ETV Bharat / sitara

ସ୍ବାମୀଙ୍କ ଠାରୁ ଅଲଗା ହେଲେ କିର୍ତ୍ତୀ

author img

By

Published : Apr 1, 2021, 7:15 PM IST

ଅଭିନେତ୍ରୀ କିର୍ତ୍ତୀ କୁଲହାରି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ ସେୟାର କରିଛନ୍ତି । ବାସ୍ତବରେ ଏହି ପୋଷ୍ଟ ମାଧ୍ୟମରେ କିର୍ତ୍ତୀ ତାଙ୍କ ସ୍ବାମୀ ସାହିଲ ସେହଗଲଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

kirti-kulhari-and-saahil-sehgal-are-separating-from-each-other
ସ୍ବାମୀଙ୍କ ଠାରୁ ଅଲଗା ହେଲେ କିର୍ତ୍ତୀ

ନୂଆଦିଲ୍ଲୀ: ପିଙ୍କ, ଇନ୍ଦୁ ସରକାର, ବ୍ଲାକମେଲ, ମିଶନ ମଙ୍ଗଲ, ଉରି ଦ ସର୍ଜିକାଲ ଷ୍ଟ୍ରାଇକ ଭଳି ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ କିର୍ତ୍ତୀ କୁଲହାରି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ ସେୟାର କରିଛନ୍ତି।

ବାସ୍ତବରେ ଏହି ପୋଷ୍ଟ ମାଧ୍ୟମରେ କିର୍ତ୍ତୀ ତାଙ୍କ ସ୍ବାମୀ ସାହିଲ ସେହଗଲଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି।

ଏହି ପୋଷ୍ଟରେ କିର୍ତ୍ତୀ ଲେଖିଛନ୍ତି, 'ଏହି ନୋଟ୍ ମାଧ୍ୟମରେ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଏବଂ ମୋ ସ୍ବାମୀ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ କାଗଜରେ ନୁହେଁ, ଜୀବନରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । କାହା ସହିତ ରହିବାକୁ ନିଷ୍ପତ୍ତି ନେବା ଅପେକ୍ଷା ଅଲଗା ହେବା ନିଷ୍ପତ୍ତି ଅଧିକ କଷ୍ଟକର । କାରଣ ଯେତେବେଳେ ଦୁଇ ଜଣ ପ୍ରେମୀ ଏକାଠି ହୁଅନ୍ତି ସେମାନେ ଭଲ ପାଆନ୍ତି ଏବଂ ତାଙ୍କର ଯତ୍ନ ନିଅନ୍ତି । କାହା ସହିତ ନ ରହିବାକୁ ନିଷ୍ପତ୍ତି ନେବା ସହଜ ନୁହେଁ ବହୁତ କଷ୍ଟକର, କିନ୍ତୁ ଯାହା ବି ହେଉ, ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ମୋ ବିଷୟରେ ଚିନ୍ତା କରୁଥିବା ସମସ୍ତ ଲୋକଙ୍କୁ ମୁଁ କହିବାକୁ ଚାହେଁ କି ମୁଁ ସଠିକ୍ ସ୍ଥାନରେ, ସଠିକ୍ ସ୍ଥିତିରେ ଅଛି । ବର୍ତ୍ତମାନ ଏହା ପରେ ଏବଂ ଏହା ଉପରେ ମୁଁ କୌଣସି ପ୍ରକାରର ଟିପ୍ପଣୀ ଦେବି ନାହିଁ । କିର୍ତ୍ତୀ କୁଲହାରୀ! '

ପ୍ରକାଶ ଥାଉ କି, କିର୍ତ୍ତୀଙ୍କ ଏହି ପୋଷ୍ଟ ସମସ୍ତଙ୍କୁ ଚକିତ କରିଦେଇଛି। ଏକ ବିଜ୍ଞାପନ ସୁଟିଂ ସମୟରେ କିର୍ତ୍ତୀ ସାହିଲଙ୍କୁ ଭେଟିଥିଲେ। ଦୁହେଁ ପରସ୍ପରକୁ କିଛି ସମୟ ଡେଟିଂ କରିବା ପରେ 2016 ରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ପାଞ୍ଚ ବର୍ଷର ବିବାହ ପରେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେମାନଙ୍କ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.