ETV Bharat / science-and-technology

ଗୁଗୁଲର ନୂଆ ଅଲଟିଟ୍ୟୁଡ୍ ଟୁଲ୍, ଆତଙ୍କବାଦ ସମ୍ପର୍କିତ ଗତିବିଧିକୁ କରିବ ଠାବ

author img

By ETV Bharat Odisha Team

Published : Nov 12, 2023, 7:39 PM IST

ଆତଙ୍କବାଦ ସମ୍ପର୍କିତ ଗତିବିଧି ତଥା କଣ୍ଟେଣ୍ଟକୁ ଠାବ ଏବଂ ମୁକାବିଲା କରିବା ପାଇଁ ଛୋଟ ୟୁଜର ନିର୍ମିତ ପ୍ଲାଟଫର୍ମ ମାନଙ୍କ ପାଇଁ ଗୁଗୁଲ ତିଆରି କରିଛି 'ଏଲ୍ଟିଟ୍ୟୁଡ୍' । ଏହାକୁ ଉଗ୍ରବାଦ, ଦୁଷ୍ପ୍ରଚାର ଏବଂ ସେନସରସିପ ଉପରେ ନଜର ରଖୁଥିବା ଗୁଗୁଲର ୟୁନିଟ୍ 'ଜିଗ୍ସା' ଦ୍ବାରା ପ୍ରସ୍ତୁତ କରାଯାଇଛି ।

ଆତଙ୍କବାଦ ସମ୍ପର୍କିତ ଗତିବିଧିକୁ କରିବ ଠାବ
ଗୁଗୁଲର ନୂଆ ଅଲଟିଟ୍ୟୁଡ୍ ଟୁଲ୍

ସାନ୍ ଫ୍ରାନ୍ସିସ୍କୋ: ଏଣିକି ଆତଙ୍କବାଦ ସମ୍ପର୍କିତ ଗତିବିଧିକୁ ଧରିବ ଗୁଗୁଲ୍‌ । ଆତଙ୍କବାଦ ସମ୍ପର୍କିତ ଗତିବିଧି ତଥା କଣ୍ଟେଣ୍ଟକୁ ଠାବ ଏବଂ ମୁକାବିଲା କରିବା ପାଇଁ ଛୋଟ ୟୁଜର ନିର୍ମିତ ପ୍ଲାଟଫର୍ମ ମାନଙ୍କ ପାଇଁ ଗୁଗୁଲ ତିଆରି କରିଛି ଏକ ନୂଆ ମାଗଣା ଟୁଲ୍ । ଏହାର ନାମ 'ଏଲ୍ଟିଟ୍ୟୁଡ୍' ରହିଥିବା ବେଳେ ଏହାକୁ ଉଗ୍ରବାଦ, ଦୁଷ୍ପ୍ରଚାର ଏବଂ ସେନସରସିପ ଉପରେ ନଜର ରଖୁଥିବା ଗୁଗୁଲର ୟୁନିଟ୍ 'ଜିଗ୍ସା' ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି ଅଣ ଲାଭଦାୟୀ ସମୂହକୁ ଟେକ୍ ଏଗ୍ନେଷ୍ଟ ଟେରରିଜିମ୍ ବୋଲି କୁହାୟାଏ ।

ଦି ୱାୟର୍ଡର ରିପୋର୍ଟ ଅନୁସାରେ ଏହି ଟୁଲ୍ ଦ୍ବାରା ଛୋଟ ଅନଲାଇନ ପ୍ଲାଟଫର୍ମ ଗୁଡିକ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟକଳାପ ତଥା କଣ୍ଟେଣ୍ଟକୁ ନେଇ ପ୍ରସ୍ତୁତ କେନ୍ଦ୍ରୀୟ ଡାଟାବେସ୍ କୁ ବ୍ୟବହାର କରିପାରିବେ । ଯାହା ଜରିଆରେ ସେମାନେ ନିଜ ନେଟୱର୍କରେ ଥିବା ଆତଙ୍କବାଦୀ କଣ୍ଟେଣ୍ଟ ଗୁଡିକୁ ସହଜରେ ଠାବ କରିବା ସହ ସେ ଗୁଡିକୁ ହଟେଇ ପାରିବେ । ପୂର୍ବରୁ ଏହି କେନ୍ଦ୍ରୀୟ ଡାଟାବେସ୍ କୁ ପ୍ରମୁଖ ଟେକ୍ କମ୍ପନୀ ଗୁଡିକ ନିଜର ସୁବିଧା ପାଇଁ ବ୍ୟବହାର କରିଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ...... .ing ଡୋମେନ ଲଞ୍ଚ କଲା ଗୁଗଲ, ଗୋଟିଏ ଶବ୍ଦରେ ବି ତିଆରି ହେବ ଓ୍ବେବସାଇଟ

ଏହି ପ୍ରୋଜେକ୍ଟ ଗ୍ଲୋବାଲ ଇଣ୍ଟରମେଟ୍ ଫୋରମ ଟୁ କାଉଣ୍ଟର ଟେରରିଜିମ ସହ କାମ କରୁଛି ଯାହା ୨୦୧୭ ମସିହାରେ ଫେସବୁକ, ମାଇକ୍ରୋସଫ୍ଟ , ଏକ୍ସ ଏବଂ ୟୁଟ୍ୟୁବର ମିଳିତ ପ୍ରୟାସ ଅଟେ । ଆରାର ସିଇଓ ୟାସ୍ମିନ ଗ୍ରୀନଙ୍କ ଅନୁଯାୟୀ ଇସଲାମିକ୍ ଷ୍ଟେଟ ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ମାନେ ଇଣ୍ଟରନେଟର ବ୍ୟବହାର ଛାଡି ଫାଇଲ ହୋଷ୍ଟିଙ୍ଗ ସାଇଟ,ୱେବ୍ ସାଇଟ ତଥା ଅନ୍ୟ ଛୋଟ ପ୍ଳାଟଫର୍ମ ଗୁଡିକରେ ନିଜ ଆତଙ୍କବାଦ ସମ୍ପର୍କିତ ଗତିବିଧି ତଥା କଣ୍ଟେଣ୍ଟର ପ୍ରଚାର ପ୍ରସାର କରୁଛନ୍ତି । ଏ ସବୁକୁ ରୋକିବାକୁ ଗୁଗୁଲ ଅଲଟିଟ୍ୟୁଡ୍ ଟୁଲ୍‌କୁ ତିଆରି କରିଛି ।

ଏହା ମଧ୍ୟ ପଢନ୍ତୁ..... Jio GPS Car Tracker: ଗାଡ଼ିରେ ଲଗାନ୍ତୁ ଜିଓର ଏହି ଡିଭାଇସ୍‌, ପଠାଇବ ପ୍ରତି କ୍ଷଣର ଲୋକେସନ

ଅଲଟିଟ୍ୟୁଡ୍ ଟୁଲ୍ ସମସ୍ତ ଆତଙ୍କବାଦୀ ସଙ୍ଗଠନ ବିଷୟରେ ମଧ୍ୟ ତଥ୍ୟ ପ୍ରଦାନ କରିବ । ଟେକ୍ ଏଗ୍ନେଷ୍ଟ ଟେରରିଜିମ୍ ୧୦୦ରୁ ଅଧିକ ପ୍ଲାଟଫର୍ମ ସହିତ କାମ କରୁଛି, ଯେଉଁ ଥିରେ ମେସେଜିଙ୍ଗ୍‌ ଆପ୍, ଭିଡିଓ ସେୟାରିଙ୍ଗ ପ୍ଲାଟଫର୍ମ, ସୋସିଆଲ ମିଡିଆ ନେଟୱର୍କ ଆଦି ସାମିଲ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.