ETV Bharat / sitara

ସୁଶାନ୍ତଙ୍କ ପ୍ରତି ନ୍ୟାୟ ଦାବି କରି ତିନିବନ୍ଧୁଙ୍କ ରାଜଘାଟକୁ ପଦଯାତ୍ରା

author img

By

Published : Oct 1, 2020, 8:37 PM IST

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ଦାବି କରି ଅଭିନେତାଙ୍କ ତିନି ବନ୍ଧୁ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ରାଜଘାଟ ଅଭିମୁଖେ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଇଛନ୍ତି । ଅଧିକ ପଢନ୍ତୁ...

sushant singh rajput three friend march from igi airport to rajghat to demand justice to sushant
ସୁଶାନ୍ତଙ୍କ ନ୍ୟାୟ ଦାବି କରି ତିନିବନ୍ଧୁଙ୍କ ରାଜଘାଟକୁ ପଦଯାତ୍ରା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ଦାବି କରି ଅଭିନେତାଙ୍କ ତିନି ବନ୍ଧୁ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ରାଜଘାଟ ଅଭିମୁଖେ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଇଥିଲେ ।

ସୁଶାନ୍ତଙ୍କ ତିନି ବନ୍ଧୁ ଅଙ୍କିତ, ବିଜୟ ଏବଂ ଗଣେଶଙ୍କ ମଧ୍ୟରୁ ଜଣଙ୍କୁ ପୋଲିସକୁ ଅଟକ ରଖିଥିବାବେଳେ ତାଙ୍କର ଦୁଇ ବନ୍ଧୁ ରାଜଘାଟ ଅଭିମୁଖେ ଯାଇଥିଲେ ।

ସୁଶାନ୍ତଙ୍କ ନ୍ୟାୟ ଦାବି କରି ତିନିବନ୍ଧୁଙ୍କ ରାଜଘାଟକୁ ପଦଯାତ୍ରା

ଟ୍ରାଫିକ ଜାମ୍ ଦର୍ଶାଇ ପୋଲିସ ଅଙ୍କିତଙ୍କୁ ଗିରଫ ରଖିଛି ।

ସୁଶାନ୍ତଙ୍କ ବନ୍ଧୁଙ୍କୁ ଗିରଫ କରିବାବେଳେ ପୋଲିସ ଟ୍ରାଫିକ ଜାମକୁ ଦର୍ଶାଇଥିଲା ଯେ, ଯଦି ସେ ଉକ୍ତ ରାସ୍ତାରେ ଚାଲିବା ଜାରି ରଖନ୍ତି ତେବେ ଖୁବ ଶୀଘ୍ର ଟ୍ରାଫିକ ଜାମ୍ ସମସ୍ୟା ଉପୁଜିବ ।

ଏଥିସହ ସୁଶାନ୍ତଙ୍କ ଅନ୍ୟ ଜଣେ ବନ୍ଧୁ ଗଣେଶ କହିଛନ୍ତି ଯେ, ସେ ତିନି ଜଣ ସାମାଜିକ ଦୂରତା ଅନୁସରଣ କରି ରାଜଘାଟ ଆଡକୁ ଯାଉଥିଲେ, ତଥାପି ପୋଲିସ ସେମାନଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି ।

ପ୍ରକାଶ ଥାଉ ଯେ, ସୁଶାନ୍ତ 14 ଜୁନ୍ 2020ରେ ଆତ୍ମହତ୍ୟା କରିଥିଲେ, ଏହା ପରେ ସୁଶାନ୍ତଙ୍କ ପରିବାର ଏବଂ ପ୍ରିୟଜନମାନେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସିବିଆଇ ତଦନ୍ତରେ କିଛି ଜଣାପଡିନାହିଁ । ତେଣୁ ସୁଶାନ୍ତଙ୍କ ବନ୍ଧୁମାନେ ବିମାନବନ୍ଦରରୁ ପାଦରେ ରାଜଘାଟରେ ପହଞ୍ଚିବା ପରେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.