ETV Bharat / sitara

'ଦ ଗର୍ଲ ଅନ୍ ଦ ଟ୍ରେନ' ପାଇଁ କିର୍ତ୍ତୀ କୁଲ୍ହାରୀ ଆରମ୍ଭ କଲେ ଡବିଂ

author img

By

Published : Jul 26, 2020, 8:00 AM IST

ଦୀର୍ଘ ଦିନ ପରେ କିର୍ତ୍ତୀ କୁଲହାରୀ କାମକୁ ଫେରିଛନ୍ତି । କିର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ରେକର୍ଡିଂ ଷ୍ଟୁଡିଓରେ ନଜର ଆସିଛନ୍ତି । ଫଟୋ ସହିତ କ୍ୟାପସନରେ କିର୍ତ୍ତୀ କହିଛନ୍ତି ଯେ, ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦ ଗର୍ଲ ଅନ୍ ଦ ଟ୍ରେନ' ପାଇଁ ଡବିଂ କରୁଥିଲେ । ଅଧିକ ପଢନ୍ତୁ...

kirti kulhari starts dubbing for the girl on the train
କିର୍ତ୍ତୀ କୁଲହରୀ 'ଦ ଗର୍ଲ ଅନ୍ ଦ ଟ୍ରେନ' ପାଇଁ ଆରମ୍ଭ କଲେ ଡବିଂ

ମୁମ୍ବାଇ: ଲକଡାଉନ ପରେ ଅଭିନେତ୍ରୀ କିର୍ତ୍ତୀ କୁଲହାରୀ କାମକୁ ଫେରିଛନ୍ତି। କିର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ରେକର୍ଡିଂ ଷ୍ଟୁଡିଓରେ ନଜର ଆସିଛନ୍ତି । କିର୍ତ୍ତୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦ ଗର୍ଲ ଅନ୍ ଦ ଟ୍ରେନ' ପାଇଁ ଡବିଂ କରୁଥିଲେ ।

ଫଟୋରେ କିର୍ତ୍ତୀ କାଜୁଆଲ୍ ଧଳା ଟି-ସାର୍ଟ ପିନ୍ଧି ହେଡଫୋନ୍ ଲଗାଇ ପୋଜ୍ ମାରୁଥିବାର ଦେଖିବାକୁ ମିଳିଛି ।

ଫଟୋ ସହିତ କ୍ୟାପସନରେ କିର୍ତ୍ତୀ ଲେଖିଛନ୍ତି, ହ୍ୟାସଟ୍ୟାଗଡବିଂ, ହ୍ୟାସଟ୍ୟାଗଗର୍ଲଅନଦଟ୍ରେନ, ହ୍ୟାସଟ୍ୟାଗୁଡଟାଇମ୍ସ । ହଁ, ଏହି ସବୁ କାମ ଚାଲିଛି ।

ଫିଲ୍ମ 'ଦ ଗର୍ଲ ଅନ୍ ଦ ଟ୍ରେନ' ରିଭୂ ଦାସଗୁପ୍ତା ନିର୍ଦ୍ଦେଶନା ଦେଇଛନ୍ତି ।

କିର୍ତ୍ତୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ପରିନୀତି ଚୋପ୍ରା, ଆଦିତ୍ୟ ରାଓ ହେଦରୀ ଏବଂ ଅବିନାଶ ତିୱାରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.