ETV Bharat / sitara

‘ଦ ଗାର୍ଲ ଅନ ଦ ଟ୍ରେନ’ରେ ସାମିଲ ହେଲେ କ୍ରିତି

author img

By

Published : Aug 6, 2019, 2:25 PM IST

ହଲିଉଡ ଫିଲ୍ମ ‘ଦ ଗାର୍ଲ ଅନ ଦ ଟ୍ରେନ’ରେ ହିନ୍ଦୀ ରିମେକ ଫିଲ୍ମ ଖୁବଶୀଘ୍ର ଦେଖିବେ ଦର୍ଶକ । ଫିଲ୍ମରେ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି କୁଲହାରି

ମୁମ୍ବାଇ: ଅଭିନେତ୍ରୀ କ୍ରିତି କୁଲହାରିଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ ସ୍ବାଧୀନତା ଦିବସରେ ରିଲିଜ ହେବ । ଫିଲ୍ମରେ ଅକ୍ଷୟ କୁମାର ଭାରତୀୟ ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମଟି ଭାରତର ମଙ୍ଗଳୟାନ ମହାକାଶ ଯାନର ସଫଳତା କାହାଣୀକୁ ନେଇ ଆଧାରିତ ।

ଇତିମଧ୍ୟରେ କ୍ରିତିଙ୍କ ହାତରେ ଲାଗିଛି ଆଉ ଏକ ପ୍ରୋଜେକ୍ଟ । ସେ ଖୁବଶୀଘ୍ର ଚୁଲବୁଲି ଅଭିନେତ୍ରୀ ପରିଣୀତିଙ୍କ ଅଭିନୀତ ହଲିଉଡ ରିମେକ ଫିଲ୍ମ ‘ଦ ଗାର୍ଲ ଅନ ଦ ଟ୍ରେନ’ରେ ନଜର ଆସିବେ । କ୍ରିତି ବ୍ରିଟ କପ ଭୂମିକାରେ ଏହି ଥ୍ରିଲର ଫିଲ୍ମରେ ଅଭିନୟ କରିବେ । ଫିଲ୍ମର ସୁଟିଂ ପାଇଁ ସେ ବର୍ତ୍ତମାନ ଲଣ୍ଡନରେ ପହଞ୍ଚିସାରିଛନ୍ତି ।

ଗତ ରବିବାର କ୍ରିତି କହିଥିଲେ କି ସେ ଫିଲ୍ମର ସୁଟିଂ ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି । ଆଉ ସେ ଫିଲ୍ମରେ ଆଲିୟା ସେରଗିଲ ରୂପେ ସାମିଲ ହୋଇଛନ୍ତି । ଅଗଷ୍ଟ 15ରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଆଉ ସେହି ଦିନ ତାଙ୍କ ଅଭିନୀତ ଫିଲ୍ମ ମିଶନ ମଙ୍ଗଲ ଅଗଷ୍ଟ 15ରେ ରିଲିଜ ହେବ । ଗୋଟିଏ ଦିନରେ ସେ ଦୁଇଟି କାମ କରିପାରିବେ ନାହିଁ ତେଣୁ ସେ ସ୍ବାଧୀନତା ଦିବସରେ ମାର୍ସ ନ ଯାଇ ପହଞ୍ଚିଯାଇଛନ୍ତି ଲଣ୍ଡନରେ ।

ଏହି ମହିଳା କେନ୍ଦ୍ରିତ ଫିଲ୍ମରେ ସେ ଏକ ଭିନ୍ନ ଅବତାରରେ ଅଭିନୟ କରିବେ । ଯାହାକୁ ନେଇ ସେ ବହୁତ ଉତ୍ସାହିତ । ଫିଲ୍ମରେ ସେ କପ ଭୂମିକା ପାଇଁ ଟ୍ରେନିଂ ମଧ୍ୟ ନେଇଛନ୍ତି । ଯାହାଦ୍ବାରା ସେ ଶିଖିପାରିଛନ୍ତି ଯେ ଜଣେ ପୋଲିସର ପ୍ରକୃତ ଚାଲିଚଳନ ବିଷୟରେ । ସେ ଅନେକ ହଲିଉଡ ସଟ ଫିଲ୍ମ ଏବଂ ମୃତ୍ୟୁ ରହସ୍ୟ ଫିଲ୍ମ ଦେଖିଛନ୍ତି ଏବଂ ବୁଝିପାରିଛନ୍ତି ପୋଲିସର ବାସ୍ତବ ଚରିତ୍ରକୁ । ଏହାଦ୍ବାରା ସେ ଫିଲ୍ମରେ ଭଲ ରୂପେ ନିଜ ଭୂମିକାରେ ଅଭିନୟ କରିପାରିବେ ବୋଲି ଆଶା କରୁଛନ୍ତି ବୋଲି କହିଛନ୍ତି କ୍ରିତି ।

ପ୍ରକାଶ ଥାଉକି 2016ରେ ଆସିଥିବା ଆମେରିକାନ ଫିଲ୍ମ ‘ଦ ଗାର୍ଲ ଅନ ଦ ଟ୍ରେନ’ର ଏହା ହିନ୍ଦୀ ରିମେକ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.