ETV Bharat / sitara

ଭାଇରାଲ ହେଲା ସୁହାନାଙ୍କ ଗ୍ଲାମରସ ଲୁକ

author img

By

Published : Aug 1, 2020, 4:58 PM IST

ପୁଣିଥରେ ସୋସିଆଲ ମିଡିଆରେ ଛାଇଲା ସୁହାନାଙ୍କ ଶାନଦାର ଅନ୍ଦାଜ। ସେୟାର କଲେ ନିଜର କିଛି ଫଟୋ...

ଫଟୋ ସୌଜନ୍ୟ: ଇନଶ୍ଟାଗ୍ରାମ@ସୁହାନା ଖାନ
ଫଟୋ ସୌଜନ୍ୟ: ଇନଶ୍ଟାଗ୍ରାମ@ସୁହାନା ଖାନ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେହିପରି ତାଙ୍କ ଫ୍ୟାନ୍ସ ଫଲୋଇଂ ମଧ୍ୟ ଆକାଶ ଛୁଆଁ । ତାଙ୍କ ଫଟୋ, ଭିଡିଓ ପ୍ରାୟତଃ ଭାଇରାଲ ହୁଏ । ଏବେ ତାଙ୍କ ଗ୍ଲାମରସ ଫଟୋ ଫ୍ୟାନ୍ସଙ୍କୁ ଦିୱାନା କରିଛି । ସେ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ସମସ୍ତଙ୍କୁ ଘାଇଲା କରିଛନ୍ତି ।

ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋରେ ଲୁଇ ଭିତୋ ହ୍ୟାଣ୍ଡବ୍ୟାଗ ସହ ନଜର ଆସୁଛନ୍ତି । ଆଉ ଡଟ ପ୍ରିଣ୍ଟେଡ ଡ୍ରେସ ପିନ୍ଧିଥିବାର ଦେଖାଯାଉଛନ୍ତି । ସେହିପରି ତାଙ୍କ ଡିପ ପିଙ୍କ ଲିପଷ୍ଟିକ ତାଙ୍କୁ ଆହୁରି ଆକର୍ଷିତ କରୁଛି।

ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ଅଣ୍ଡରଆର୍ମରେ ଏକ ବେବି ଲୁଇ ଭିତୋ ବ୍ୟାଗ।’ ବର୍ତ୍ତମାନ ତାଙ୍କ ଫଟୋରେ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ । ଆପଣ ବି ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.