ETV Bharat / sitara

ବଡ ଖୁଲାସା, ଠକ ସୁକେଶ ଠୁ ଜ୍ୟାକଲିନ୍‌ ଓ ନୋରା ନେଇଛନ୍ତି କୋଟିଏ ଟଙ୍କାର ଉପହାର

author img

By

Published : Dec 5, 2021, 2:16 PM IST

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (Enforcement Directorate) ବଡ ଖୁଲାସା । ଠକ ସୁକେଶ ଚନ୍ଦ୍ରଶେଖର ଠୁ କୋଟି କୋଟି ଟଙ୍କାର ଉପହାର ନେଇଛନ୍ତି ଜ୍ୟାକଲିନ ଓ ନୋରା ଫତେଇ (jacqueline nora received gifts worth crores from sukesh) । ଅଧିକ ପଢନ୍ତୁ

ଠକ ସୁକେଶ ଚନ୍ଦ୍ରଶେଖରଙ୍କଠୁ ଜ୍ୟାକଲିନ୍‌ ଓ ନୋରାଙ୍କୁ ନେଇଛନ୍ତି କୋଟିଏ ଟଙ୍କାର ଉପହାର
ଠକ ସୁକେଶ ଚନ୍ଦ୍ରଶେଖରଙ୍କଠୁ ଜ୍ୟାକଲିନ୍‌ ଓ ନୋରାଙ୍କୁ ନେଇଛନ୍ତି କୋଟିଏ ଟଙ୍କାର ଉପହାର

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (Enforcement Directorate) ବଡ ଖୁଲାସା । ଠକ ସୁକେଶ ଚନ୍ଦ୍ରଶେଖରଠୁ କୋଟି କୋଟି ଟଙ୍କାର ଉପହାର ନେଇଛନ୍ତି ଜ୍ୟାକଲିନ ଓ ନୋରା ଫତେଇ (jacqueline nora received gifts worth crores from sukesh) । ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ED 7000 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଯେଉଁଥିରେ ଏହି ତଥ୍ୟ ପ୍ରକାଶ କରିଛି। ଅନୁସନ୍ଧାନକାରୀ ସଂସ୍ଥା କହିଛି କି ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଓ ନୋରା ଫତେହିଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇଛନ୍ତି ସୁକେଶ ।

ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କାର ଉପହାର ଦେବା ସହିତ ନୋରା ଫତେଇଙ୍କୁ ଏକ ଦାମୀ କାର ଦେଇଛନ୍ତି । ଜାନୁଆରୀ ୨୦୨୧ରୁ ଜ୍ୟାକଲିନ ଓ ସୁକେଶ ପରସ୍ପର ସହ କଥା ହୋଇଥିଲେ । ଏହାପର ଠୁ ସୁକେଶ ଜ୍ୟାକଲିନଙ୍କୁ ଅନେକ ମୂଲ୍ୟବାନ ଉପହାର ପଠାଇବା ଆରମ୍ଭ କରିଥିଲେ। ଉପହାର ମଧ୍ୟରେ ଦାମୀ ହୀରା ଅଳଙ୍କାର, ୪ଟା ପାର୍ସିଆନ ବିଲେଇ,(ଗୋଟିଏକୁ ୯ ଲକ୍ଷ) 52 ଲକ୍ଷର ଏକ ଘୋଡା ରହିଛି । ସୁକେଶଙ୍କୁ ନେଇଥିବା ଉପହାରର ମୂଲ୍ୟ ପାଖାପଖି ୧୦କୋଟି ହେବ । ନୋରା ଫତେହିଙ୍କୁ ମଧ୍ୟ ଉପହାର ଦେଇଛନ୍ତି ସୁକେଶ । ଉପହାରରେ ଏକ BMW କାର ଏବଂ ଏକ ଆଇଫୋନ୍ ରହିଛି । ଯାହାର ମୂଲ୍ୟ ମୋଟ ୧ କୋଟି ଟଙ୍କା ।

୨୦୦ କୋଟି ଟଙ୍କା ବଟି ଅଦାୟ ମାମଲାରେ ମନି ଲଣ୍ଡ୍ରିଂ ଅଧୀନରେ ଦାଖଲ ହୋଇଥିବା ଇଡି ଚାର୍ଜସିଟରେ ଏହିଭଳି କିଛି ସମ୍ବେଦନଶୀଳ ଖୁଲାସା ହୋଇଛି। ସୁକେଶ ଚନ୍ଦ୍ରଶେଖର ଜେଲରେ ଥିବା ବେଳେ ଜ୍ୟାକ୍‌ଲିନଙ୍କ ସହ ମୋବାଇଲ୍‌ରେ କଥା ହେଉଥିଲେ। ଯେତେବେଳେ ଜାମିନ୍‌ରେ ସୁକେଶ ଜେଲ୍‌ରୁ ମୁକୁଳିଥିବା ସେତେବଳେ ସେ ଚେନ୍ନାଇ ପାଇଁ ଚାଟାର୍ଜ ଫ୍ଲାଇଟ୍‌ ବୁକ୍‌ କରିଥିଲେ। ୨୦୦ କୋଟି ଟଙ୍କା ବଟି ଅଦାୟ ମାମଲାରେ ମନି ଲଣ୍ଡ୍ରିଂ ଅଧୀନରେ ଦାଖଲ ହୋଇଥିବା ଇଡି ଚାର୍ଜସିଟରେ ଏହି ଖୁଲାସା ହୋଇଛି। ମନି ଲଣ୍ଡ୍ରିଂ ଅଧୀନରେ ସୁକେଶ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଲିନା ମାରିଆ ପାଲ ଏବଂ ଅନ୍ୟ ୬ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଏହି ଘଟଣା ନେଇ ପୂର୍ବରୁ ଜ୍ୟାକଲିନ ଓ ନରୋଙ୍କୁ ଉଡି ସମନ ଜାରି କରିଛି । ଉଭୟ ସୁକେଶଙ୍କ ବିରୁଦ୍ଧରେ ସାକ୍ଷୀ ବୋଲି କହିଛି ଇଡି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.