ETV Bharat / sitara

Women's World Cup 2022: ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା

author img

By

Published : Mar 6, 2022, 1:35 PM IST

ନ୍ୟୁଜିଲାଣ୍ଡର ମାଉଣ୍ଟ ମାଉଙ୍ଗାନୁଇରେ ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଛି ବିଶ୍ବକପ ପାଇଁ ଲଢେଇ । ଦଳ ଆଜି(ରବିବାର) ବିଶ୍ବକପ ୨୦୨୨ର ପ୍ରଥମ ମ୍ୟାଚ ଖେଳୁଥିବାରୁ ଅଭିନେତ୍ରୀ ଅନୁଷ୍କା ଦଳକୁ ଜଣାଇଛନ୍ତି ଶୁଭେଚ୍ଛା । ଅଧିକ ପଢନ୍ତୁ

Women's World Cup 2022: ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା
Women's World Cup 2022: ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା

ମୁମ୍ବାଇ: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା କ୍ରିକେଟ ବିଶ୍ବକପରେ ଆଜି(ରବିବାର)ଠୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ନେଇ ଫ୍ୟାନ୍ସ ରହିଛନ୍ତି ଉତ୍ସାହିତ । କାରଣ ଟିମ ଇଣ୍ଡିଆ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିଥିବା ବେଳେ ଅଭିନେତ୍ରୀ ଅନୁଷ୍କା ଶର୍ମା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

Women's World Cup 2022: ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା
Women's World Cup 2022: ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା

ଏ ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନୁଷ୍କା ଟ୍ବିଟ କରି କହିଛନ୍ତି ଯେ ଦଳ ସହ ସାରା ଦେଶ ରହିଛି । ବିଶ୍ବକପରେ ଦଳ ଉଚ୍ଚ ପ୍ରଦର୍ଶନ କରୁ । ଏଥିଲାଗି ସେ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ପାକିସ୍ତାନ ବିପକ୍ଷ ମ୍ୟାଚରେ ପୂଜା ବସ୍ତ୍ରକର ୬୭ ରନ କରିଥିବା ବେଳେ ସ୍ମୃତି ମାନ୍ଧନା ୫୨ ରନ କରିଛନ୍ତି । ସେପଟେ ସ୍ନେହ ରାଣା ୫୩ ରନ୍‌ କରି ମୋଟ ୭ ୱିକେଟ ହରାଇ ଦଳ ପାକିସ୍ତାନ ଆଗରେ ୨୪୫ ରନର ଟାର୍ଗେଟ ଦେଇଛି ଦଳ ।

ତେବେ ସୂଚନା ଥାଉ କି ଅନୁଷ୍କା ଖୁବଶୀଘ୍ର ବ୍ଲୁ ଜର୍ସିରେ ପରଦାରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସୁଛନ୍ତି । ସେ 'Chakda Express' ଫିଲ୍ମରେ ଭାରତୀୟ ମହିଳା ଦଳର ଦ୍ରୁତତମ ବୋଲର ଝୁଲନ ଗୋସ୍ବାମୀଙ୍କ ବାଓପିକରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.