ETV Bharat / sitara

ସାମ୍ନାକୁ ଆସିଲା କପିଲଙ୍କ ହ୍ବିଲ ଚେୟାରରେ ବସିବାର କାରଣ, ଜାଣନ୍ତୁ କଣ?

author img

By

Published : Feb 25, 2021, 8:00 AM IST

Updated : Feb 25, 2021, 8:45 AM IST

ନିକଟରେ ମିଡିଆକୁ ଗାଳିଗୁଲଜ କରିଥିଲେ କପିଲ । କାରଣ ଏୟାରପୋର୍ଟରେ ତାଙ୍କୁ ହ୍ବିଲ ଚେୟାରରେ ଦେଖି ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ କିଛି ମିଡିଆ ଫଟୋଗ୍ରାଫର । ଏବେ ହ୍ବିଲ ଚେୟାରରେ ବସିବାକୁ ନେଇ ଖୁଲାସା କଲେ ଅଭିନେତା । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ସୋମବାର ଏୟାରପୋର୍ଟରେ ନଜର ଆସିଥିଲେ । ହେଲେ ଏଥର କପିଲ ଏକ ହ୍ବିଲ ଚେୟାରରେ ଯାଉଥିବାର ବସିଥିବାର ଦେଖାଯାଉଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ଜଣେ ବ୍ୟକ୍ତି ପିପିଇ କିଟ୍‌ ପିନ୍ଧି ତାଙ୍କୁ ହ୍ବିଲ ଚେୟାରରେ ନେଇଥିବାର ଦେଖାଯାଇଥିଲା ଅଭିନେତା ସୁସ୍ଥ ଅଛନ୍ତି କି ନାହିଁ ଏହି ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଥିଲା । ଇତିମଧ୍ୟରେ କପିଲ ନିଜ ଅସୁସ୍ଥ କଥା ବିଷୟରେ ଖୁଲାସା କରିଛନ୍ତି ।

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଜିମ୍‌ରେ ୱାର୍କଆଉଟ କରୁଥିବା ସମୟରେ ତାଙ୍କର ପିଠିରେ ଆଘାତ ଲାଗିଛି ଯାହା କିଛି ଦିନ ମଧ୍ୟରେ ଭଲ ହୋଇଯିବ। ଫ୍ୟାନ୍ସଙ୍କ ଚିନ୍ତା ପାଇଁ ଧନ୍ୟବାଦ ।

ପ୍ରକାଶ ଥାଉକି ଏୟାରପୋର୍ଟରୁ ବାହାରୁଥିବା ସମୟରେ ମିଡିଆ ପର୍ସନ ଉପରେ କ୍ରୋଧିତ ନଜର ଆସିଥିଲେ କପିଲ । ଯାହାକୁ ନେଇ କିଛି ଦିନରୁ ଚର୍ଚ୍ଚା । କିଛି କ୍ୟାମେରା ପର୍ସନ ତାଙ୍କର ଫଟୋ ଉଠାଇବାକୁ ସେ ଗାଳିଗୁଲଜ ମଧ୍ୟ କରିଥିଲେ ।

Last Updated : Feb 25, 2021, 8:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.