ETV Bharat / sitara

ଦୁବାଇରେ ‘ପଠାନ’ର ସୁଟିଂ ଆରମ୍ଭ କଲେ ଶାହରୁଖ

author img

By

Published : Feb 1, 2021, 3:53 PM IST

ଭାଇରାଲ ହେଉଛି ‘ପଠାନ’ର ସୁଟିଂ ଭିଡିଓ । ଦୁବାଇରେ ପୁରା ଟିମ ସହ ଅଛନ୍ତି ଶାହରୁଖ । ପାଖାପାଖି ତିନି ବର୍ଷ ପରେ ଏହି ଫିଲ୍ମରେ ନଜର ଆସିବେ ସୁପରଷ୍ଟାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ମୁମ୍ବାଇ: ଦୀର୍ଘ ସମୟ ପରେ କିଙ୍ଗ ଖାନଙ୍କ ବିଗ୍ ବଜେଟ ଫିଲ୍ମ ‘ପଠାନ’ ନେଇ ପରଦାକୁ ଫେରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଦୀପିକା ପାଦୁକୋନ, ଜନ ଅବ୍ରାହିମ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଗତ ବର୍ଷରୁ ମେକର୍ସ ଫିଲ୍ମର କାମ ଆରମ୍ଭ କରିଦେଇଥିଲେ । ଆଉ ଏବେ ଫିଲ୍ମର ସୁଟିଂକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର ।

ଶୁଣିବାକୁ ମିଳୁଛି ଫିଲ୍ମର ଆକ୍ସନ ସିନ୍ସ ଶାହରୁଖଙ୍କ ପସନ୍ଦୀୟ ସ୍ଥାନ ଦୁବାଇରେ ସୁଟ ହେଉଛି । ଆଉ ସବୁଠୁ ମୁଖ୍ୟ କଥା ହେଲା ଯେ, ଫିଲ୍ମର ଅଧିକାଂଶ ଆକ୍ସନ ସିକ୍ବେନ୍ସ ବିଶ୍ବର ସବୁଠାରୁ ବଡ ଦୁର୍ଗ ବୁର୍ଜ ଖଲିଫାରେ ସୁଟିଂ କରିବା ଯୋଜନା କରିଛନ୍ତି ମେକର୍ସ । ସେପଟେ ଶାହରୁଖଙ୍କ ଦୁବାଇ ଫ୍ୟାନ୍ସ ବର୍ତ୍ତମାନ ସୋସିଆଲ ମିଡିଆରେ ସୁଟିଂର ଅନେକ ଫଟୋ ସେୟାର କରୁଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ‘ପଠାନ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଫେମସ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ଯଦି ଶାହରୁଖଙ୍କ କଥା ହେବା ତେବେ ତାଙ୍କୁ ଶେଷଥର ଆନନ୍ଦ ଏଲ ରାୟଙ୍କ ଫ୍ଲପ୍ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ ବଲିଉଡର ଦୁଇ ସୁନ୍ଦରୀ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.