ETV Bharat / science-and-technology

ଜିଓ ପ୍ରିପେଡ୍ ପ୍ଲାନରେ ବଡ଼ ଅଫର, 2999 ଟଙ୍କାରେ 10 ହଜାର ଟଙ୍କାର ଫାଇଦା !

author img

By ETV Bharat Odisha Team

Published : Jan 16, 2024, 6:53 PM IST

Jio Republic Day Offer: ଗଣତନ୍ତ୍ର ଦିବସ ଅବସରରେ ଏକ ପ୍ରିପେଡ ପ୍ଲାନ ଲଞ୍ଚ କରିଛି ଜିଓ । ଏହି ଅଫର ସ୍ବିଗିଠୁ ଆରମ୍ଭ କରି ଫ୍ଲାଇଟ୍ ଟିକେଟ୍ ବୁକିଂରେ ବି ଉପଲବ୍ଧ ହେବ । ଅଧିକ ପଢନ୍ତୁ

Jio Republic Day Offer
Jio Republic Day Offer

ହାଇଦ୍ରାବାଦ: ଆସନ୍ତା ଜାନୁଆରୀ 26 ତାରିଖରେ 75ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ । ଏହି ଅବସରରେ ଭାରତର ଅନକ ବିଜେନେସ କମ୍ପାନୀ ନିଜର ସର୍ଭିସ ଏବଂ ପ୍ରୋଡକ୍ଟ ଉପରେ ଭରପୂର ରିହାତି ଏବଂ ଅଫର ଦେଉଛନ୍ତି । ବର୍ତ୍ତମାନ ଆମାଜନ ଏବଂ ଫ୍ଲିପକାର୍ଟରେ ରିପବ୍ଲିକ ଡେ ସେଲ୍ ପରେ ବର୍ତ୍ତମାନ ଜିଓ ଏକ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରି ଗ୍ରାହକଙ୍କୁ ରିପବଲ୍ଲିକ ଡେ ଅଫର ପ୍ରଦାନ କରିଛି ।

ଜିଓ ରିପବ୍ଲିକ ଡେ ସେଲ୍ ଅଫର: ଗଣତନ୍ତ୍ର ଦିବସକୁ ସ୍ବତନ୍ତ୍ର କରିବା ପାଇଁ ଜିଓ ନିଜ ଗ୍ରାହକମାନଙ୍କୁ ଏକ ବଡ ଅଫର ପ୍ରଦାନ କରିଛି । ଏହି ଅଫର ଏକ ପ୍ରିପେଡ ପ୍ଲାନ ଉପରେ ଦେଇଛି କମ୍ପାନୀ। ଜିଓର ଏହି ପ୍ଲାନର ଦାମ୍ 2999ଟଙ୍କା ରହିଥିବା ବେଳେ 365 ଦିନର ଭାଲିଡିଟି ରହିଛି। ଏହି ପ୍ଲାନ ସହିତ ଜିଓ ନିଜର ଉପଭୋକ୍ତାମାନଙ୍କୁ ଅନେକ ବିଶେଷ ଅଫର ପ୍ରଦାନ କରିଛି।

ପ୍ରତିଦିନ ମିଳିବ ଅନଲିମିଟେଡ 5ଜି ଡାଟା: ଜିଓର ଏହି ପ୍ଲାନ ସହିତ ୟୁଜର୍ସଙ୍କୁ 365 ଦିନ ପର୍ଯ୍ୟନ୍ତ ପ୍ରତିଦିନ 2.5 ଜିବି ଡାଟା ମିଳିବ । ଏହା ସହିତ ୟୁଜର୍ସଙ୍କୁ ଅନଲିମିଟେଡ ଫ୍ରି 5ଜି ଡାଟା ଆକ୍ସେସ ମିଳିବ । କିନ୍ତୁ ବ୍ୟବହାରୀଙ୍କ ଫୋନ 5ଡି ଡାଟା ଆସେସ ରହିଥିବା ଆବଶ୍ୟକ । ଏହା ବ୍ୟତୀତ ୟୁଜର୍ସ ଅସୀମିତ କଲିଂ, ଦୈନିକ 100ଏସଏମଏସ, ଜିଓଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ ଆପର ମାଗଣା ସବସ୍କ୍ରିପସନ ପାଇବେ । ଏହି ପ୍ଲାନ ପାଇଁ ୟୁଜର୍ସଙ୍କୁ ମାସିକ ମାତ୍ର 230 ଟଙ୍କା ଦେବାକୁ ହେବ ।

ଏହା ମଧ୍ୟ ପଢନ୍ତୁ: ଆସିଲା ଆମାଜନ ଗ୍ରେଟ ରିପବ୍ଲିକ ଡେ ସେଲ, ଲାପଟପରେ ମିଳୁଛି ଧମାକାଦାର ରିହାତି

  • ସ୍ବିଗି ଅଫର: ୟୁଜର୍ସଙ୍କୁ 299 ଟଙ୍କାର ଅର୍ଡରରେ 125 ଟଙ୍କାର ସ୍ବିଗି କୁପନ ମିଳିବ ।
  • Ixigo ଅଫର: ଏହି ପ୍ଲାନ ସହିତ ଜିଓ ୟୁଜର୍ସଙ୍କୁ Ixigoରେ ଫ୍ଲାଇଟ ବୁକିଂରେ 1500 ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ।
  • ଆଜିଓ ଅଫର: ବ୍ରାଣ୍ଡରେ 2499 ଟଙ୍କାର ଜିନିଷ କିଣିଲେ 500 ଟଙ୍କାର ପ୍ଲାଟ ଡିସକାଉଣ୍ଟ ମିଳିବ । ଏହି ଅଫର କେବଳ ନିର୍ଦ୍ଦିଷ୍ଟ ବ୍ରାଣ୍ଡ ଉପରେ ମିଳିବ ।
  • ତିରା: 999ଟଙ୍କାରୁ ଅଧିକ ଦାମର ପ୍ରଡକ୍ଟ କିଣିବା ଦ୍ବାରା ୟୁଜର୍ସକୁ 1000 ଟଙ୍କା ପର୍ଯ୍ୟନ୍ତ 30 ପ୍ରତିଶତ ଡିସକାଉଣ୍ଟ ମିଳିବ ।
  • ରିଲାଏନ୍ସ ଡିଜିଟାଲ ଅଫର: ଅତି କମରେ 500ରୁ ଅଧିକ ଟଙ୍କାର ଜିନିଷ କିଣିବା ଦ୍ବାରା ୟୁଜର୍ସ 10 ପ୍ରତିଶତ ରିହାତି ପାଇବେ। ଅତି ବେଶୀରେ 10 ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ ।

ଅଫର ଭାଲିଡିଟି: ଏକ ସୀମିତ ସମୟ ପାଇଁ ଏହି ଅଫର ଜାରି କରିଛି ରିଲାଏନ୍ସ ଜିଓ । 15 ଜାନୁଆରୀରୁ ଏହି ଅଫର ଆରମ୍ଭ ହୋଇଥିବା ବେଳେ 31 ଜାନୁଆରୀ ଯାଏଁ ରହିବ । ମାଇ ଜିଓ କିମ୍ବା ଜିଓର ଅଫିସିଆଲ ଓ୍ବେବସାଇଟକୁ ଯାଇ ଏହି ଅଫରର ସୁବିଧା ଉଠାଇପାରିବେ ୟୁଜର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.