ETV Bharat / science-and-technology

X offer for Journalists: ସାମ୍ବାଦିକଙ୍କୁ ଅଫର ଦେଲେ ମସ୍କ, Xରେ ଆର୍ଟିକିଲ୍ ଲେଖିଲେ ମିଳିବ ମୋଟା ଅଙ୍କର ଟଙ୍କା

author img

By ETV Bharat Odisha Team

Published : Aug 22, 2023, 10:17 PM IST

ସାମ୍ବାଦିକଙ୍କୁ ଭଲ ରୋଜଗାର ଓ ସ୍ବାଧୀନତା ଦେବ 'X' । ସିଧା ଏହି ସାଇଟରେ ଆର୍ଟିକଲ ପୋଷ୍ଟ ପାଇଁ ଅଫର ଦେଲେ ଏଲନ ମସ୍କ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ଅଫର୍‌ ଆଣିଲେ X ମାଲିକ ଏଲନ ମସ୍କ । ଏଣିକି ସାମ୍ବାଦିକମାନେ X ସାଇଟରେ ପ୍ରକାଶ କରିପାରିବେ ନିଜର ଅନୁଚ୍ଛେଦ । ଏହାସହ ଭଲ ଇନକମ ମଧ୍ୟ କରିପାରିବେ । ପୂର୍ବରୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ଆର୍ଟିକଲର ଏକ ଫଟୋ, ଲିଙ୍କ୍‌ ଓ ହେଡଲାଇନ ଦେଖିବାକୁ ମିଳେ । ହେଲେ ଏବେ ସମ୍ପୂର୍ଣ୍ଣ ଅନୁଚ୍ଛେଦଟି ଦେଖିବାକୁ ମିଳିବ । ସାଇଟ୍‌ରେ ଏହି ନୂଆ ପରିବର୍ତ୍ତନ କରିଛନ୍ତି ମସ୍କ ।

  • Block is going to be deleted as a “feature”, except for DMs

    — Elon Musk (@elonmusk) August 18, 2023 " class="align-text-top noRightClick twitterSection" data=" ">

X ସାଇଟରେ ଏଣିକି ନିଜର ହାତଲେଖା ଅନୁଚ୍ଛେଦ ବା ଆର୍ଟିକଲ୍‌ ପୋଷ୍ଟ କରି ଭଲ ରୋଜଗାର କରିପାରିବେ ଗଣମାଧ୍ୟମ ପ୍ରତିନିଧି । ଏ ନେଇ ସୋମବାର ଟ୍ବିଟ କରି ଆମନ୍ତ୍ରିତ କରିଛନ୍ତି ଏଲନ । ଏ ନେଇ ସେ ଏକ ଟ୍ବିଟ କରି କହିଛନ୍ତି, "ଯଦି ଆପଣ ଜଣେ ସାମ୍ବାଦିକ ଏବଂ ଅଧିକ ସ୍ବାଧୀନତା ପାଇବାକୁ ଇଚ୍ଛୁକ, ତେବେ ଏହି ସାଇଟ ଆପଣଙ୍କୁ ଭଲ ସୁଯୋଗ ଦେବ । ଯଦି ଆପଣ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ସିଧା ଏହି ସାଇଟରେ ଆସି ନିଜ ଅନୁଚ୍ଛେଦ ପୋଷ୍ଟ କରନ୍ତୁ ।" X ସାଇଟ୍‌ରେ କିଛି ନିର୍ଦ୍ଦିଷ୍ଟ ଶବ୍ଦ ମଧ୍ୟରେ ଲେଖାଟିଏ ରହିଥାଏ । ହେଲେ ଏହି ନୂଆ ପରିବର୍ତ୍ତନ ପରେ ଅଧିକ ସଂଖ୍ୟକ ଶବ୍ଦର ଅନୁଚ୍ଛେଦ ଏହି ସାଇଟରେ ପବ୍ଲିସ କରାଯାଇପାରିବ ।

  • If you’re a journalist who wants more freedom to write and a higher income, then publish directly on this platform!

    — Elon Musk (@elonmusk) August 21, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Glitch in X: ଏକ୍ସରେ ତ୍ରୁଟି ଯୋଗୁଁ ହଟିଲା ସୋସିଆଲ ମିଡିଆ ପୋଷ୍ଟ, ଏହା ହୋଇପାରେ କାରଣ

ଏହାପରେ ଜଣେ ୟୁଜର ପ୍ରତିକ୍ରିୟା ରଖି କହିଥିଲେ, "ଯଦି ଏହି ଅଫର ଦେଉଛନ୍ତି, ତେବେ ଭଲ ଟୁଲ୍ସ ପ୍ରଦାନ କରନ୍ତୁ ।" ଏହାପରେ ମସ୍କ ନ୍ୟୁଜ ଆର୍ଟିକଲ୍‌ ପାଇଁ ନୂଆ ଫର୍ମାଟ ଡେଭଲପ କରିବା ଲାଗି ନିଜ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଥାଉ କି X ସାଇଟ୍‌ (ପୂର୍ବରୁ ଟ୍ବିଟର)ର ମାଲିକାନା ହାତକୁ ନେବା ପରେ କ୍ରମାଗତ ଭାବେ ଏହି ପ୍ଲାଟଫର୍ମରେ ପରିବର୍ତ୍ତନ କରିଆସୁଛନ୍ତି ମସ୍କ । କିଛି ଦିନ ତଳେ ବ୍ଲକ୍‌ ଫିଚରକୁ ହଟାଇବା ଲାଗି ମଧ୍ୟ ଏଲନ ଘୋଷଣା କରିଥିଲେ ।

ଏହି ନୂଆ ଫିଚରରେ ୟୁଜର DMକୁ ଛାଡି ଅନ୍ୟ କୌଣସି ୟୁଜରଙ୍କୁ ବ୍ଲକ୍‌ କରିପାରିବେ ନାହିଁ । ଏହି ନୂଆ ଫିଚରକୁ ନେଇ ଅନେକ ୟୁଜର ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ବ୍ଲକ୍‌ ୟୁଜରମାନେ ଉକ୍ତ ଆକାଉଣ୍ଟର ପ୍ରୋଫାଇଲ, ପୋଷ୍ଟ ଓ ଫଟୋ ଦେଖିପାରନ୍ତି ନାହିଁ । ମାତ୍ର ବ୍ଲକ୍‌ ଫିଚରକୁ ହଟାଇବା ନେଇ ଘୋଷଣା ହେବା ପରେ କିଛି ୟୁଜର ଏ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ପ୍ଲାଟଫର୍ମରେ ମ୍ୟୁଟ୍‌ ଅପସନ ଥିବା ନେଇ ସ୍ପଷ୍ଟ କରିଥିଲେ ଏଲନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.