏହା ଉପରେ ପ୍ରତିକ୍ରିୟା ଦେଇ ହରନାଜ କହିଛନ୍ତି ଯେ ସମାଜ ମହିଳାଙ୍କୁ ଟାର୍ଗେଟ କରିବା ବନ୍ଦ କରିବା ଉଚିତ । ସର୍ବଦା କାହିଁକି ମହିଳାଙ୍କୁ ଟାର୍ଗେଟ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ସେମାନେ ନିଜ ଜୀବନ ନିଜ ହିସାବରେ ଜିଇଁବା, ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ତଥା ସେମାନଙ୍କ ଡେଣା ଖୋଲିବାକୁ ସୁଯୋଗ ଦିଆଯାଉ ବୋଲି ସେ କହିଥିଲେ । ଏହାପରେ ସେ ତାଙ୍କ ସଂଘର୍ଷ ସମ୍ପର୍କରେ ପ୍ରଶ୍ନ କରିବାକୁ ରିପୋର୍ଟରଙ୍କୁ କହିଥିଲେ ।

ତେବେ ସୂଚନା ଥାଉ କି ଗତ କିଛି ଦିନ ଧରି ହିଜାବ ବିବାଦ ଚର୍ଚ୍ଚାରେ ରହିଆସିଛି । ମଧ୍ୟପ୍ରଦେଶ ୟୁନିଭିର୍ସିଟିରେ ମୁସଲିମ ଛାତ୍ରୀ ହିଜାବ ପିନ୍ଧି ନମାଜ ପାଠ କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଏହାପରେ ଏକ ଦକ୍ଷିଣ ପନ୍ଥୀ ଗ୍ରୁପ ହିନ୍ଦୁ ଜାଗରଣ ମଞ୍ଚ ଉକ୍ତ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କୁ ଦାବି କରିଥିଲେ । ତେବେ ସୂଚନା ଥାଉ କି ଗତ ମାର୍ଚ୍ଚ ୧୫ ତାରିଖରେ କ୍ଲାସରୁମ ମଧ୍ୟରେ ହିଜାବ ପିନ୍ଧିବାକୁ କର୍ଣ୍ଣାଟକ ହାଇକୋର୍ଟ ଅନୁମତି ଦେଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.