ETV Bharat / sitara

ଶାହରୁଖ-ଅଜୟଙ୍କ ପ୍ରଡକ୍ସନରେ ନିର୍ମାଣ ହେବ ‘ଲଭ ହଷ୍ଟେଲ’

author img

By

Published : Oct 29, 2020, 6:06 PM IST

କ୍ରାଇମ, ଥ୍ରିଲର ଫିଲ୍ମ ‘ଲଭ ହଷ୍ଟେଲ’ରେ ଏକାଠି କାମ କରିବା ଶାହରୁଖ-ଅଜୟଙ୍କ ପ୍ରଡକ୍ସନ କମ୍ପାନୀ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଦର୍ଶକଙ୍କ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । କାରଣ ଏକାଠି କାମ କରିବେ ସୁରରଷ୍ଟାର ଶାହରୁଖ ଖାନ ଓ ଅଜୟ ଦେବଗନ। ହେଲେ ଫିଲ୍ମରେ ନୁହେଁ ବରଂ ଦୁଇଜଣଙ୍କ ପ୍ରଡକ୍ସନ ହାଉସ ଏକାଠି କାମ କରିବ । ଶାହରୁଖଙ୍କ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଓ ଅଜୟଙ୍କ ଦୃଷ୍ୟମ ଫିଲ୍ମସ ଏକ ଫିଲ୍ମ ନିର୍ମାଣ କରିବେ । ଫିଲ୍ମର ଟାଇଟେଲ ‘ଲଭ ହଷ୍ଟେଲ’ ରଖା ଯାଇଛି ।

ଏହି କ୍ରାଇମ, ଥ୍ରିଲର ଫିଲ୍ମ ‘ଲଭ ହଷ୍ଟେଲ’ ରାଇଟର ହେବା ସହ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଶଙ୍କର ରମନ। ସେହିପରି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ସନୟା ମଲହୋତ୍ରା, ବିବ ଦେଓଲ ଓ ବିକ୍ରାନ୍ତ ମେୈସି ଭଳି ଷ୍ଟାର୍ସ ନଜର ଆସିବେ।

ଉତ୍ତର ଭାରତର ପୃଷ୍ଠଭୂମି ଉପରେ ଆଧାର ‘ଲଭ୍ ହଷ୍ଟେଲ’ ଏକ ଯୁବ ଦମ୍ପତିଙ୍କ ଅସ୍ଥିର ଯାତ୍ରା ବିଷୟରେ । ଏହି ଦମ୍ପତି ସାରା ବିଶ୍ବରେ ସେମାନଙ୍କ ଜୀବନର ସୁନ୍ଦର ଅନ୍ତ ଖୋଜୁଛନ୍ତି । ବିନାଶ ଏବଂ ରକ୍ତପାତ ସହିତ ସତ୍ତା, ଧନ ଜିଆ ଖେଳ ମଧ୍ୟରେ ଜୀବନର କାହାଣୀକୁ ନେଇ ଆଧାରିତ।

‘ଲଭ ହଷ୍ଟେଲ’ର ପ୍ରଯୋଜନା ଦାୟିତ୍ବ ତୁଲାଇବେ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ, ମନୀଷ ମୁଦ୍ରା ଓ ଗୌରବ ବର୍ମା । ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଜାନୁଆରୀରେ ଆରମ୍ଭ ହେବ । ଯାହାର ସୂଚନା ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଟ୍ବିଟରରେ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.