ETV Bharat / sitara

ପ୍ରଥମେ କୋରୋନା ଆଉ ଏବେ ଡେଙ୍ଗୁ ଆକ୍ରାନ୍ତ ପ୍ରିନ୍ସ-ୟୁବିକା

author img

By

Published : Oct 21, 2020, 3:06 PM IST

ଟିଭିର ଫେମସ ଯୋଡି ପ୍ରିନ୍ସ ଓ ୟୁବିକାଙ୍କୁ ନେଇ ନୈରାଶ୍ୟଜନକ ଖବର । ହସ୍ପିଟାଲରେ ଦୁହେଁ ଭର୍ତ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିନ୍ସ ନରୁଲା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିନ୍ସ ନରୁଲା

ମୁମ୍ବାଇ: ରୋଡିଜ ଷ୍ଟାର ତଥା ଫେମସ ଡାନ୍ସର ପ୍ରିନ୍ସ ନରୁଲା ଓ ତାଙ୍କ ପତ୍ନୀ ୟୁବିକା ଚୌଧୁରୀ ବର୍ତ୍ତମାନ ଚଣ୍ଡିଗଡରେ ଅଛନ୍ତି । ଏହି ଯୋଡିଙ୍କ ସମସ୍ୟା କମିବାର ନାଁ ନେଉନାହିଁ । କାରଣ ପ୍ରଥମେ କୋରୋନା ସଂକ୍ରମିତ ହୋଇଥିଲେ । ଆଉ ଏବେ ଡେଙ୍ଗୁରେ ଆକ୍ରାନ୍ତ । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଫ୍ୟାନ୍ସ ନିରାଶ ହୋଇପଡିଛନ୍ତି ।

ଆଜ୍ଞା ହଁ, ଡେଙ୍ଗୁ ହେବା ପରେ ପ୍ରିନ୍ସ ଓ ୟୁବିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ କିଛି ଫଟୋ ପ୍ରିନ୍ସ ଇନଷ୍ଟାଗ୍ରାମରେ ସେୟାର କରି ଡେଙ୍ଗୁ ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ ।

ସେପଟେ ୟୁବିକା ମଧ୍ୟ ସୋସିଆଲ ମିଡିଆରେ ଅସୁସ୍ଥ ହେବା କଥା ସମସ୍ତଙ୍କୁ ଜଣାଇଛନ୍ତି । ଏକ ପୋଷ୍ଟରେ ଲେଖିଛନ୍ତି, ‘ଗତ ମାସରେ ଆମେ ଦୁହେଁ କୋରୋନା ପଜିଟିଭ ବାହାରିଥିଲୁ । ଯାହାଦ୍ବାରା ଆମର ଇମ୍ୟୁନିଟି ଲେବଲ କମିଯାଇଥିଲା । ଏହି ଦୁର୍ବଳତା ପାଇଁ ଆମେ ଡେଙ୍ଗୁ ଆକ୍ରାନ୍ତ ହୋଇଛୁ । ମୁଁ ପ୍ରାର୍ଥନା କରୁଛି ଏମିତି କାହା ସହ ନହେଉ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.