ETV Bharat / sitara

ଜିମ୍ ଲୁକରେ ଶାହରୁଖଙ୍କ ଲାଡଲୀ, ଭାଇରାଲ ଫଟୋ

author img

By

Published : Jun 22, 2021, 1:26 PM IST

ୱାର୍କଆଉଟ କରିବାରେ ମାତିଛନ୍ତି ସୁହାନା ଖାନ । ଭାଇରାଲ ହେଲା ତାଙ୍କ ଜିମ୍ ସେଲ୍ଫି ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁହାନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁହାନା ଖାନ

ମୁମ୍ବାଇ: ବଲିଉଡ ଷ୍ଟାରକିଡ୍ସଙ୍କ ମଧ୍ୟରେ ଅନ୍ୟତମ ସୁପରଷ୍ଟାର ଶାହରୁଖ ଖାନଙ୍କ ଲାଡଲୀ ସୁହାନା ଖାନ । ସେ ଯାହା ବି କରନ୍ତି ଚର୍ଚ୍ଚାରେ ଆସିଯାଆନ୍ତି । ଫିଲ୍ମରୁ ଆସିବା ପୂର୍ବରୁ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ସେ ମଧ୍ୟ ଫ୍ୟାନ୍ସଙ୍କ ଖୁସ୍ କରିବାରେ କୌଣସି ସୁଯୋଗ ଛାଡନ୍ତି ନାହିଁ । ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସୁହାନା ଏଥର ଜିମ୍ ଲୁକରେ ନିଜର ଫଟୋ ପୋଷ୍ଟ କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେଉଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁହାନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁହାନା ଖାନ

ଇନଷ୍ଟାଗ୍ରାମ ଷ୍ଟୋରିରେ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ଦେଖିବାକୁ ମିଳୁଛି ସେ ଜିମ୍‌ରେ ସେଲ୍ଫି ଫଟୋ କ୍ଲିକ୍ କରୁଥିବାର । ସେପଟେ ତାଙ୍କ ଏହି ଲୁକ୍ ଫ୍ୟାନ୍ସଙ୍କୁ ପସନ୍ଦ ଆସିଛି । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ସୁହାନା ପ୍ରାୟତଃ ଇନଷ୍ଟାଗ୍ରାମ ନିଜ ବନ୍ଧୁଙ୍କ ସହ ପାର୍ଟି କରୁଥିବାର ଭିଡିଓ, ଫଟୋ ପୋଷ୍ଟ କରନ୍ତି । ତାଙ୍କ ଫ୍ୟାନ ଫଲୋଇଂ ସଂଖ୍ୟା ମଧ୍ୟ ବେଶ୍ ଅଧିକା । ଦୀର୍ଘ ସମୟରୁ ତାଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା । ସେ ଫେମସ ମାଗାଜିନ ପାଇଁ ଫଟୋସୁଟ ମଧ୍ୟ କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.