ETV Bharat / sitara

ବଲିଉଡ ପରେ ଟଲିଉଡ ଐଶ୍ଚର୍ଯ୍ୟାଙ୍କୁ କୋରୋନା

author img

By

Published : Jul 21, 2020, 4:39 PM IST

ପୁଣି କୋରୋନା ସଂକ୍ରମିତ ହେଲେ ସାଉଥର ଆଉ ଜଣେ ଅଭିନେତ୍ରୀ ଐଶ୍ଚର୍ଯ୍ୟା । ପୂର୍ବରୁ ହୋଇସାରିଲେଣି ଅନେକ ସେଲିବ୍ରିଟି ସଂକ୍ରମିତ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଐଶ୍ଚର୍ଯ୍ୟା ଅର୍ଜୁନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଐଶ୍ଚର୍ଯ୍ୟା ଅର୍ଜୁନ

ମୁମ୍ବାଇ: ନିକଟରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ସାଉଥ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଐଶ୍ଚର୍ଯ୍ୟା ଅର୍ଜୁନଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର। କାରଣ ସେ ମଧ୍ୟ କୋରୋନାରେ ଆକ୍ରାନ୍ତ। ଯାହାର ସୂଚନା ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି। ସେପଟେ ଫ୍ୟାନ୍ସ ମଧ୍ୟ ବର୍ତ୍ତମାନ ତାଙ୍କ ସୁସ୍ଥ କାମନା କରୁଛନ୍ତି।

ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୋ କୋରୋନା ଟେଷ୍ଟ ପଜିଟିଭ ବାହାରିଛି । ବର୍ତ୍ତମାନ ମୁଁ ଘରେ କ୍ବାରେଣ୍ଟିନରେ ଅଛି। ମେଡିକାଲ ଟିମ ଦ୍ବାରା ଦିଆଯାଇଥିବା ସବୁ ନିୟମକୁ ମୁଁ ପାଳନ କରୁଛି । ଯଦି କେହି ଗତ କିଛି ଦିନରେ ମୋ ସମ୍ପର୍କରେ ଆସିଥିଲ ତେବେ ଦୟା କରି ନିଜ ଟେଷ୍ଟ କରାନ୍ତୁ। ସରୁକ୍ଷିତ ରୁହନ୍ତୁ ଆଉ ସବୁବେଳେ ମାସ୍କ ପିନ୍ଧନ୍ତୁ। ସୁସ୍ଥ ହେଲା ପରେ ମୁଁ ଆପଣଙ୍କ ସହ କନେକ୍ଟ ହେବି।’

ପ୍ରକାଶ ଥାଉକି ଐଶ୍ଚର୍ଯ୍ୟା ତିମଲ, ତେଲୁଗୁ ଓ କନ୍ନଡ ଆକ୍ଟର, ଫିଲ୍ମ ମେକର ଅର୍ଜୁନ ସରଜାଙ୍କ ଝିଅ । ଯାହାଙ୍କୁ ଫ୍ୟାନ୍ସ ଆକ୍ସନ କିଙ୍ଗ ମଧ୍ୟ କୁହନ୍ତି । ଖାଲି ସାଉଥର ନୁହେଁ ବଲିଉଡର ଅନେକ ସେଲିବ୍ରିଟିଙ୍କ ଘରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଏହି କ୍ରମରେ ସାମିଲ ଅଛନ୍ତି ଅମିତାଭ ବଚ୍ଚନ, ଅନୁପମ ଖେର, ରେଖା, ଫରହାନ ଅଖତର ଭଳି ଷ୍ଟାର୍ସ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.