ETV Bharat / sitara

ମାଳଦ୍ବୀପରୁ ଫେରି କ୍ଷମା ମାଗିଲେ ଜାହ୍ନବୀ, ଜାଣନ୍ତୁ କାହାକୁ...

author img

By

Published : Apr 23, 2021, 1:57 PM IST

ସରିଲା ଜାହ୍ନବୀଙ୍କ ମାଳଦ୍ବୀପ ଛୁଟି । ହେଲେ ମୁମ୍ବାଇ ଫେରି ସେ ସୋସିଆଲ ମିଡିଆରେ ମାଗିଲେ କ୍ଷମା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ନିକଟରେ ନିଜର କିଛି ବନ୍ଧୁ ଓ ଫିଟନେସ କୋଚଙ୍କ ସହ ମାଳଦ୍ବୀପ ଯାତ୍ରା କରିଥିଲେ ‘ଧଡକ’ ଫେମ ଜାହ୍ନବୀ କପୁର । ଆଉ ସେଠାରେ ଏନଜୟ କରିବାକ ଭିଡିଓ, ଫଟୋ ସେୟାର କରି ଫ୍ୟାନ୍ସଙ୍କ ବି ମନୋରଞ୍ଜନ କରୁଥିଲେ । ହେଲେ ଏବେ ସେ ଛୁଟି କାଟି ମୁମ୍ବାଇ ଫେରିଛନ୍ତି । ଏୟାରପୋର୍ଟରେ ଆସିଲେ ନଜର । ହେଲେ ସମସ୍ତଙ୍କୁ ବର୍ତ୍ତମାନ ଆଶ୍ଚର୍ଯ କରୁଛି ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟ ।

କଥାଟି ହେଲା ଯେ ମାଳଦ୍ବୀପରେ ଛୁଟି କାଟି ଫେରିଥିବା ଜାହ୍ନବୀ ନିଜର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ଏକ ଲମ୍ବା ନୋଟ୍ ସହ ସେ କ୍ଷମା ମଧ୍ୟ ମାଗିଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ମୋତେ କ୍ଷମା କର, ତୁମେ ଆମକୁ ବହୁତ କିଛି ଦେଇଛ କିନ୍ତୁ ମୁଁ ଏହାକୁ ପ୍ରଶଂସା କରିପାରିଲି ନାହିଁ | ପ୍ରତି ସେକେଣ୍ଡ ପାଇଁ ମୋତେ କ୍ଷମା କର । ତୁମର ସୌନ୍ଦର୍ଯ୍ୟକୁ ଭୁଲି ଯାଇଛି। ତୁମେ କେବେ ଧୌର୍ଯ୍ୟ ହରାଇ ନାହଁ, ତୁମେ ଅପେକ୍ଷା କରିଛ ଯେ ଆମେ ଯତ୍ନ ନେବୁ, ଦୁଃଖିତ।’

ତେବେ ଜାହ୍ନବୀ ଏହି ପୋଷ୍ଟଟି ବିଶ୍ବ ପୃଥିବୀ ଦିବସ ଉପଲକ୍ଷେ କରିଥିଲେ । ସବୁ ବର୍ଷ ଏପ୍ରିଲ 22ରେ ବିଶ୍ବବାସୀ ପାଳନ କରନ୍ତି ବିଶ୍ବ ପୃଥିବୀ ଦିବସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.