ETV Bharat / sitara

କିଙ୍ଗଖାନଙ୍କୁ ବାର୍ଥଡେ’ ଶୁଭେଚ୍ଛା ଦେଲା ବୁର୍ଜ ଖଲିଫା

author img

By

Published : Nov 3, 2020, 3:40 PM IST

ଦୁବାଇରେ ସେଲିବ୍ରେଟ ହୋଇଛି ଶାହରୁଖଙ୍କ ଜନ୍ମଦିନ । ସବୁଠୁ ଉଚ୍ଚ ସ୍ଥାନରେ ତାଙ୍କ ଫଟୋ, ନାମ ଓ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କିଙ୍ଗ ଖାନ 55 ବର୍ଷରେ ପଦାର୍ପଣ କରିଛନ୍ତି । ସୋମବାର ଭର୍ଚୁଆଲରେ ତାଙ୍କ ବର୍ଥଡେ ଧୁମଧାମରେ ପାଳିଥିଲେ ଫ୍ୟାନ୍ସ । କୋରୋନା ସଙ୍କଟ ପାଇଁ ତାଙ୍କ ଘର ମନ୍ନତ ନିକଟରେ ଏବର୍ଷ ଜମିନଥିଲା ଭିଡ । ହେଲେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଫ୍ୟାନ୍ସଙ୍କ କ୍ରେଜ । କିଛି ଫ୍ୟାନ୍ସ କୋରୋନା କିଟ୍ସ ଦାନ କରି ତାଙ୍କ ଜନ୍ମଦିନ ପାଳନ କରିଥିଲେ ତ ଆଉ କିଛି ବୁଲା କୁକୁରଙ୍କୁ ଖାଦ୍ୟା ଯୋଗାଇ । ଏହିପରି କିଛି ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି ।

ଶାହରୁଖଙ୍କ ଦିୱାନା କେବଳ ଭାରତରେ ନାହାଁନ୍ତି ବରଂ ଦୁବାଇରେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ସେଥିପାଇଁ ତ ଜନ୍ମଦିନରେ ନିଜ ଫେଭରେଟ ଷ୍ଟାରଙ୍କୁ ଦେଇଛନ୍ତି ଖାସ୍ ଉପହାର । ବର୍ତ୍ତମାନ ଶାହରୁଖ ଦୁବାଇରେ ଅଛନ୍ତି ଆଉ ସୋମବାର ସେଠାରେ ସେ ପରିବାର ସହ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ଶାହରୁଖଙ୍କ ନାମ ସହ ରଙ୍ଗୀନ ଆଲୋକମାଳାରେ ଆଲୋକିତ ହୋଇଥିଲା ଦୁନିଆର ସର୍ବୋଚ୍ଚ ଟାୱାର ବୁର୍ଜ ଖଲିଫା ।

ଏପରି ଖାସ୍ ଉପହାର ପାଇ ଶାହରୁଖଙ୍କ ଖୁସି ନକହିଲେ ସରେ । ଏହାର ଫଟୋ ସେ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଦୁନିଆର ସବୁଠାରୁ ଉଚ୍ଚ ସ୍ଥାନରେ ନିଜକୁ ଦେଖିବାକୁ ଖୁବ୍ ଭଲ ଲାଗୁଛି । ମୋ ବନ୍ଧୁ ମହମ୍ମଦ ଅଲବ୍ବର ଆଗାମୀ ଫିଲ୍ମ ପୂର୍ବରୁ ମତେ ବଡ ପରଦାରେ ସ୍ଥାନ ଦେଇଛନ୍ତି । ଯାହାପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ମୋ ପିଲାମାନେ ଏହାକୁ ନେଇ ବହୁତ ପ୍ରଭାବିତ ଥିବା ବେଳେ ମୁଁ ବହୁତ ଖୁସି ଅନୁଭବ କରୁଛି ।’

ପ୍ରକାଶ ଥାଉକି ବୁର୍ଜ ଖଲିଫାରେ ଶାହରୁଖଙ୍କ ଏକ ଭିଡିଓ ମଧ୍ୟ ପ୍ଲେ କରାଯାଇଥିଲା । ଯେଉଁଥିରେ ଶାହରୁଖଙ୍କ ସବୁ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଛି । ସେପଟେ ପପୁଲାର ନିର୍ମାତା କରନ ଜୋହର ମଧ୍ୟ ଦୁବାଇରେ ଶାହରୁଖଙ୍କ ସହ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.