ETV Bharat / sitara

26ତମ ‘କେଆଇଏଫଏଫ’ର ଉଦଘାଟନ କରିବେ ଶାହରୁଖ

author img

By

Published : Jan 7, 2021, 2:25 PM IST

ଶାହରୁଖଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଶୁଣିବାକୁ ମିଳୁଛି 26ତମ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦ୍‌ଘାଟନ କରିବେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

ମୁମ୍ବାଇ: କୋରୋନା ମହାମାରୀରେ ମଧ୍ୟ କାର୍ଯ୍ୟକଳାପ ଜାରି ରଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଜାନୁଆରୀରେ 8ରେ 26ତମ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (କେଆଇଏଫଏଫ)ର ଅନଲାଇନରେ ଉଦଘାଟନ କରିବେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ସାତ ଦିନିଆ ଏହି ମହୋତ୍ସବରେ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ସହ ଆରମ୍ଭ ହେବ । ଚଳିତ ବର୍ଷ ଆଇକନ ଲେଖକ ତଥା ନିର୍ଦ୍ଦେଶକ ସତ୍ୟଜିତ ରୟଙ୍କ ଜନ୍ମ ଶତବାର୍ଷିକୀ । ଯାହାଙ୍କ ସ୍ମୃତିରେ ଏହି ମହୋତ୍ସବ ସବୁ ବର୍ଷ କରାଯାଏ । ସେହିପରି ଗତ ବର୍ଷ ନଭେମ୍ବରରେ କୋରୋନା ସଂକ୍ରମିତ ପାଇଁ ଚାଟାର୍ଜୀଙ୍କ ମୃତ୍ୟୁ ହୋଇଥିଲ ।

  • Together we will overcome this pandemic. But the show must go on. We are going ahead with #KIFF 2021 virtually, on a smaller scale. Glad that my brother @iamsrk will join us virtually at the inaugural event on Jan 8, 4pm. Watch Kolkata International Film Festival live

    — Mamata Banerjee (@MamataOfficial) January 6, 2021 " class="align-text-top noRightClick twitterSection" data=" ">

ଏହି ମହୋତ୍ସବରେ ସବୁ ବର୍ଷ ସାମିଲ ହୁଏନ୍ତି ଶାହରୁଖ । ଏବର୍ଷ ପାଇଁ ଘୋଷଣା କରି ମମତା ଟ୍ବିଟରେ ଲେଖିଛନ୍ତି, ‘ଆମେ ଏହି ମହାମାରୀକୁ ଏକାଠି ସାମ୍ନା କରିଛୁ, କିନ୍ତୁ କାର୍ଯ୍ୟକ୍ରମ ବନ୍ଦ ହେବା ଉଚିତ୍ ନୁହେଁ । ଆମେ ଅନଲାଇନ ଏକ ଛୋଟ ସ୍କେଲରେ କେଆଇଏଫଏଫ 2021 ପରିଚାଳନା କରୁଛୁ । ଖୁସି ଯେ ମୋ ଭାଇ ଶାହାରୁଖ ଖାନ ଜାନୁଆରୀ 8ରେ ସମାରୋହ ଉଦ୍‌ଘାଟନ କରି ଆମ ସହିତ ଯୋଗ ଦେବେ ।’

ସେହିପରି ଉଦ୍‌ଘାଟନ ସମୟରେ କ୍ଲାସିକ ଫିଲ୍ମ ‘ଅପ୍ପୁ ସଂସାର’ର ପ୍ରଦର୍ଶନ କରାଯିବ । ଯାହା ସୌମିତ୍ରଙ୍କ ଡେବ୍ୟୁ ଫିଲ୍ମ ଥିଲା । କ୍ଷୁଦ୍ର ଏବଂ ଡକ୍ୟୁମେଣ୍ଟାରୀ ବର୍ଗରେ ସମୁଦାୟ 131ଟି ଫିଲ୍ମ ମଧ୍ୟରେ ନନ୍ଦନ ଏବଂ ରବିନ୍ଦ୍ର ସଦନ ସମେତ ସହରର କିଛି ସିନେମାହଲରେ ପ୍ରଦର୍ଶିତ ହେବ । ପ୍ରକାଶ ଥାଉକି ଶାହରୁଖଙ୍କ ସହ ଅମିତାଭ ବଚ୍ଚନଙ୍କ ଠୁ ନେଇ ବଲିଉଡର ଆଗ ଧାଡିର କିଛି କଳାକାର ଏହି ମହୋତ୍ସବରେ ସାମିଲ ହୁଅନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.