ETV Bharat / sitara

ଟିଭିରୁ ନେଇ ମୁଭି, ସବୁଠି ରାଜ୍ କରନ୍ତି ରୋମାନ୍ସ କିଙ୍ଗ

author img

By

Published : Nov 2, 2020, 9:47 AM IST

Updated : Nov 2, 2020, 9:56 AM IST

55ରେ ଶାହରୁଖ । କିପରି ଥିଲା ଏହି ସୁପରଷ୍ଟାରଙ୍କ ରିୟଲ ଲାଇଫ । ଟିଭିରୁ ଅଭିୟନ କ୍ୟାରିୟର ଆରମ୍ଭ କରି ବଲିଉଡର ବାଦଶାହ ହେବାରେ ସଫଳ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କେବେ ବାଦଶାହ ତ କେବେ କିଙ୍ଗ ଖାନ ସାଜି ଦର୍ଶକଙ୍କୁ ନିଜ ଅନ୍ଦାଜରେ ମୋହିତ କରିଥିଲେ ରୋମାନ୍ସ କିଙ୍ଗ ଶାହରୁଖ ଖାନ । ବର୍ତ୍ତମାନ ଫିଲ୍ମଠୁ ଦୂରେଇ ଥିବା ଶାହରୁଖଙ୍କୁ ସବୁବେଳେ ପରଦାରେ ଦେଖିବାକୁ ବ୍ୟାକୁଳ ଦର୍ଶକ। ଆଜି ବୟସର ଆଉ ଏକ ପାହଚରେ ପାଦ ଥାପିଛନ୍ତି ଏହି ସୁପରଷ୍ଟାର । 1965 ନଭେମ୍ବର 2ରେ ଦିଲ୍ଲୀରେ ଜନ୍ମିତ ଶାହରୁଖ 55 ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ଏହି ଅବସରରେ ନଜର ପକାଇବା ତାଙ୍କର କିଛି ଖାସ୍ କଥା ଉପରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଦିଲ୍ଲୀରେ ଜନ୍ମିତ ଶାହରୁଖ ଜନ୍ମର 5 ବର୍ଷ ପର୍ଯ୍ୟନ୍ତ ସେ ଆଇଙ୍କ ଘରେ ମାଙ୍ଗାଲୋରରେ ରହୁଥିଲେ । ଏହାକୁ ନେଇ ସେ 2010ରେ ଏକ ବୟାନରେ କହିଥିଲେ, ‘ମୁଁ ଅଧା ହାଇଦ୍ରାବାଦୀ ଅଧା ପଠାନ୍।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପିଲାଦିନରୁ ଶାହାରୁଖଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିଲା । ଅନେକ ମଞ୍ଚ ପ୍ରଦର୍ଶନରେ ସେ ସେହି ଯୁଗର ଅଭିନେତାମାନଙ୍କ ଶୈଳୀରେ ଅଭିନୟ କରୁଥିଲେ । ତାଙ୍କୁ ସର୍ବଦା ପ୍ରଶଂସା କରାଯାଇଛି । ଅଭିନୟରେ ନିଜ କ୍ୟାରିୟର ଗଢିବା ପାଇଁ ପରେ ଶାହରୁଖ ବ୍ୟାରି ଜନ୍ ଏକାଡେମୀରୁ ଅଭିନୟ ଅଧ୍ୟୟନ କରିଥିଲେ ।

ଦିଲ୍ଲୀର ହଂସରାଜ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଶାହରୁଖ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟରୁ ମାଷ୍ଟର୍ସ ପାଠ ପଢା ଆରମ୍ଭ କରିଥିଲେ। କିନ୍ତୁ ସେ ଏହାକୁ ପୂରଣ କରିବା ପୂର୍ବରୁ ଅଭିନୟ ଜଗତରେ ସାମିଲ ହୋଇଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପରଦାରେ ରୋମାନ୍ସ କରୁଥିବା ଶାହରୁଖ ରିୟଲ ଲାଇଫରେ ମଧ୍ୟ ରୋମାଣ୍ଟି ବୟ ପରି ଥିଲେ । କାରଣ ମାତ୍ରା 18 ବର୍ଷ ବୟସରେ ସେ ଗୌରୀଙ୍କ ପ୍ରେମରେ ପାଗଳ ହୋଇଥିଲେ । ମଜାଦାର କଥା ହେଲା ଯେ ସେହି ସମୟରେ ଗୌରୀଙ୍କ ବୟସ ମାତ୍ରା 14 ବର୍ଷ ଥିଲା । ତାଙ୍କ ପ୍ରେମରେ ଦିୱାନା ଥିବା ଶାହରୁଖ ଏକଦା ଦିଲ୍ଲୀରୁ ମୁମ୍ବାଇ ତାଙ୍କ ପଛରେ ଯାତ୍ରା କରିଥିଲେ । ଆଉ ତାଙ୍କ ଲଭ ଦେଖି ଗୌରୀ ମଧ୍ୟ ତାଙ୍କୁ ଭଲ ପାଇଥିଲେ । ସାଥ ଜନ୍ମର ସାଥୀ ସାଜିବା ପାଇଁ ଏହି ଯୋଡି 1991 ଅକ୍ଟୋବର 25ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ଯୋଡିଙ୍କ ଦୁଇ ପୁଅ ଆର୍ୟନ, ଅବରାମ ଓ ଝିଅ ସୁହାନା ଖାନ ଅଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଏହାପରେ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ କ୍ୟାରିୟର । ଟିଭି ଧାରାବାହିକ ‘ସର୍କସ’ ଓ ‘ଫୌଜି’ରେ ଅଭିନୟ କରିଥିଲେ ସେ । ସେହିପରି ହିନ୍ଦୀ ସିନେମାରେ ସେ ଫିଲ୍ମ ‘ଦିୱାନା’ ଜରିଆରେ ପାଦ ଥାପିଥିଲେ । ହେଲେ ‘ଦିୱାନା’ ତାଙ୍କ ଡେବ୍ୟୁ ଫିଲ୍ମ ନଥିଲା । କାରଣ ଏହା ପୂର୍ବରୁ ସେ ‘ଦିଲ ଆଶାନା ହେ’ର ସୁଟିଂ ଶେଷ କରିସାରିଥିଲେ । ସେ ସାଇନ ମଧ୍ୟ ପ୍ରଥମେ ଏହି ଫିଲ୍ମ କରିଥିଲେ । କିନ୍ତୁ ‘ଦିୱାନା’ ପ୍ରଥମେ ରିଲିଜ ହେବାରୁ ତାଙ୍କ ଡେବ୍ୟୁ ଫିଲ୍ମ ରୂପେ ଏହାକୁ ଗଣାଯାଏ ।

ଫିଲ୍ମ ବ୍ୟତୀତ ଶାହରୁଖ ଟିଭିରେ ମଧ୍ୟ କିଛି ବର୍ଷ ସକ୍ରିୟ ଥିଲେ । ସେ ରିୟାଲିଟି ଶୋ ‘କେବିସି’, ‘କ୍ୟା ଆପ ପାଞ୍ଚବିଂ ପାସ ସେ ତେଜ ହେ?’, ‘ଜୋରୋ କା ଝଟକା’ରେ ହୋଷ୍ଟ ରୂପେ କାମ କରିଥିଲେ ।

ବଲିଉଡରେ ପପୁଲାର ଯୋଡି ରୂପେ ସବୁବେଳେ କାଜଲ-ଶାହରୁଖଙ୍କ ନାମ ନିଆଯାଏ । ଏହି ଯୋଡି ‘ଦିଲୱାଲେ ଦୁଲହନିଆ ଲେଜାଏଙ୍ଗେ’, ‘ବାଜିଗର’, ‘କୁଛକୁଛ ହୋତା’ ହେ ଭଳି ସୁପରଡୁପର ହିଟ୍ ଫିଲ୍ମ ବଲିଉଡକୁ ଦେଇଛନ୍ତି । ଆଜି ମଧ୍ୟ ପରଦାରେ ଏହି ରୋମାଣ୍ଟିକ ଯୋଡି ଦେଖିବାକୁ ଚାହୁଁଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଯଦି ତାଙ୍କ ଆୟ ବିଷୟରେ କଥା ହେବା ତେବେ ସେ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି । ନିଜର ପ୍ରାଇଭେଟ ଜେଟ ରଖିଥିବା କିଙ୍ଗ ଖାନଙ୍କ ଆୟ ଜରିଆ ବ୍ରାଣ୍ଡ ଆଡର୍ସମେଣ୍ଟରୁ ନେଇ ନିଜର ବିଜନେସ ପର୍ଯ୍ୟନ୍ତ ବ୍ୟାପିଛି ।

ତାଙ୍କ ଏହି କୋଟି କୋଟି ଆୟ ପାଇଁ ଅନେକଥର ତାଙ୍କ ନାମ ଫୋର୍ବ୍ସ ଲିଷ୍ଟରେ ମଧ୍ୟ ସାମିଲ ହୋଇସାରିଛି । କିଙ୍ଗ ଖାନ ଦୁନିଆର ବିଭିନ୍ନ ସ୍ଥାନରେ ବିନିଯୋଗ କରିଛନ୍ତି। ମୁମ୍ବାଇ ବ୍ୟତୀତ ବ୍ରିଟେନ, ଦୁବାଇ ସମେତ ଅନେକ ଦେଶରେ ତାଙ୍କର ସମ୍ପତ୍ତି ଅଛି। ତାଙ୍କର ସବୁଠାରୁ ମହଙ୍ଗା ସମ୍ପତ୍ତି ମନ୍ନତ ଭାବରେ ବିବେଚନା କରାଯାଏ । ପାରସି ପରିବାରର ଠୁ 13.2 କୋଟିରେ କିଣିଥିବା ଏହି ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ 200 କୋଟିରୁ ଅଧିକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପ୍ରକାଶ ଥାଉକି କୋରୋନା ସଙ୍କଟ ପାଇଁ ଫ୍ୟାନ୍ସ ଭର୍ଚୁଆଲ ତାଙ୍କ ବର୍ଥଡେ ସେଲିବ୍ରେଶନ କରିବେ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସବୁ ଫ୍ୟାନ୍ସ ଏଥିରେ ସାମିଲ ହେବାର ଯୋଜନା ରହିଛି । ଆଜି ସକାଳୁ ତାଙ୍କ ସେଲିବ୍ରେଶନ ଆରମ୍ଭ କରି ରାତିରେ ଶେଷ କରିବେ ଫ୍ୟାନ୍ସ ।

Last Updated : Nov 2, 2020, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.