ETV Bharat / sitara

Hijab Row: ହିଜାବ ବିବାଦରେ ପ୍ରତିକ୍ରିୟା ରଖି ଟ୍ରୋଲ ହେଲେ ସୋନମ

author img

By

Published : Feb 12, 2022, 1:11 PM IST

ବଲିଉଡ ଅଭିନେତ୍ରୀ ସୋନମ କପୁର ଶୁକ୍ରବାର ଦିନ ହିଜାବ ଉପରେ ନିଜ ପ୍ରତିକ୍ରିୟା ରଖିଥିଲେ । ବର୍ତ୍ତମାନ ସୋନମଙ୍କୁ କିଛି ଲୋକଙ୍କ ସମର୍ଥନ କରୁଥିବାବେଳେ ଆଉ କିଛି ଟ୍ରୋଲ କରୁଛନ୍ତି। ଅଧିକ ପଢନ୍ତୁ

ବିବାଦରେ ଫସିଲେ ସୋନମ କପୁର, ହେଲେ ଟ୍ରୋଲ
ବିବାଦରେ ଫସିଲେ ସୋନମ କପୁର, ହେଲେ ଟ୍ରୋଲ

ହାଇଦ୍ରାବାଦ: କର୍ଣ୍ଣାଟକରେ ହିଜାବକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ନେଉନି । ଏହି ବିବାଦ ଏବେ ସାରା ଦେଶରେ ଉଗ୍ରରୂପ ନେବାରେ ଲାଗିଛି । ଶିକ୍ଷାନୁଷ୍ଠାନର ଏହି ବିବାଦ ଏବେ ରାଜନୀତିର ପରିଣତ ହେଇଯାଇଛି । ଅନେକ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ । ତେବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି ।

Hijab row
Hijab row

ଗତକାଲି ଅନିଲ କପୁରଙ୍କ ଝିଅ ସୋନମ କପୁର ଏହି ବିବାଦରେ ପ୍ରଶ୍ନ କରିଥିଲେ । ସେ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଫୋଟୋ ଶେୟାର କରିଥିଲେ । ଫଟୋରେ ଜଣେ ବ୍ୟକ୍ତି ପଗଡ଼ୀ ପିନ୍ଧିଛନ୍ତି ଏବଂ ଅନ୍ୟ ଜଣେ ମହିଳା ହିଜାବ ପିନ୍ଧିଛନ୍ତି । ସୋନମ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ଯେ ଯଦି ପଗଡ଼ି ଚଏସ ହୋଇପାରିବ ତେବେ ହିଜାବ କାହିଁକି ନୁହେଁ ? ପ୍ରତିକ୍ରିୟା ପରେ ଆଜି ସୋନମକୁ ଟ୍ରୋଲ କରାଯାଉଛି ।

Hijab row
Hijab row

ସୋନମଙ୍କ ଦ୍ବାରା ହିଜାବ ଉପରେ ନିଜର ବିଚାର ସେୟାର କରିବା ପରେ, ସୋସିଆଲ ମିଡିଆର ଟ୍ରୋଲ ହମଲା ଆରମ୍ଭ ହୋଇଯାଇଛି। ଫଳସ୍ବରୂପ, ଆଜି ସକାଳେ ମାଇକ୍ରୋବ୍ଲଗିଂ ସାଇଟରେ # ସୋନମ କପୁର ଏକ ଟ୍ରେଣ୍ଡ ହୋଇଯାଇଛି । ହିଜାବ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସେ ସମାଲୋଚନାର ସମ୍ମୁଖୀନ ହେଉଥିବାବେଳେ ସୋନମଙ୍କୁ ମଧ୍ୟ କିଛି ଲୋକଙ୍କ ସମର୍ଥନ ମିଳିଛି, ଯେଉଁମାନେ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନୀରବ ନ ଥିବାରୁ ତାଙ୍କୁ ପ୍ରଶଂସା କରୁଛନ୍ତି ।

ସୋନମ କପୁରଙ୍କ ପୂର୍ବରୁ କଙ୍ଗନା ରଣାୱତ, ଶାବାନା ଆଜମୀ ଏବଂ ଜାବେଦ ଅଖତର ଏହି ମାମଲାରେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି । ଭାରତରେ ହିଜାବ ମାମଲାକୁ ନେଇ ଏବେବି ପରିସ୍ଥିତି ଗମ୍ଭୀର ରହିଛି । ଏହି ପ୍ରସଙ୍ଗରେ ବଲିଉଡ ମଧ୍ୟ ଦୁଇ ଭାଗରେ ଭାଗ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.